AUS vs AFG: ନୂଆଦିଲ୍ଲୀ:ବିଶ୍ୱକପ୍ ୨୦୨୩ର ୩୯ତମ ମ୍ୟାଚ୍ ପାଞ୍ଚ ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଛି। ମୁମ୍ବାଇର ୱାଙ୍ଖଡ଼େରେ ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ହାରିଯାଇଛି। କିନ୍ତୁ ଦଳର ଓପନର୍ ଇବ୍ରାହିମ୍ ଜାଦରାନ ଏକ ଶତକୀୟ ଇନିଂସ ଖେଳିଛନ୍ତି। ଏହା ସହ ସେ ବିଶ୍ୱକପରେ ଆଫଗାନିସ୍ତାନ ପାଇଁ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି। ଜାଦରାନ ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କୁ ତାଙ୍କର ପ୍ରଥମ ଶତକୀୟ ଇନିଂସ ପାଇଁ ଯଥେଷ୍ଟ ଶକ୍ତି ଏବଂ ଆତ୍ମବିଶ୍ୱାସ ଦେଇଥିବାରୁ ସଚିନଙ୍କୁ ଶ୍ରେୟ ଦେଇଛନ୍ତି। ୨୧ ବର୍ଷୀୟ ଜାଦରାନ ଆଫଗାନିସ୍ତାନ ପାଇଁ ପ୍ରଥମ ବ୍ୟାଟ୍ସମ୍ୟାନ୍ ଏବଂ ପୁରୁଷ ସର୍ବଦଳୀୟ ବିଶ୍ୱକପ୍‌ରେ ଶତକ ହାସଲ କରିଥିବା ଚତୁର୍ଥ କନିଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇ ଆଫଗାନିସ୍ତାନକୁ ବିଶ୍ୱକପରେ ସର୍ବାଧିକ ସ୍କୋର କରିବାରେ ସାହାଯ୍ୟ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଚଳିତ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ, ପାକିସ୍ଥାନ ଏବଂ ଶ୍ରୀଲଙ୍କା ଏବଂ ନେଦରଲ୍ୟାଣ୍ଡକୁ ପରାସ୍ତ କରି ସାରିଛି ଆଫଗାନିସ୍ତାନ। କିନ୍ତୁ ଆଜିର ମ୍ୟାଚ ହାରିଯିବା ପରେ ସେମି ଆଶା ମଉଳିଯାଇଛି। ତେବେ ଆଫଗାନିସ୍ତାନ ପରବର୍ତ୍ତି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ମଙ୍ଗଳବାର ଦିନ ଜାଦରାନ ଭାରତୀୟ ପଡ଼ିଆରେ ଏକ ଶତକ ହାସଲ କରିବାକୁ ପ୍ରେରଣା ଦେଇଥିବାରୁ ସଚିନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ତେନ୍ଦୁଲକର ଆଫଗାନିସ୍ତାନ ଦଳ ପରିଦର୍ଶନ କରି ଖେଳାଳିଙ୍କ ସହ ଆଲୋଚନା କରିଥିଲେ।


"ସଚିନ ତେନ୍ଦୁଲକରଙ୍କ ସହ ମୋର ଭଲ ଆଲୋଚନା ହୋଇଥିଲା। ସେ ତାଙ୍କ ଅଭିଜ୍ଞତା ଆମ ସହିତ ସେୟାର କରିଥିଲେ ଏବଂ ମ୍ୟାଚ୍ ପୂର୍ବରୁ ମୁଁ କହିଥିଲି ଯେ ମୁଁ ସଚିନ ତେନ୍ଦୁଲକରଙ୍କ ଭଳି ବ୍ୟାଟିଂ କରିବି। ସେ ମୋତେ ବହୁତ ଶକ୍ତି ଏବଂ ଆତ୍ମବିଶ୍ୱାସ ଦେଇଥିଲେ ବୋଲି ଜାଦରାନ କହିଥିଲେ। ଜାଦରାନ ୧୪୩ଟି ବଲ ଖେଳି ୧୨୯ ରନ ସଂଗ୍ରହ କରିଥିଲେ। ଶତକୀୟ ଇନିଂସ ହାସଲ କରିବା ପରେ ଜାଦରାନ କହିଥିଲେ କି ମୁଁ ଦେଶ ପାଇଁ ଶତକ ହାସଲ କରିବା ପରେ ବହୁତ ଖୁସି ରହିଛି। ଆଜିର ମ୍ୟାଚ ପାଇଁ ମୁଁ ବହୁତ ପରିଶ୍ରମ କରିଛି। ପାକିସ୍ତାନ ବିପକ୍ଷରେ ମୁଁ ଶତକ ହାସଲ କରିବାରୁ ଅଳ୍ପକେ ବଞ୍ଚିଯାଇଥିଲି କିନ୍ତୁ ଆଜି ଶଦକ ପୁରଣ କରିବା ସହିତ ଆଶା ପୂରଣ ହୋଇଛି।