IND Vs ENG: ଆଜି ଭାରତ ଓ ଇଂଲଣ୍ତ ମଧ୍ୟରେ ଖେଳାଯାଉଛି ଦ୍ବିତୀୟ ଟେଷ୍ଟ ମ୍ୟାଚ୍ । ବିଶାଖାପାଟଣାର ଭାଇଜାଗ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତୀୟ ଦଳ । ତେବେ ଏହି ମ୍ୟାଚ୍ ରେ ଦୁଇ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଏହି ମ୍ୟାଚ୍ ରେ ନିଜର ଟେଷ୍ଟ ଡ଼େବ୍ୟୁ କରିଛନ୍ତି ବ୍ୟାଟର ରଜତ ପାଟିଦାର । ଅନ୍ୟପଟେ ଷ୍ଟାର ବୋଲର ମହମ୍ମଦ ସିରାଜଙ୍କୁ ଏହି ମ୍ୟାଚରୁ ବାଦ ଦିଆଯାଇଛି। ମହମ୍ମଦ ସିରାଜଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ଦଳରେ ସାମିଲ କରାଯାଇଛି। ଏହା ବ୍ୟତୀତ କୁଲଦୀପ ଯାଦବ ପେଲିଂଙ୍ଗ ଇଲେଭେନ୍ ରେ ସ୍ଥାନ ପାଇଛନ୍ତି। ତେବେ ପୂର୍ବରୁ ଏହି ମ୍ୟାଚ୍ ରେ ସରଫରାଜ ଖାନ୍ ଟେଷ୍ଟରେ ଡେବ୍ୟୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ତାଙ୍କ ସ୍ଥାନରେ ଦଳରେ ରାଜତ ପାଟିଦାର ସୁଯୋଗ ଦିଆଯାଇଛି। ଯାହା ପରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ସରଫରାଜ ଖାନ୍ ଡେବ୍ୟୁ କରିବା ନେଇ ସୁଯୋଗ ମିଳିନଥିବାରୁ ଫ୍ୟାନ୍ସ  ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।


ଏନେଇ ଜଣେ ସୋସିଆଲ ମିଡିଆ ୟୁଜର୍ସ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଗିଲ ଶେଷ 11ଟି ଟେଷ୍ଟ ମ୍ୟାଚ୍ ରେ 50 ରନ୍ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ ମଧ୍ଯ ତାଙ୍କୁ ଦଳରେ ସୁଯୋଗ ମିଳିଛି। କିନ୍ତୁ ସରଫରାଜ ଖାନଙ୍କୁ ସୁଯୋଗ ମିଳିନାହିଁ!




କେବେ ଡେବ୍ୟୁ କରିବେ ସରଫରାଜ ଖାନ?


ସରଫରାଜ ଆଗାମୀ ମ୍ୟାଚ୍‌ରେ ଡେବ୍ୟୁ କରିବା ନେଇ ସୁଯୋଗ ପାଇପାରନ୍ତି। ଅନ୍ୟପଟେ, ଯଦି ବିରାଟ କୋହଲି ଟେଷ୍ଟ ସିରିଜରୁ ବାଦ ପଡ଼ନ୍ତି ତାହାଲେ ଅଛନ୍ତି ଆଗାମୀ ମ୍ୟାଚ୍ ରେ ସରଫରାଜଙ୍କୁ ଦଳରେ ସାମିଲ କରାଯାଇପାରିବ। ଖବର ଅନୁଯାୟୀ, ବିରାଟ କୋହଲି ବର୍ତ୍ତମାନ ଭାରତରେ ନାହାଁନ୍ତି । ତେବେ ସେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବେ କି ନାହିଁ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।