India vs Bangladesh 1st T20: ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ପିଠିରେ ଆଘାତ ଲାଗିଥିବାରୁ ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ପୂରା ସିରିଜରୁ ବାଦ୍ ପଡିଛନ୍ତି। ଶିବଙ୍କ ସ୍ଥାନରେ ତିଲକ ବର୍ମାଙ୍କୁ ଦଳରେ ସାମିଲ କରାଯାଇଛି। ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ୬ ଅକ୍ଟୋବରରେ ୨୦୨୪ ଗ୍ୱାଲିଅରରେ ଖେଳାଯିବ। ଦଳରୁ ଶିବମଙ୍କ ବାଦ ପଡିବା ଭାରତୀୟ ଦଳ ପାଇଁ ଏକ ବଡ଼ ଝଟକା ସଦୃଶ କାରଣ ଷ୍ଟାର ଅଲରାଉଣ୍ଡରଙ୍କ ପାଖରେ ଯେକୌଣସି ମ୍ୟାଚର ମୋଡ ବଦଳାଇବାର କ୍ଷମତା ରହିଛି।


COMMERCIAL BREAK
SCROLL TO CONTINUE READING

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଶିବମ୍ ଦୁବେଙ୍କୁ ଦେଖିବାକୁ ମିଳିବ ନାହିଁ। ପିଠିରେ ଆଘାତ ଯୋଗୁଁ ଶିବମ୍ ପୂରା ସିରିଜ୍ ବାଦ ଅଛନ୍ତି। ତିଲକ ବର୍ମା ଶିବଙ୍କ ସ୍ଥାନରେ ଦଳରେ ଏଣ୍ଟ୍ରି କରିଛନ୍ତି। ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜରେ ଶିବମ ଦଳର ଏକ ଅଂଶ ଥିଲେ, କିନ୍ତୁ ବ୍ୟାଟିଂରେ ପ୍ରଦର୍ଶନ ବିଶେଷ କିଛି ନଥିଲା। ଏଥି ସହିତ ଟି-୨୦ ବିଶ୍ୱକପ ୨୦୨୪ ରେ ମଧ୍ୟ ଶିବମ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲେ। ଚଳିତ ବର୍ଷ ଜୁଲାଇରେ ଆଫଗାନିସ୍ତାନ ବିପକ୍ଷରେ ତିଲକ ତାଙ୍କର ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ମୋହାଲିରେ ଖେଳାଯାଇଥିବା ଏହି ମ୍ୟାଚରେ ତିଲକ ୨୬ ରନର ଇନିଂସ ଖେଳିଥିଲେ।



ଟି-୨୦ ସିରିଜ୍ କାର୍ଯ୍ୟସୂଚୀ
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍ ୬ ଅକ୍ଟୋବରରୁ ଆରମ୍ଭ ହେବ ଏବଂ ସିରିଜର ପ୍ରଥମ ମ୍ୟାଚ୍ ଗ୍ୱାଲିଅରରେ ଖେଳାଯିବ। ସିରିଜର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ତୃତୀୟ ତଥା ଅନ୍ତିମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ୍ ଷ୍ଟାଡିୟମ୍ ଦ୍ୱାରା ଆୟୋଜିତ ହେବ।


ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଅନେକ ଯୁବ ଖେଳାଳିଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ଦିଆଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ମୟଙ୍କ ଯାଦବ, ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀଙ୍କ ଭଳି ଯୁବ ଖେଳାଳିଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଏଥି ସହିତ ବରୁଣ ଚକ୍ରବର୍ତ୍ତୀ ତିନି ବର୍ଷ ପରେ ଭାରତର ଟି-୨୦ ଦଳକୁ ଫେରିଛନ୍ତି। ଅବିଷେକ ଶର୍ମାଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି। କ୍ୟାପଟେନ ସୂର୍ଯ୍ୟ ନିଶ୍ଚିତ କରିଛନ୍ତି ଯେ ପ୍ରଥମ ଟି-୨୦ ମ୍ୟାଚରେ ଅବିଷେକ ଶର୍ମାଙ୍କ ସହ ସଞ୍ଜୁ ସାମସନ ଇନିଂସ ଆରମ୍ଭ କରିବେ।


Also Read: IND vs BAN: ପ୍ରଥମ ଟି-୨୦ ରେ ଏହି ପ୍ଲେଇଂ-11 ସହ ପଡି଼ଆକୁ ଉହ୍ଲାଇବ ଟିମ୍ ଇଣ୍ଡିଆ! ଡେବ୍ୟୁ କରିବେ ୩ ଖେଳାଳି