India vs Australia 1st Test: ଭାରତୀୟ ଦଳର ଷ୍ଟାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଦୀର୍ଘ ଦିନ ଧରି ଆଘାତରେ ପୀଡିତ ଥିଲେ । ବର୍ତ୍ତମାନ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ରେ ସାମିଲ କରାଯାଇଛି । ଏହି ସମୟରେ ଭାରତର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ (Ravi Shastri) ରବିନ୍ଦ୍ର ଜାଡେଜାଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ସେ ଏପରି ଜଣେ ଖେଳାଳିଙ୍କ ନାମ କହିଛନ୍ତି ଯିଏ ଏହି ସିରିଜରେ ରବିନ୍ଦ୍ର ଜାଡେଜାଙ୍କ ପାଇଁ ବିପଦ ବୋଲି ପ୍ରମାଣିତ ହୋଇପାରନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି (ଗୁରୁବାର) ଅର୍ଥାତ ଫେବୃଆରୀ ୯ରୁ ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ (VCA Stadium) ରେ ଖେଳାଯିବ ।


COMMERCIAL BREAK
SCROLL TO CONTINUE READING

ରବି ଶାସ୍ତ୍ରୀ  (Ravi Shastri) ବିଶ୍ୱାସ କରନ୍ତି ଯେ, ସିରିଜର ପ୍ରଥମ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ରବିନ୍ଦ୍ର ଜାଡେଜା (Ravindra Jadeja) କିମ୍ୱା ଅକ୍ସର ପଟେଲ (Axar Patel) ଙ୍କ ମଧ୍ୟରୁ କେବଳ ଜଣେ ଖେଳାଳି ସାମିଲ ହେବେ । ଏକ ଟିଭି ଚ୍ୟାନେଲ ସହ କଥା ହୋଇ ରବି ଶାସ୍ତ୍ରୀ କହିଛନ୍ତି ଯେ, ଅକ୍ସର ପଟେଲ ମଧ୍ୟ ରବିନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳି । ଉଭୟ ବାମହାତୀ ସ୍ପିନ୍ ବୋଲର ଓ ନିମ୍ନ କ୍ରମରେ ବ୍ୟାଟିଂ କରି ଉପଯୋଗୀ ଇନିଂସ ଖେଳନ୍ତି । ସମାନ କୌଶଳ ହେତୁ ପ୍ଲେଇଙ୍ଗ 11ରେ ଉଭୟଙ୍କ ମଧ୍ୟରୁ ଜଣେ ସ୍ଥାନ ପକ୍କା କରିପାରିବେ ।


୩୩ ବର୍ଷୀୟ ରବିନ୍ଦ୍ର ଜାଡେଜା (Ravindra Jadeja) ଗତ ୫ ମାସ ଧରି ଟିମ୍ ଇଣ୍ଡିଆ (Team India) ର ଅଂଶ ନଥିଲେ । ତାଙ୍କ ସ୍ଥାନରେ ଅକ୍ସର ପଟେଲ (Axar Patel) ଦଳରେ ଖେଳିବାର ସୁଯୋଗ ପାଇଥିଲେ । ସାମ୍ପ୍ରତିକ ସମୟରେ ଅକ୍ସର ପଟେଲ ଏହି ତିନୋଟି ଫର୍ମାଟରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି, ଏଭଳି ପରିସ୍ଥିତିରେ ଅକ୍ସର ପଟେଲ ଅଧିନାୟକ ରୋହିତଙ୍କ ପ୍ରଥମ ପସନ୍ଦ ବୋଲି ପ୍ରମାଣିତ ହୋଇପାରନ୍ତି ।


ଅଧିକ ପଢ଼ନ୍ତୁ:-ସରକାର ଆରମ୍ଭ କଲେ ଆଉ ଏକ ପେନସନ ଯୋଜନା, କର୍ମଚାରୀଙ୍କୁ ମିଳିବ OPS ଅପେକ୍ଷା ଅଧିକ ଲାଭ!


ଅଧିକ ପଢ଼ନ୍ତୁ:-BCCI ଏହି ଖେଳାଳିଙ୍କୁ ସୁଯୋଗ ଦେଇ ନିଜ ଗୋଡ଼ରେ ମାରିଲା କୁରାଢ଼ୀ! ହାତରୁ ଯାଇପାରେ ବର୍ଡର-ଗାଭାସ୍କର ସିରିଜ୍


ଅଧିକ ପଢ଼ନ୍ତୁ:-RBI ନୂଆ ବର୍ଷରେ ଦେଲା ଜୋରଦାର ଝଟକା, ଦେଶର କୋଟି କୋଟି ଜନତାଙ୍କ ବଢ଼ିବ ସମସ୍ୟା!


ଏଠାରେ କହି ରଖୁଛୁ ଯେ, ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କୁ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା । ଏସିଆ କପ୍ ୨୦୨୨ (Asia Cup 2022) ରେ ରବିନ୍ଦ୍ର ଜାଡେଜା କେବଳ ୨ଟି ମ୍ୟାଚ୍ ଖେଳିବା ପରେ ଛାଡିଥିଲେ । ଏହା ପରେ ତାଙ୍କର ମଧ୍ୟ ଏହି ଆଘାତ ପାଇଁ ଅସ୍ତ୍ରୋପଚାର କରାଯାଇଥିଲା । ସେବେଠାରୁ ରବିନ୍ଦ୍ର ଜାଡେଜା ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) ରେ ଥିଲେ । ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ଖେଳାଳି ହେଉଛନ୍ତି ରବିନ୍ଦ୍ର ଜାଡେଜା । ରବିନ୍ଦ୍ର ଜାଡେଜା ୨୪.୭୧ ଏଭେରେଜରେ ଭାରତ ପାଇଁ ୬୦ଟି ଟେଷ୍ଟରେ ୨୪୨ ୱିକେଟ୍ ନେଇଛନ୍ତି ଓ ୩ଟି ଶତକ ସହିତ ୩୬.୫୭ ଏଭେରେଜରେ ୨୫୨୩ ରନ୍ ସ୍କୋର କରିଛନ୍ତି ।