IND vs AUS Test Series 2023: ୱେଷ୍ଟଇଣ୍ଡିଜ୍ (Australia vs West Indies) ଓ ସାଉଥ ଆଫ୍ରିକା (Australia vs South Africa) କୁ ଧୂଳି ଚଟାଇବା ଟିମ ଅଷ୍ଟ୍ରେଲିଆ (Australia Cricket Team) ର ଆଗାମୀ ଗସ୍ତ ଭାରତକୁ । ଏହି ଗସ୍ତରେ ଅଷ୍ଟ୍ରେଲିଆକୁ ୪ଟି ଟେଷ୍ଟ ମ୍ୟାଚର ସିରିଜ ଖେଳିବାକୁ ପଡ଼ିବ। ଏହି ସିରିଜ୍ ରୁ ଜଣାପଡ଼ିବ ଯେ, ଭାରତୀୟ ଟିମ ୱାର୍ଲଡ ଟେଷ୍ଟ ଚମ୍ପିଆନସିପ୍ ରେ (World Test Championship) ଫାଇନାଲ ଖେଳିବ ନା ନାହିଁ । ୯ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଟିମ୍ (Indian Cricket Team) ଅଣ୍ଟା ଭିଡି଼ ସାରିଛି। ନିକଟରେ ଭାରତୀୟ ଟିମ୍ ବାଂଲାଦେଶକୁ ତାଙ୍କ ମାଟିରେ ହିଁ ତାଙ୍କୁ ଧୂଳି ଚଟାଇଥିଲେ।


COMMERCIAL BREAK
SCROLL TO CONTINUE READING


୯ ଫେବୃଆରୀ ଶନିବାରରୁ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି। ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ରୋହିତ ଆଣ୍ଡ ସେନା ସହ ମୁହାଁମୁହିଁ ହେବ ପେଟ୍ କମିନ୍ସଙ୍କ ସେନା। ଅଷ୍ଟ୍ରେଲିଆ ଟିମ (Australia Team)  ଉତ୍କୃଷ୍ଟ ଫର୍ମରେ ଅଛି। ଅଷ୍ଟ୍ରେଲିଆ ଟିମ୍ ପ୍ରଥମେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା ଏବଂ ପରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲା। ବର୍ତ୍ତମାନ କଙ୍ଗାରୁ ଦଳ ଭାରତ ଗସ୍ତରେ ନିଜର ବିଜୟ ଅଭିଯାନ ଜାରି ରଖିବାକୁ ଚାହୁଁଛନ୍ତି। ଦଳର ସାମ୍ପ୍ରତିକ ଫର୍ମ ଦେଖି କୌଣସି ବି ବିପକ୍ଷ ଦଳର ଟେନସନ ବଢିଯିବ।


ତେବେ ଚାଲନ୍ତୁ ଜାଣିବା ଅଷ୍ଟ୍ରେଲିଆର ସେହି ପାଞ୍ଚ ଖେଳାଳିଙ୍କ ବିଷୟରେ ଯେଉଁମାନେ ଭାରତ ବିପକ୍ଷରେ ଟେଷ୍ଟ ସିରିଜରେ ଖତରନାକ ସାବ୍ୟସ୍ତ ହୋଇପାରନ୍ତି। ପ୍ରଥମ ନାଁ ହେଉଛି ଡେଭିଡ ୱାର୍ଣ୍ଣର। ସାଉଥ ଆଫ୍ରିକା ବିପକ୍ଷରେ ୱାର୍ଣ୍ଣର (David Warner) ନିଜ ଫର୍ମକୁ ପୁଣି ଫେରିଛନ୍ତି। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟରେ ଦ୍ୱି-ଶତକ ମାରିବା ଖେଳାଳି ୱାର୍ଣ୍ଣର ଭାରତୀୟ ଖେଳାଳିଙ୍କ ପାଇଁ ଟେନସନର କାରଣ ହୋଇପାରନ୍ତି। କାରଣ ଭାରତ ବିପକ୍ଷରେ ପୂର୍ବରୁ ମଧ୍ୟ ୱାର୍ଣ୍ଣରଙ୍କ ପ୍ରଦର୍ଶନ ଖୁବ ଜବରଦସ୍ତ ରହିଛି।


କେବଳ ୱାର୍ଣ୍ଣର ନୁହଁନ୍ତି, Marnus Labuschagne ଙ୍କ ବ୍ୟାଟ୍ ଯେଉଁ ରୂପରେ ଚାଲୁଛି, ତାହା ଦେଖି ପୁରୁଣା ଅଷ୍ଟ୍ରେଲିଆ ଦଳର ଝଲକ ଦେଖାଯାଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ କଙ୍ଗାରୁ ଦଳ ବୋଲିଂ ସହ ବ୍ୟାଟିଂ କ୍ଷେତ୍ରରେ ମଧ୍ୟ ଖୁବ୍ ଚମତ୍କାର ପ୍ରଦର୍ଶନ କରିଥିଲେ। ୱେଷ୍ଟଇଣ୍ଡିଜ୍ ଗସ୍ତ ପରଠାରୁ Labuschagne  ଫର୍ମରେ ଅଛନ୍ତି ଏବଂ ବଡ ଇନିଂସ ଖେଳୁଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲୀୟ ବୋଲରଙ୍କ ସ୍ପିଡ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅଧିକ ଅସୁବିଧାରେ ପକାଉଛି। ପେଟ୍ କମିନ୍ସ ଏବଂ ନାଥାନ୍ ଲାୟନ୍ ଭାରତୀୟ ପିଚ୍ ଉପରେ ହଇଚଇ ସୃଷ୍ଟି କରିପାରନ୍ତି।


Nathan Lyon ମଧ୍ୟ ଭାରତ ବିପକ୍ଷରେ ତାଙ୍କର ପୂର୍ବରୁ ଏକ ଭଲ ରେକର୍ଡ ରଖିଛନ୍ତି। ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା କେବଳ ତାଙ୍କ ଆତ୍ମବିଶ୍ୱାସକୁ ବଢାଇବ। ଅଧିନାୟକତ୍ୱରେ ପେଟ୍ କମିନ୍ସ ଭଲ ମ୍ୟାନେଜ କରିଛନ୍ତି । ଷ୍ଟିଭ୍ ସ୍ମିଥ୍ ଆଫ୍ରିକା ବିପକ୍ଷରେ ରନ୍ ସ୍କୋର କରିଛନ୍ତି ଏବଂ ଭାରତରେ ମଧ୍ୟ ତାଙ୍କର ଫର୍ମ ଜାରି ରଖିବାକୁ ଚାହୁଁଛନ୍ତି।
 
ଭାରତୀୟ ଦଳକୁ ଅଷ୍ଟ୍ରେଲିଆ(IND vs AUS Test Series) ବିପକ୍ଷରେ ଅତି କମରେ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ। ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲକୁ ଟିକେଟ୍ ଏହି ସିରିଜ୍ ଉପରେ ନିର୍ଭର କରେ । ଏହି ସିରିଜର ପ୍ରଥମ ଟେଷ୍ଟ ଫେବୃଆରୀ ୯ ରୁ ୧୩ ପର୍ଯ୍ୟନ୍ତ ନାଗପୁରରେ, ଫେବୃଆରୀ ୧୭ ରୁ ୨୧ ପର୍ଯ୍ୟନ୍ତ ଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟ, ମାର୍ଚ୍ଚ ୧ ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଧର୍ମଶାଳାରେ ତୃତୀୟ ଟେଷ୍ଟ ଏବଂ ମାର୍ଚ୍ଚ ୯ ରୁ ୧୩ ପର୍ଯ୍ୟନ୍ତ ଅହମ୍ମଦାବାଦରେ ଶେଷ ଟେଷ୍ଟ ଖେଳାଯିବ। 


Also Read: Legends League 2023: ଏସିଆ କପ୍ ପୂର୍ବରୁ ଭାରତ-ପାକିସ୍ତାନ କ୍ରିକେଟରଙ୍କ ମଧ୍ୟରେ ଦେଖିବାକୁ ମିଳିବ ମୁକାବିଲା, ଜାଣନ୍ତୁ କେବେ ଓ କେଉଁଠାରେ ହେବ ମ୍ୟାଚ୍


Also Read: Usman Khawaja: ମ୍ୟାଚ୍ ମଝିରେ ଅଧିନାୟକ ନିଜ ଖେଳାଳିଙ୍କୁ ହିଁ ଦେଲେ ଧୋକା! ସଚିନ ବି ହୋଇଥିଲେ ଏଭଳି ଘଟଣାର ଶିକାର