India vs Australia 1st Test, Ravindra Jadeja Viral Ball Tampering Video: ବର୍ଡର ଗାଭାସ୍କର ଟେଷ୍ଟ ସିରିଜ (Border-Gavaskar Trophy Series) ର ପ୍ରଥମ ମ୍ୟାଚ (IND vs AUS 1st Test Match) ନାଗପୁରରେ ଖେଳାଯାଉଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ହଇଚଇ ସୃଷ୍ଟି କରି ଅଷ୍ଟ୍ରେଲିଆ ଦଳକୁ ଧ୍ୱସ୍ତ କରିଥିଲେ । ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ରବିନ୍ଦ୍ର ଜାଡେଜା (Ravindra Jadeja) ୫ ୱିକେଟ୍ ନେଇ କଙ୍ଗାରୁ ଦଳକୁ ୧୭୭ ରନରେ ଅୱଆଉଟ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ରବିନ୍ଦ୍ର ଜାଡେଜାଙ୍କ ଏହି ଉତ୍କୃଷ୍ଟ ପ୍ରଦର୍ଶନ ଅଷ୍ଟ୍ରେଲିଆ ଗଣମାଧ୍ୟମ ଦ୍ୱାରା ହଜମ ହୋଇପାରିନଥିଲା । ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ବଲ୍ ଟାମ୍ପରିଂ (Ravindra Jadeja Viral Ball Tampering Video) କରିବାର ଅଭିଯୋଗ ଆଣିଛି ।


COMMERCIAL BREAK
SCROLL TO CONTINUE READING

ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କ ଉପରେ ବଲ୍ ଟାମ୍ପରିଂ ଅଭିଯୋଗ କରାଯିବା ପରେ ମ୍ୟାଚ୍ ରେଫରି (Match Referee) ଆଣ୍ଡି ପାଇକ୍ରଫ୍ଟ (Andy Pycroft) ହଠାତ୍ ଆକ୍ସନରେ ଆସି ଏକ ବଡ଼ ପଦକ୍ଷେପ ନେଇଛନ୍ତି । ନାଗପୁରରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚରେ ଆଣ୍ଡି ପାଇକ୍ରଫ୍ଟ ମ୍ୟାଚ୍ ରେଫରି ଅଛନ୍ତି । ତେଣୁ ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ ବଲ୍ ଟାମ୍ପରିଂ ଅଭିଯୋଗ କରାଯିବା ପରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ହଠାତ୍ ଏକ ବଡ଼ ପଦକ୍ଷେପ ନେଇ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଓ ଭାରତୀୟ କ୍ରିକେଟ୍ ଦଳର ମ୍ୟାନେଜରଙ୍କୁ ଡକାଇଛନ୍ତି ।


ESPNcricinfo ର ରିପୋର୍ଟ ଅନୁସାରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ଭାରତୀୟ କ୍ରିକେଟ୍ ଦଳର ମ୍ୟାନେଜରଙ୍କୁ ରବିନ୍ଦ୍ର ଜାଡେଜାଙ୍କ ଏକ ଭିଡିଓ କ୍ଲିପ୍ ଦେଖାଇଛନ୍ତି, ଯେଉଁଥିରେ ଜାଡେଜା ମ୍ୟାଚରେ ବଲିଂ କରିବା ପୂର୍ବରୁ ସାଥୀ ଖେଳାଳି ମହମ୍ମଦ ସିରାଜଙ୍କ ନିକଟକୁ ଯାଆନ୍ତି ଓ ତାଙ୍କ ଠାରୁ ବାମ୍ ପରି କୌଣସି ଜିନିଷ ନେଇ ନିଜ ଆଙ୍ଗୁଠିରେ ଲଗାନ୍ତି । ଏହା ବୁଝାପଡୁଛି ଯେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ କେବଳ ତାଙ୍କୁ ଏହି ଘଟଣା ବିଷୟରେ ଜଣାଇବାକୁ ଚାହୁଁଥିଲେ । ଯଦିଓ ମ୍ୟାଚ୍ ରେଫରି ରବିନ୍ଦ୍ର ଜାଡେଜାଙ୍କ ବିରୋଧରେ କୌଣସି ଅଭିଯୋଗ କରିନାହାଁନ୍ତି ।


ଏହା ପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ କହିଛି ଯେ ଅଷ୍ଟ୍ରେଲିଆ ବିପକ୍ଷରେ ନାଗପୁର ଟେଷ୍ଟର ପ୍ରଥମ ଦିନରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ କ୍ଲିପ୍‌ରେ ରବିନ୍ଦ୍ର ଜାଡେଜା ତାଙ୍କ ବୋଲିଂ ହାତର ଇଣ୍ଡେକ୍ସ ଆଙ୍ଗୁଠିରେ ଯନ୍ତ୍ରଣାରୁ ମୁକ୍ତି ପାଇଁ କ୍ରିମ ଲଗାଉଥିଲେ ।


ଅଧିକ ପଢ଼ନ୍ତୁ:-ରବିନ୍ଦ୍ର ଜାଡେଜାଙ୍କ ଉପରେ ଲାଗିବ ୧୨ ମାସର ବ୍ୟାନ୍!


ଅଧିକ ପଢ଼ନ୍ତୁ:-ଜିଓ ଉପରେ ଭାରୀ ଏୟାରଟେଲର ଏହି ରିଚାର୍ଜ ପ୍ଲାନ! ୧୯୯ରେ ମିଳୁଛି ଅଧିକ ଦିନ ପାଇଁ ମାଗଣା ଡାଟା ଓ କଲିଂ


ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୧୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ


 


ସେପଟେ ଅଷ୍ଟ୍ରେଲିଆ ଦଳ ଏପର୍ଯ୍ୟନ୍ତ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ନିକଟରେ କୌଣସି ଅଭିଯୋଗ କରିନାହାଁନ୍ତି । ଅଷ୍ଟ୍ରେଲିଆର ଗଣମାଧ୍ୟମ ତଥା ପୂର୍ବତନ ଖେଳାଳିମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଯେତେବେଳେ ଜଣେ କ୍ରିକେଟ୍ ପ୍ରଶଂସକ ସୋସିଆଲ ମିଡିଆରେ ଏହି ଭିଡିଓ ଫୁଟେଜ୍ ସେୟାର କରିଥିଲେ ସେତେବେଳେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍ ପାଏନ୍ (Tim Paine) ଏହାର ଜବାବ ଦେଇଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍ ପାଏନ୍ (Tim Paine) ଏହି ଭିଡିଓ ଉପରେ କମେଣ୍ଟ କରିଛନ୍ତି କି- 'କୌତୁହଳପ୍ରଦ ।' 


ଆପଣଙ୍କୁ କହି ରଖୁଛୁ ଯେ, ଏହି ଅଷ୍ଟ୍ରେଲିଆ ଦଳର ସଦସ୍ୟ ଡେଭିଡ ୱାର୍ନର (David Warner) ଓ ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ (Steve Smith) ୨୦୧୮ରେ ଦକ୍ଷିଣ ଆଫ୍ରିକାରେ ବଲ ଟାମ୍ପରିଂ ପାଇଁ ଏକ ବର୍ଷର ପ୍ରତିବନ୍ଧକ ସାମ୍ନା କରିଛନ୍ତି ।