Hockey World Cup 2023: ରାଉରକେଲା: ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ଉଦଘାଟିତ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାଡିୟମରେ ଏକକାଳୀନ ୨୦ ହଜାରରୁ ଅଧିକ ଦର୍ଶକ ବସି ଦେଖି ପାରିବେ ଖେଳ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ହକି ବିଶ୍ୱକପ୍ ଖେଳ । ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍ । ମାତ୍ର ୧୫ମାସରେ ନିର୍ମିତ ହୋଇଛି ଏହି ବୃହତ ହକି ଷ୍ଟାଡିୟମ। ସେପଟେ ହକି ଚାମ୍ପିଅନସିପରେ ଭାରତ ଜିତିଲେ ପ୍ରତ୍ୟେକ ଖେଳାଳିଙ୍କୁ ଏକ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ରାଉରକେଲାରେ ଖେଳାଳିଙ୍କୁ ଭେଟିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ରାଉରକେଲା ଗସ୍ତ କରି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଳିଙ୍କୁ ଭେଟିଛନ୍ତି ମୁଖ୍ୟମୁନ୍ତ୍ରୀ। ପ୍ରଥମେ ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ବିର୍ସା ମୁଣ୍ଡା ଷ୍ଟାଡିୟମ ବୁଲି ଦେଖିଥିଲେ। ଏହାପରେ ବିଶ୍ବକପ୍ ଗ୍ରାମର ଶୁଭ ଉଦଘାଟନ କରିଥିଲେ ନବୀନ। ଏହାପରେ ଭାରତୀୟ ହକି ଟିମ୍‌କୁ ଭେଟି ତାଙ୍କ ସହ କଥା ହେଲେ ଏବଂ ତାଙ୍କ ସହ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।