IND vs BAN T20I: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି। ବୁଚି ବାବୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍ ବେଳେ ସୂର୍ଯ୍ୟ ଆହତ ହେବା ପରେ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ମୁମ୍ବାଇ ପକ୍ଷରୁ ଖେଳୁଥିବା ସୂର୍ଯ୍ୟ ତାମିଲନାଡୁ କ୍ରିକେଟ ଆସୋସିଏସନ୍ ଏକାଦଶ ବିପକ୍ଷ ମ୍ୟାଚ୍ ରେ ଆହତ ହୋଇଥିଲେ। ଏହି ମ୍ୟାଚରେ ସୂର୍ଯ୍ୟ ମାତ୍ର ୩୮ ବଲ୍ ରେ ପଡ଼ିଆରେ ରହିପାରିଥିଲେ ଏବଂ ଏହା ପରେ ତାଙ୍କ ଖେଳୁଥିବା ଦୁଲିପ ଟ୍ରଫି କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସେପ୍ଟେମ୍ବର ୫ରୁ ଆରମ୍ଭ ହେବାକୁ ଥିବା ଦୁଲୀପ ଟ୍ରଫିରେ ସୂର୍ଯ୍ୟ 'ସି' ଦଳର ସଦସ୍ୟ ଅଛନ୍ତି। ସୂର୍ଯ୍ୟଙ୍କ ଆଘାତର ଗମ୍ଭୀରତା ବିଷୟରେ କୌଣସି ସୂଚନା ମିଳିନାହିଁ, କିନ୍ତୁ ଯଦି ସେ ଆସନ୍ତା ମାସରେ ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଟି-୨୦ ଶୃଙ୍ଖଳା ପାଇଁ ଉପଲବ୍ଧ ନ ହୁଅନ୍ତି, ତେବେ କେଉଁ ଖେଳାଳିଙ୍କୁ ଦଳର ନେତୃତ୍ୱ ଦିଆଯାଇପାରେ। ଆସନ୍ତୁ ଜାଣିବା।

 

ଋଷଭ ପନ୍ତ (Rishabh Pant)

ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାରେ ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦଳର ଅଧିନାୟକତ୍ୱ ପାଇଁ ଉପଯୁକ୍ତ। ଯଦି ସୂର୍ଯ୍ୟ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଫିଟ୍ ନ ହୁଅନ୍ତି, ତେବେ ପନ୍ତଙ୍କୁ ଏହି ଦାୟିତ୍ୱ ଦିଆଯାଇପାରେ। ପନ୍ତଙ୍କ ପାଖରେ ଅଧିନାୟକତ୍ୱ ଅଭିଜ୍ଞତା ରହିଛି। ସେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଥିଲେ ଏବଂ ୨୦୨୨ରେ ୫ ଥର ଭାରତୀୟ ଟି-୨୦ ଦଳର ନେତୃତ୍ୱ ନେଇଛନ୍ତି, ଦଳ ୨ଟି ରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜୟ ବରଣ କରିଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର ରେ ଶେଷ ହୋଇଛି।

 

ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya)

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ନେତୃତ୍ୱ ନେବାର ଆଉ ଏକ ସୁଯୋଗ ମିଳିପାରେ। ଟ୍ବେଣ୍ଟି-୨୦ ବିଶ୍ୱକପ୍ ପରେ ରୋହିତ ଶର୍ମା ଟି-୨୦କୁ ବିଦାୟ ଦେଇଥିଲେ। ଏହାପରେ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯିବ ବୋଲି ସମସ୍ତେ ଆଶା ରଖିଥିଲେ, କିନ୍ତୁ ଚୟନକର୍ତ୍ତା ମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ କରିଥିଲେ। ଏବେ ସୂର୍ଯ୍ୟକୁମାର ଆହତ ହେବା ପରେ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ନେବାର ଆଉ ଏକ ସୁଯୋଗ ମିଳିପାରେ। ପାଣ୍ଡ୍ୟା ପୂର୍ବରୁ ଭାରତୀୟ ଦଳର ନେତୃତ୍ୱ ନେଇସାରିଛନ୍ତି ଏବଂ ୧୬ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୧୦ଟି ରେ ବିଜୟୀ ହୋଇଥିବା ବେଳେ ୫ଟି ମ୍ୟାଚ୍ ହାରିଛି ଭାରତ।

 

ଶୁବମନ ଗିଲ୍ (Shubman Gill)

ଶୁବମନ ଗିଲ ମଧ୍ୟ ଭାରତର ଟି-୨୦ ଅଧିନାୟକ ହେବା ପାଇଁ ଜଣେ ମଜଭୁତ ଖେଳାଳି। ନିକଟରେ ସେ ଶ୍ରୀଲଙ୍କା ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଉପଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ଜିମ୍ବାଓ୍ବେ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଗିଲ୍ ଦଳର ନେତୃତ୍ୱ ନେଇଥିଲେ। ଶୁବମନଙ୍କ ନେତୃତ୍ୱରେ ଭାରତ ଜିମ୍ବାୱେ ବିପକ୍ଷ ଟି-୨୦ ଶୃଙ୍ଖଳାକୁ ୪-୧ରେ ଜିତିନେଇଥିଲା। ଏଭଳି ସ୍ଥିତିରେ ଯଦି ସୂର୍ଯ୍ୟ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜ ପାଇଁ ଫିଟ୍ ନ ହୁଅନ୍ତି, ତେବେ ତାଙ୍କୁ ଦଳର ନେତୃତ୍ୱ ଦିଆଯାଇପାରେ ବୋଲି ବିଶ୍ୱାସ କରାଯାଉଛି।