Virat Kohli Waterboy Funny Running IND vs BAN: ଭାରତ-ବାଂଲାଦେଶ ମଧ୍ୟରେ ଏସିଆ କପ୍ ସୁପର-୪ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ୫ଟି ପରିବର୍ତ୍ତନ କରିଛି । ବିରାଟ କୋହଲି, ଜାସପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦିପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି । ଏହା ସମେତ, ତିଲ୍କକ ଭର୍ମା, ସୁର୍ୟ୍ୟକୁମାର ଯାଦବ, ଶାର୍ଦ୍ଧୁଲ ଠାକୁର ଓ ପ୍ରସିଦ୍ଧ କ୍ରୀଷ୍ଣା ସେମାନଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଛନ୍ତି । ଏହି ମ୍ୟାଚ୍ ସମୟରେ, ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା, ଯେତେବେଳେ ବିରାଟ କୋହେଲି ୱାଟରବୟ ଭାବରେ ନଜର ଆସିଥିଲେ । ଯଦିଓ ଏହି ସମୟ ମଧ୍ୟରେ, ତାଙ୍କ 'ଅଭିନୟ' ଦେଖିବା ପରେ ପ୍ରଶଂସକମାନେ ହସି ହସି ଗଡିଯାଇଥିଲେ ।


COMMERCIAL BREAK
SCROLL TO CONTINUE READING

କୋହଲିଙ୍କ ଜବରଦସ୍ତ 'ଅଭିନୟ'
ଏହି ଦୃଶ୍ୟ ଡ୍ରିଙ୍କ୍ସ ବ୍ରେକ୍ ସମୟରେ ଦେଖିବାକୁ ମିଳିଥିଲା । ଯତେବେଳେ ଡ୍ରିଙ୍କ୍ସ ବ୍ରେକ୍ ହୋଇଥିଲା, କୋହଲି ଓ ସିରାଜ ସେମାନଙ୍କ ହାତରେ ଡ୍ରିଙ୍କ୍ସ ସହିତ ଦୌଡ଼ିବା ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ କୋହଲି ଏପରି ଡେଇଁ ଡେଇଁ ଧାଁଇଥିଲେ ଯାହା ପ୍ରଶଂସକଙ୍କ ହୃଦୟ ବେସ୍ ଖୁସି କରି ଦେଇଥିଲା ।



ଯେତେବେଳେ କୋବଲି ଏପରି ବାରମ୍ବାର କରୁଥିଲେ, ସିରାଜ ମଧ୍ୟ ଏହା ଦେଖି ହସିଥିଲେ  । କୋହଲିଙ୍କ ଏହି ଆକ୍ସନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଶଂସକମାନେ ଏହା ଉପରେ ଜୋରଦାର କମେଣ୍ଚ ଦେଉଛନ୍ତି । କେତେକ କହୁଛନ୍ତି ଯେ ସେ ପୁରୁଣା ଦିନକୁ ଫେରିଛନ୍ତି, ଯଦିଓ କୋହଲି ଏହି ମ୍ୟାଚରେ ଖେଳୁ ନାହାଁନ୍ତି, ତଥାପି ସେ ଏହି ମ୍ୟାଚରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।


କଲମ୍ବୋରେ ଖେଳାଯିବ ଫାଇନାଲ ମ୍ୟାଚ୍ 
ସୂଚନାଯୋଗ୍ୟ ଯେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି । ଏଥି ସହିତ ଶ୍ରୀଲଙ୍କା ଦ୍ୱିତୀୟ ଦଳ ଭାବେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ୧୭ ସେପ୍ଟେମ୍ବରରେ କଲମ୍ବୋରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ ଟାରୁ ଆରମ୍ଭ ହେବ ।


ଏହା ବି ପଢ଼ନ୍ତୁ: ICC ର଼୍ୟାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ, ଦ୍ୱିତୀୟ ନମ୍ୱରରେ ପହଞ୍ଚିଲେ ଶୁବମନ୍ ଗିଲ୍, ଟପ୍-10 କୁ ଫେରିଲେ କୋହଲି-ରୋହିତ