IND vs BAN 1st T20I: ରବିବାର ଦିନ ଗ୍ୱାଲିଅରର ମାଧବରାଓ ସିନ୍ଧିଆ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ବାଂଲାଦେଶକୁ ସାତ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୧୧.୫ ଓଭରରେ ତିନୋଟି ୱିକେଟ୍ ହରାଇ ୧୩୨ ରନ୍ ସ୍କୋର କରି ଏହି ମ୍ୟାଚ୍ ଜିତି ନେଇଥିଲା। ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩୯ ରନ୍ ସ୍କୋର କରିଥିଲେ।


COMMERCIAL BREAK
SCROLL TO CONTINUE READING

୧୨୮ ରନ୍‌ର ଟାର୍ଗେଟକୁ ପିଛା କିରିବାକୁ ଆସିଥିବା ଭାରତୀୟ ଦଳ ଏକ ବିସ୍ଫୋରକ ଆରମ୍ଭ କରିଥିଲା। ଅବିଷେକ ଏବଂ ସଞ୍ଜୁ ସାମସନ ଦଳ ପାଇଁ ଓପନିଂ କରିଥିଲେ। ଭାରତର ପ୍ରଥମ ୱିକେଟ୍ ଭାବେ ଅବିଷେକ ଶର୍ମା ରନ୍ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ। ଅଭିଷେକ ୭ଟି ବଲରେ ୧୬ ରନ୍ ସଂଗ୍ରହ କରିଥିଲେ। ସୁର୍ଯ୍ୟକୁମାର ଯାଦବ ଅଧିନାୟକ ପରି ଇନିଂସ ଖେଳିଥିଲେ। ସେ ୧୪ ବଲରେ ୨୯ ରନ୍ ସଂଗ୍ରହ କରିଥିଲେ। ସଞ୍ଜୁ ସାମସନ ୧୯ଟି ବଲରେ ୨୯ ରନ୍ ସଂଗ୍ରହ କରିଥିଲେ। ମେହେଦି ତାଙ୍କୁ ଆଉଟ୍ କରିଥିଲେ। ଏହା ପରେ ନୀତୀଶ ଓ ହାର୍ଦ୍ଦିକଙ୍କ ମଧ୍ୟରେ ୫୨ ରନର ପାର୍ଟନରସିପ ଯୋଗୁଁ ଭାରତ  ଏହି ମ୍ୟାଚକୁ ସାତୋଟି ୱିକେଟରେ ଜିତି ନେଇଥିଲା। ୧୬ ବଲରେ ହାର୍ଦ୍ଦିକ ୩୯ ରନ୍ ଏବଂ ନୀତୀଶ ୧୫ ବଲରେ ୧୬ ରନର ଯୋଗଦାନ କରିଥିଲେ।


ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ବାଂଲାଦେଶର ଆରମ୍ଭ ବହୁତ ଖରାପ ଥିଲା। ତିନି ଓଭର ମଧ୍ୟରେ ଦଳ ଉଭୟ ଓପନିଂ ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ହରାଇଥିଲା। ଅରଶଦୀପ ସିଂ ଲିଟନ୍ ଦାସ (୪) ଓ ପରଭେଜ୍ (୮) ଙ୍କୁ ପ୍ୟାଭିଲିୟନକୁ ରାସ୍ତା ଦେଖାଇଲେ। ବରୁଣ ଚକ୍ରବର୍ତ୍ତୀ ତାହିଦଙ୍କୁ ଆଉଟ୍ କରିଥିଲେ। ୧୮ ବଲରେ ୧୨ ରନ୍ ସ୍କୋର କରିବା ପରେ ତାହିଦ୍ ଆଉଟ୍ ହୋଇଥିଲେ। ଡେବ୍ୟୁ ମ୍ୟାଚରେ ମୟଙ୍କ ଯାଦବ ମହମୁଦୁଲ୍ଲା (୧)କୁ ପ୍ୟାଭିଲିୟନକୁ ପଠାଇଥିଲେ। ବରୁଣ ଜାକର ଅଲିଙ୍କୁ  କ୍ଲିନ୍ ବୋଲ୍ଡ କରିଥିଲେ। ୨୫ ବଲରେ ୨୭ ରନ୍ ସ୍କୋର କରିବା ପରେ କ୍ୟାପଟେନ ନାଜମୁଲ ଶାନ୍ତୋ ୱାଶିଂଟନଙ୍କ ବଲରେ ଶିକାର ହୋଇଥିଲେ। ରିଷଦ ହୁସେନ୍‌ (୧୧) ଙ୍କୁ ଆଉଟ୍ କରି ବରୁଣ ମ୍ୟାଚରେ ତୃତୀୟ ୱିକେଟ୍ ନେଇଥିଲେ। ତସ୍କିନ୍ ରନ୍ ଆଉଟ୍ ହୋଇଥିବାବେଳେ, ହାର୍ଦ୍ଦିକ କ୍ଲିନ୍ ଶୋରିଫୁଲ୍ ଇସଲାମକୁ ବୋଲ୍ଡ କରିଥିଲେ।


Also Read: IND W vs PAK W: ସେମିଫାଇନାଲ ଆଶାକୁ ଜୀବନ୍ତ ରଖିଲା ଟିମ୍ ଇଣ୍ଡିଆ, ପାକିସ୍ତାନକୁ ୬ ୱିକେଟରେ କଲା ପରାସ୍ତ