India vs Australia: ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆରେ (India vs Australia, 2nd ODI )ଅଷ୍ଟ୍ରେଲିଆ ୧୦ ୱିକେଟ(10 wicket) ରେ ବିଜୟୀ (australia won match)ହୋଇଛି। ଦ୍ବିତୀୟ ଦିନିକିଆରେ ମାତ୍ର ୧୧ ଓଭରରେ ମ୍ୟାଚକୁ ହାତେଇ ନେବାରେ ଅଷ୍ଟ୍ରେଲିଆ ସଫଳ ହୋଇଥିଲା। ଅଷ୍ଟ୍ରେଲିଆ ଓପନରଙ୍କ ଛକା ଓ ଚୌକା ବର୍ଷାରେ ଭାରତୀୟ ବୋଲର ଧରାସାୟୀ ହୋଇପଡିଥିଲେ। ଆଜିର ଦ୍ବିତୀୟ ଦିନିକିଆରେ ୨୬ ଓଭରରେ ସମସ୍ତ ୱିକେଟ ହରାଇ ଭାରତ ୧୧୭ ରନ କରିଥିଲା। ଅପରପକ୍ଷରେ ଅଷ୍ଟ୍ରେଲିଆ ଅତି ସହଜରେ ମାତ୍ର ୧୧ ଓଭରରେ କୌଣସି ୱିକେଟ ନ ହରାଇ ୧୨୧ ରନ କରିବା ସହ ବିଜୟୀ ହୋଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଏହି ମ୍ୟାଚଟି ଖେଳାଯାଇଛି ।  


COMMERCIAL BREAK
SCROLL TO CONTINUE READING

ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି ନେଇଥିଲା। ପରେ ବ୍ୟାଟିଂ ସମୟରେ ଭାରତର ଆରମ୍ଭରୁ ବିପର୍ଯ୍ୟୟ ଘଟିଥିଲା। ପ୍ରାରମ୍ଭିକ ବ୍ୟାଟର ଶୁବମନ୍‌ ଗିଲ ଖାତା ନଖୋଲି ପାଭଲିଅନ ଫେରି ଆସିଥିଲେ। ଦଳର ସ୍କୋର ୩ ରନ୍‌ ଥିବା ବେଳେ ଘରୋଇ ଦଳକୁ ପ୍ରଥମ ଝଟକା ଲାଗିଥିଲା। ସ୍କୋର ୩୨ ରନ୍‌ରେ ଦ୍ବିତୀୟ ଓ ତୃତୀୟ ୱିକେଟ୍‌ ଭାବେ ଅଧିନାୟକ ରୋହିତ ଶର୍ମା ଓ ଯୁବ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆଉଟ୍‌ ହୋଇଥିଲେ। ୪୮ ରନ୍‌ରେ କେଏଲ୍‌ ରାହୁଲ,୪୯ ରନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ପାଭଲି୍ଅନ ଫେରି ଆସିଥିଲେ। ୭୧ ରନ୍‌ ବେଳକୁ ବିରାଟ କୋହଲି, ୯୧ ରନ୍‌ରେ ରବୀନ୍ଦ୍ର ଜାଦେଜା ଆଉଟ୍‌ ହୋଇଥିଲା ବେଳେ ୧୦୩ ରନ୍‌ରେ କୁଲଦୀପ ଯାଦବ ଓ ମହମ୍ମଦ ସାମି ପଡ଼ିଆକୁ ଫେରିଥିଲେ। ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ୩୧ ରନ୍‌ ସଂଗ୍ରହ କରିଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ଯଥାକ୍ରମେ ୨୯ ଓ ୧୬ ରନ୍‌ ଅମଳ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ଭାବେ ୧୩ ରନ୍‌ ସଂଗ୍ରହ କରିଥିଲେ। 


Also Read :  IND vs AUS: ମିଚେଲ ଷ୍ଟାର୍କଙ୍କ ଆଗରେ ଅସହାୟ ହୋଇପଡିଲା ଟିମଇଣ୍ଡିଆ, ଟ୍ରାଭିସ୍ ହେଡ୍ ଓ ମିଚେଲ ମାର୍ଶଙ୍କ କଲେ କମାଲ


Also Read : Team India: ଟିମ୍ ଇଣ୍ଡିଆର ଏହି ଘାତକ ଖେଳାଳି ହଠାତ୍ ନେଲେ ବଡ଼ ନିଷ୍ପତ୍ତି, ଏବେ ଅନ୍ୟ ଦେଶରେ ଖେଳୁଥିବାର ଆସିବେ ନଜର


ଅଷ୍ଟ୍ରେଲିଆର ଦୁଇ ଓଭନର ମିଚେଲ୍ ମାର୍ସ ଓ ଟ୍ରାଭିସ୍ ହେଡ ପଡ଼ିଆକୁ ଆସି ଛକା ଓ ଚୌକା ବର୍ଷା କରିଥିଲେ। ଉଭୟ ବ୍ୟାଟ୍ସମ୍ୟାନ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଟ୍ରାଭିସ ହେଡ ୩୦ଟି ବଲ୍‌ ଖେଳି ୧୦ଟି‌ ଚୌକା ସହାୟତାରେ ୫୧ ରନ୍‌ ଓ ମିଚେଲ ମାର୍ସ ୩୬ଟି ବଲ୍‌ ଖେଳି ୬ଟି ଚୌକା ଏବଂ ସମାନ ପରିମାଣର ଛକା ମାରି ୬୬ ରନ୍ ସଂଗ୍ରହ କରିଥିଲେ। ଆଜି ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ବିଜୟୀ ହେବା ପରେ ଦିନିକିଆ ଶୃଙ୍ଖଳା ୧-୧ ସମାନ ସ୍ତରକୁ ପହଞ୍ଚିଛି। ଆସନ୍ତା ୨୨ ତାରିଖରେ ନିର୍ଣ୍ଣାୟକ ମୁକାବିଲା ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯିବ। ସୂଚନାଯୋଗ୍ୟ, ଗତ ୧୭ ତାରିଖ ଦିନ ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୫ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।