IND vs ENG 5th Test: ଶୁକ୍ରବାର ଅର୍ଥାତ୍ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଶେଷ ଟେଷ୍ଟ ଖେଳାଯିବ । ୨୦୨୧ରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜର ଅନ୍ତିମ ଟେଷ୍ଟ ଅପରାହ୍ନ ତିନିଟାରେ ବର୍ମିଂହାମରେ ଅନୁଷ୍ଠିତ ହେବ । କୋରୋନା ଯୋଗୁଁ ଗତବର୍ଷ ଏହି ଅନ୍ତିମ ଟେଷ୍ଟ ସ୍ଥଗିତ ଥିଲା । ଯାହା ବର୍ମିଂହାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଅନୁଷ୍ଠିତ ହେବ । ତେବେ ଏହି ମ୍ୟାଚରେ ମଧ୍ୟ କୋଚ ରାହୁଲ ଦ୍ରାବିଡ୍ ନିଜର ଏକ୍ସପେରିମେଣ୍ଟ କରିଛନ୍ତି । ପ୍ରଥମ ଥର ପାଇଁ ଜସପ୍ରୀତ ବୁମ୍ରାଙ୍କୁ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ରାହୁଲ ଦ୍ରାବିଡ, ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହେବାର ମାତ୍ର ସାତ ମାସ ମଧ୍ୟରେ ଜସପ୍ରୀତ ବୁମ୍ରା ସପ୍ତମ ଭାରତୀୟ ଅଧିନାୟକ ହେବେ । ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟରୁ ରୋହିତ ଶର୍ମା ବାଦ୍ ପଡ଼ିବା ପରେ ଜସପ୍ରୀତ ବୁମ୍ରାଙ୍କୁ ଗୁରୁବାର ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଥିଲା । ଲେଷ୍ଟେଷ୍ଟେୟାର ବିପକ୍ଷ ଚାରି ଦିନିଆ ଅଭ୍ୟାସ ମ୍ୟାଟ ସମୟରେ ରୋହିତ କୋରୋନା ପଜିଟିଭ୍ ଚହ୍ନଟ ହୋଇଥିଲେ । ବୁମ୍ରା ବର୍ତ୍ତମାନ ଏକ ଶକ୍ତିଶାଳୀ ଇଂଲଣ୍ଡ ଶିବିର ବିରୁଦ୍ଧରେ ଦଳର ନେତୃତ୍ୱ ନେବେ । ନିକଟରେ ଇଂଲଣ୍ଡ, ବିଶ୍ୱ ଟେଷ୍ଟ ଚାମ୍ପିଅନ୍ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ପରାସ୍ତ କରିଛି ।


Also Read: IND vs ENG Test : ବର୍ଷେ ପରେ ସରିବ ସିରିଜ! ଶୁକ୍ରବାର ଡ୍ର ହେଲେ ବି ଜିତିବ Team India


ରାହୁଲ ଦ୍ରାବିଡ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହେବାର ମାତ୍ର ସାତ ମାସ ମଧ୍ୟରେ ବୁମ୍ରା ସପ୍ତମ ଭାରତୀୟ ଅଧିନାୟକ ହୋଇଛନ୍ତି । ଦ୍ରାବିଡ ଦାୟିତ୍ୱ ଗ୍ରହଣ କରିବା ପରେ ଟିମ ଇଣ୍ଡିଆ, ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ସୀମିତ ଓଭର ସିରିଜ ଖେଳିଥିଲା । ଏହି ସରିଜରେ ଶିଖର ଧାୱନ ଅଧିନାୟକ ଥିଲେ । ତାପରେ ବିଭିନ୍ନ ସିରିଜ ଓ ମ୍ୟାଟରେ ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ୍ ରାହୁଲ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବୁମ୍ରାଙ୍କୁ ନେତୃତ୍ୱ ଭାର ଦିଆଯାଇଛି ।


ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କ ପ୍ରେରଣାରେ ପ୍ରଭାବିତ ଥିବା ବୁମରା, ଭାରତୀୟ ଟେଷ୍ଟ ଦଳକୁ ଲିଡ କରିବା ତାଙ୍କ କ୍ୟାରିୟରର ସବୁଠାରୁ ବଡ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି । "ଏହା ଏକ ବଡ ସଫଳତା, ଏକ ଗୌରବର ବିଷୟ । ଯେତେବେଳେ ମୁଁ ଖେଳିବା ଆରମ୍ଭ କରିଥିଲି, ଟେଷ୍ଟ କ୍ରିକେଟ୍ ଏକ ସ୍ୱପ୍ନ ଥିଲା । ଭାରତକୁ ଆଗେଇ ନେବା ମୋର କ୍ୟାରିୟରର ସବୁଠୁ ବଡ ସଫଳତା" ବୋଲି ଏଡବଷ୍ଟନ୍ ଟେଷ୍ଟ ପୂର୍ବରୁ ବୁମ୍ରା କହିଛନ୍ତି ।


Also Read: IND vs ENG: ପଞ୍ଚମ ଟେଷ୍ଟରୁ ବାଦ ପଡିଲେ ରୋହିତ ଶର୍ମା, ଦଳର ନୂଆ ଅଧିନାୟକ ହେବେ ବୁମ୍ରା


ଇଂଲଣ୍ଡ ବିପକ୍ଷରେ ଭାରତ ୨-୧ରେ ଅଗ୍ରଣୀ ଥିବାବେଳେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ କବଜା ପାଇଁ ଲକ୍ଷ୍ୟ ରଖିଛି । ସେହିପରି, ସିରିଜକୁ ବରାବର କରିବା ପାଇଁ ଇନଫର୍ମ ଇଂଲଣ୍ଡ ପଡ଼ିଆକୁ ଓହ୍ଲାଇବ । କିଛି ମାସ ପୂର୍ବେ ଗତ ସିରିଜରେ ଭାରତ, ଶ୍ରୀଲଙ୍କା ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍ ଜିତିଥିଲା । ଘରୋଇ ପରିବେଶରେ ଦୁର୍ବଳ ଶ୍ରୀଲଙ୍କାକୁ ଦଳ ପରାସ୍ତ କରିଥିଲା । ହେଲେ, ଏବେ କିନ୍ତୁ ଶକ୍ତିଶାଳୀ ଇଂଲଣ୍ଡକୁ ତାର ମାଟିରେ ଟିମ୍ ଇଣ୍ଡିଆ ଭେଟିବ । ମ୍ୟାଚ୍ ଆରମ୍ଭରୁ ହିଁ ଦଳକୁ ଶକ୍ତ ଧକ୍କା ଲାଗିଛି । କାରଣ ଅଧିନାୟକ ରୋହିତ ଶର୍ମା କୋରୋନାରେ ଆକ୍ରାନ୍ତ । ସେ ଖେଳିବେ ନାହିଁ । ତାଙ୍କ ଅନୁପସ୍ଥିତିରେ ୟଙ୍ଗଷ୍ଟର ବୁମ୍ରା ଦଳକୁ ଲିଡ୍ କରିବେ । ତେଣୁ ମ୍ୟାଚରେ ବେଶ୍ ସଂଘର୍ଷ କରିବାକୁ ପଡ଼ିବ । 


ଭାରତ ଟେଷ୍ଟ ଟିମ୍:


ଜସପ୍ରୀତ ବୁମ୍ରା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋଷଭ ପନ୍ତ (ଉପ-ଅଧିନାୟକ), କେ.ଏସ୍ ଭରତ (wk), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଶାର୍ଦ୍ଧୁଲ ଠାକୁର, ମହମ୍ମଦ ଶାମି , ଉମେଶ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଓ ମୟଙ୍କ ଅଗ୍ରୱାଲ ।