IND vs ENG: ପଞ୍ଚମ ଟେଷ୍ଟରୁ ବାଦ ପଡିଲେ ରୋହିତ ଶର୍ମା, ଦଳର ନୂଆ ଅଧିନାୟକ ହେବେ ବୁମ୍ରା
Advertisement
Article Detail0/zeeodisha/odisha1239037

IND vs ENG: ପଞ୍ଚମ ଟେଷ୍ଟରୁ ବାଦ ପଡିଲେ ରୋହିତ ଶର୍ମା, ଦଳର ନୂଆ ଅଧିନାୟକ ହେବେ ବୁମ୍ରା

India Vs England 5th Test: କୋରୋନା କାରଣରୁ ଜୁଲାଇ ୧ ରୁ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବାଦ ପଡିଛନ୍ତି । ଜାସପ୍ରୀତ ବୁମ୍ରା ତାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ନୂତନ ଟେଷ୍ଟ ଅଧିନାୟକ ହେବେ ।

ସାଙ୍କେତିକ ଫଟୋ

IND vs ENG 5th Test: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ (Rohit Sharma) ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହୋଇଛି । ବିସିସିଆଇର ଅଧିକାରିକ ସୂଚନା ଅନୁଯାୟୀ କୋରୋନା କାରଣରୁ ଜୁଲାଇ ୧ ରୁ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରୁ ଅଧିନାୟକ ରୋହିତ ଶର୍ମାଙ୍କୁ (Rohit Sharma) ବାଦ ଦିଆଯାଇଛି । ରୋହିତ ଶର୍ମାଙ୍କ ଦ୍ୱିତୀୟ କୋଭିଡ-୧୯ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଏଭଳି ପରିସ୍ଥିତିରେ ଜସପ୍ରୀତ ବୁମ୍ରା ତାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ ଅଧିନାୟକ ହେବେ ।

ବିସିସିଆଇ ସଚିବ ଜୟ ଶାହା ଏକ ପ୍ରେସ ରିଲିଜରେ କହିଛନ୍ତି ଯେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଶୁକ୍ରବାର ଦିନ ଠାରୁ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ପୁନଃ ନିର୍ଦ୍ଧାରିତ ପଞ୍ଚମ ଟେଷ୍ଟରୁ ବାଦ ପଡିଛନ୍ତି । ଗୁରୁବାର ଦିନ ସକାଳେ ରୋହିତଙ୍କ ଏକ ରାପିଡ୍ ଆଣ୍ଟିଜେନ୍ (RAT) ଟେଷ୍ଟ କରିଥିଲେ, ଯାହାର ରିପୋର୍ଟ ପଜିଟିଭ ଆସିଛି । କ୍ରମାଗତ ଉଭୟ ରିପୋର୍ଟ ପଜିଟିଭ ଥିବାରୁ ସେ ପଞ୍ଚମ ଟେଷ୍ଟ ମ୍ୟାଚ୍‌ର ଅଂଶ ହୋଇପାରିବେ ନାହିଁ, ଯାହା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା ।

ପ୍ରେସ ରିଲିଜ ଅନୁଯାୟୀ ଟିମ୍ ଇଣ୍ଡିଆର ଚୟନକର୍ତ୍ତା ଜସପ୍ରୀତ ବୁମ୍ରାଙ୍କୁ ଆଗାମୀ ଟେଷ୍ଟ ପାଇଁ ଅଧିନାୟକ ଭାବେ ନିଯୁକ୍ତ କରିଥିବାବେଳେ ଋଷଭ ପନ୍ତ ଏହି ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହେବେ । ସୂଚନାଯୋଗ୍ୟ ଯେ ରୋହିତ ଶର୍ମାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ କରା ଯାଇସାରିଛି । କହି ରଖୁଛୁ ଯେ ଗତ ବର୍ଷ ଖେଳାଯାଇଥିବା ଏହି ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଥିଲେ, ଯିଏ ଚଳିତ ବର୍ଷ ଜାନୁଆରୀରେ ଇସ୍ତଫା ଦେଇଛନ୍ତି ।

fallback

ଭାରତ ଟେଷ୍ଟ ଟିମ୍:
ଜସପ୍ରୀତ ବୁମ୍ରା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ଋଷଭ ପନ୍ତ (ଉପ-ଅଧିନାୟକ), କେ.ଏସ୍ ଭରତ (wk), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଶାର୍ଦ୍ଧୁଲ ଠାକୁର, ମହମ୍ମଦ ଶାମି , ଉମେଶ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଓ ମୟଙ୍କ ଅଗ୍ରୱାଲ ।

ଏହା ବି ପଢ଼ନ୍ତୁ: IND vs ENG: ପ୍ଲେଇଂ ଇଲେଭେନ ଘୋଷଣା କଲା ଇଂଲଣ୍ଡ; ଭାରତ ବିପକ୍ଷରେ ଖେଳିବେ ଏସବୁ ଖେଳାଳି