India vs Netherlands T20 World Cup 2022: ଆଜି ଅର୍ଥାତ ଅକ୍ଟୋବର ୨୭ରେ ଟି-ବିଶ୍ୱକପ ୨୦୨୨ (T20 World Cup 2022) ରେ ଭାରତ ନିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି ମ୍ୟାଚ୍ ଭାରତ ଓ ନେଦରଲ୍ୟାଣ୍ଡ (IND vs NED) ମଧ୍ୟରେ ହେବାକୁ ଯାଉଛି । ପ୍ରଥମ ମ୍ୟାଚ (India vs Pakistan Match) ରେ ପାକିସ୍ତାନକୁ ପରାଜିତ କରିବା ପରେ ବର୍ତ୍ତମାନ ଦ୍ୱିତୀୟ ମ୍ୟାଚରେ ବି ନେଦରଲ୍ୟାଣ୍ଡକୁ ପରାଜିତ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ (Team India) ମୈଦାନକୁ ଓହ୍ଲାଇବ । ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG) ରେ ଖେଳାଯିବ । ଲଗାତର ଦ୍ୱିତୀୟ ବିଜୟ ଉପରେ ଟିମ୍ ଇଣ୍ଡିଆର ନଜର ରହିବ । ଏହି  ମ୍ୟାଚ୍ ସହିତ ଜଡିତ ସମସ୍ତ ଅପଡେଟ୍ ଆମେ ଆପଣଙ୍କୁ କହିବାକୁ ଯାଉଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଭାରତୀୟ ସମୟ ଅନୁଯାୟୀ ଦିନ ୧.୩୦ ମିନିଟରେ ଆରମ୍ଭ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

କିନ୍ତୁ ଭାରତର ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳା ଯିବାକୁ ଥିବା ମ୍ୟାଚ୍ ୧୨.୩୦ରୁ ଆରମ୍ଭ ହେବ । ଏହି ମ୍ୟାଚ୍ ପାଇଁ ୧୨.୩୦ ମିନିଟରେ ଟସ୍ ହେବ । ଏହି ମ୍ୟାଚର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଦେଖିବାକୁ ମିଳିବ । ଆପଣ ଏହି ମ୍ୟାଚର ଲାଇଭ୍ ଷ୍ଟ୍ରିମିଂକୁ ହଟଷ୍ଟାରରେ ଦେଖିପାରିବେ । ଆପଣଙ୍କୁ କହି ରଖୁଛୁ ଯେ, ଟିମ୍ ଇଣ୍ଡିଆ ନିଜର ଶେଷ ମ୍ୟାଚ୍ ଜିତିଥିଲା । କିନ୍ତୁ ନେଦରଲ୍ୟାଣ୍ଡକୁ ପ୍ରଥମ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଦୁଇ ଦଳ ମଧ୍ୟରେ ଖେଳା ଯିବାକୁ ଥିବା ଏହି ମ୍ୟାଚରେ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି । 


ସିଡନୀର ପାଣିପାଗ ରିପୋର୍ଟ ବର୍ତ୍ତମାନ ଭଲ ନୁହେଁ। ଅକ୍ଟୋବର ୨୭ରେ ସିଡନୀରେ ୮୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଯଦିଓ ଟିମ୍ ଇଣ୍ଡିଆର ଶେଷ ମ୍ୟାଚରେ ୮୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଥିଲା । କିନ୍ତୁ ମ୍ୟାଚ୍ ନିର୍ଦ୍ଧାରିତ ୨୦ ଓଭର ପାଇଁ ଖେଳାଯାଇଥିଲା । ଏପରି ପରିସ୍ଥିତିରେ ପ୍ରଶଂସକମାନେ ପୁଣି ଥରେ ପୁରା ମ୍ୟାଚ୍ ଆଶା କରୁଛନ୍ତି । ଟିମ୍ ଇଣ୍ଡିଆ କୌଣସି ପରିବର୍ତ୍ତନ ନକରି ଏହି ମ୍ୟାଚରେ ଓହ୍ଲାଇବାକୁ ଚାହିଁବେ । ଟିମ୍ ଇଣ୍ଡିଆ ନିଜର ଶେଷ ମ୍ୟାଚରେ ଶେଷ ବଲରେ ଜିତିଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ଓ କେ.ଏଲ୍ ରାହୁଲ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିଲେ । ତେଣୁ ପ୍ରଶଂସକମାନେ ଏହି ଦୁଇ ଖେଳାଳିଙ୍କ ଠାରୁ ବଡ଼ ଇନିଂସର ଆଶା ରଖିଛନ୍ତି ।


ଅଧିକ ପଢ଼ନ୍ତୁ:-ଋଷି ସୁନାକ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ନିଜ ଲୋକଠୁ ମିଳିଲା ଧୋକା, ଭାରତୀୟ ବଂଶୋଦ୍ଭବ ସାଂସଦମାନେ କଲେ 'ଖେଳ'


ଅଧିକ ପଢ଼ନ୍ତୁ:-କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ, ପୂର୍ବତନ ଦିଗଜ ଖେଳାଳି କହିଲେ ନାମ


ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି । ବର୍ତ୍ତମାନ ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।


ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।