Hockey World Cup: ଭୁବନେଶ୍ୱର: ଆଗାମୀ ହକି ବିଶ୍ୱକପ (Hockey World Cup) ପାଇଁ ସଜେଇ ହେଲା ଇସ୍ପାତ ସହର ରାଉରକେଲା (Rourkela) ଆଉ ରାଜଧାନୀ ଭୁବନେଶ୍ୱର (Bhubaneswar)। ଗଳି କନ୍ଦିରେ ଏବେ ହକି ଫିଭର (Hockey Fever)। କମ୍ପିବ ପୁରା ସହର। ଏଥିପାଇଁ ରାଜଧାନୀ (Capital) ଭୁବନେଶ୍ୱରରେ (Bhubaneswar) କଳିଙ୍ଗ ଷ୍ଟାଡ଼ିୟମ (Kalinga Stadium) ଓ ଆଉ ରାଉରକେଲାରେ (Rourkela) ବିର୍ସାମୁଣ୍ଡା ଷ୍ଟାଡ଼ିୟମ (Birsa Munda Stadium) ପ୍ରସ୍ତୁତ ହୋଇ ରହିଛି। ଆସନ୍ତାକାଲି ରାଉରକେଲା ଗସ୍ତରେ ଯାଇ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମର ଉଦଘାଟନ କରିବେ। ଏଥି ସହିତ ସୁନ୍ଦରଗଡ଼ରେ ନିର୍ମିତ ହୋଇଥିବା ମେଡିକାଲ କଲେଜର ମଧ୍ୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ହକି ବିଶ୍ୱକପ ପୂର୍ବରୁ  ରାଉରକେଲା ସହରରେ ମୋ ବସ ସେବାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ ଆସନ୍ତାକାଲି ଦିନ ପ୍ରାୟ ୧୨ଟା ୧୫ରେ ରାଉରକେଲାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରୁ  ମୁଖ୍ୟମନ୍ତ୍ରୀ ସିଧାସଳଖ ହକି ଷ୍ଟାଡିୟମ ଯିବାର କାର୍ଯ୍ୟକ୍ରମ ରହିଛି। ଷ୍ଟାଡିୟମରେ ଥିବା ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଏହାପରେ ଅପରାହ୍ନ ୪ଟାରେ ଡିଏଭି ପୋଖରୀ ନିକଟରେ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ବୋଲି ଜଣାପଡ଼ିଛି। ପ୍ରାୟ  ୧୧ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉଦଘାଟନ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।


ସେହିପରି ଅପରାହ୍ନ ୪ଟା ୨୫ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ ୧୫ ମିନିଟ ରହିବେ। ଉଦଘାଟନ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ଖେଳାଳୀ, ବରିଷ୍ଠ ଖେଳାଳି ଉପସ୍ଥିତ ରହିବେ। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ରାଜା କ୍ରୀଡା ସଚିବ ଆର ଭିନିଲ କ୍ରୀଷ୍ଣା ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିଛନ୍ତି।