India vs Netherlands T20 World Cup 2022 Playing 11: ଟି-20 ବିଶ୍ୱକପରେ ଭାରତୀୟ ଦଳ ଆଜି (ଗୁରୁବାର) ଅକ୍ଟୋବର ୨୭ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ । ଉଭୟ ଦଳ ସିଡନୀର ଐତିହାସିକ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ । ଏହି ଟୁର୍ଣ୍ଣାମେଣ୍ଟରେ ଲଗାତର ଦ୍ୱିତୀୟ ବିଜୟ ଉପରେ ଭାରତର ନଜର ରହିଛି । ଟିମ୍ ଇଣ୍ଡିଆ ଗତ ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଥିଲା । ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରନ୍ତି କି ନାହିଁ ତାହାକୁ ନେଇ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି । ଭାରତ ପ୍ରଥମ ଥର ପାଇଁ ଟି -20 ଫର୍ମାଟରେ ନେଦରଲ୍ୟାଣ୍ଡକୁ ଭେଟିବ । ଏହାପୂର୍ବରୁ ଭାରତୀୟ ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ଦୁଇଟି ଏକଦିବସୀୟ ମ୍ୟାଚ୍ ଖେଳି ସାରିଛି । ୨୦୦୩ ଓ ୨୦୧୧ ବିଶ୍ୱକପରେ ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡକୁ ପରାସ୍ତ କରିଥିଲା । ଯଦି ସିଡନୀରେ ଭାରତୀୟ ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ଜିତେ, ତେବେ ସେମିଫାଇନାଲକୁ ପହଞ୍ଚିବା ବାଟ୍ ସହଜ ହେବ । ଦୁଇଟି ମ୍ୟାଚ୍‌ରେ ଭାରତ ୪ ପଏଣ୍ଟ ପାଇବ ।


COMMERCIAL BREAK
SCROLL TO CONTINUE READING

ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ 


ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (ୱିକେଟ କିପର), ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ।


ନେଦରଲ୍ୟାଣ୍ଡର ସମ୍ଭାବ୍ୟ ଏକାଦଶ


ସ୍କଟ୍ ଏଡୱାର୍ଡସ୍ (ଅଧିନାୟକ), ବିକ୍ରମଜିତ୍ ସିଂ, ମ୍ୟାକ୍ସ ଓଡ, କଲିନ୍ ଆକରମ୍ୟାନ୍, ଟମ୍ କପୁର୍, ବ୍ୟାସ୍ ଡି ଲିଡ୍, ରୋଲୋଫ୍ ଭାନ୍ ଡେର୍ ମେରୱେ, ଲୋଗାନ୍ ଭାନ୍ ବେକି, ଟିମ୍ ପ୍ରିଙ୍ଗଲେ, ପଲ୍ ଭାନ୍ ମେକେରେନ୍, ଫ୍ରେଡ୍ କ୍ଲାସେନ୍ ।


ଅଧିକ ପଢ଼ନ୍ତୁ:-ଦିନ ୧.୩୦ରୁ ଖେଳାଯିବ ନାହିଁ ଭାରତ-ନେଦରଲ୍ୟାଣ୍ଡ ମ୍ୟାଚ୍, ଏଠାରେ ଦେଖନ୍ତୁ ଟାଇମିଂ


ଅଧିକ ପଢ଼ନ୍ତୁ:-ଋଷି ସୁନାକ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ନିଜ ଲୋକଠୁ ମିଳିଲା ଧୋକା, ଭାରତୀୟ ବଂଶୋଦ୍ଭବ ସାଂସଦମାନେ କଲେ 'ଖେଳ'


ଅଧିକ ପଢ଼ନ୍ତୁ:-କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ, ପୂର୍ବତନ ଦିଗଜ ଖେଳାଳି କହିଲେ ନାମ


ସେପଟେ ନେଦରଲ୍ୟାଣ୍ଡ ଦଳ ସୁପର-୧୨ରେ ପ୍ରଥମ ଥର ପାଇଁ ବିଜୟ ହାସଲ କରିବା ପାଇଁ ମୈଦାନକୁ ଓହ୍ଲାଇବ । ସେ ଶେଷ ମ୍ୟାଚରେ ବାଂଲାଦେଶ ଠାରୁ ଦ୍ୱାରା ପରାସ୍ତ ହୋଇଥିଲା । ନେଦରଲ୍ୟାଣ୍ଡ ପ୍ରଥମ ରାଉଣ୍ଡରେ ୟୁଏଇ ଓ ନାମିବିଆ ବିପକ୍ଷରେ ଜିତିଥିଲା । କିନ୍ତୁ ତାକୁ ଶ୍ରୀଲଙ୍କା ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସେ ତିନୋଟି ମ୍ୟାଚରେ ଦୁଇଟି ବିଜୟ ସହ ସୁପର-୧୨ ପାଇଁ ଯୋଗ୍ୟତା ଅର୍ଜନ କରିଛି ।


ଏଠାରେ କହି ରଖୁଛୁ ଯେ, ଭାରତୀୟ ଦଳରେ ୟୁଜଭେନ୍ଦ୍ର ଚହଲ ଓ ଋଷଭ ପନ୍ତଙ୍କୁ ଶେଷ ମ୍ୟାଚରେ ଖେଳିବାର ସୁଯୋଗ ମିଳି ଥିଲା । ଏହି ସମୟରେ ହର୍ଷଲ ପଟେଲଙ୍କୁ ମଧ୍ୟ ବାହାରେ ବସିବାକୁ ପଡିଥିଲା । ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ପରବର୍ତ୍ତୀ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇପାରେ । ଋଷଭ ପନ୍ତ ତାଙ୍କ ସ୍ଥାନରେ ଖେଳିବାର ସୁଯୋଗ ପାଇପାରନ୍ତି । ଏଥିସହିତ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କ ନାମ ବିଚାର କରାଯାଇପାରେ । କିନ୍ତୁ ଏହାର ସମ୍ଭାବନା କମ୍ ମନେ ହେଉଛି । ରୋହିତ ଶର୍ମା ବିଜେତା ଦଳରେ କୌଣସି ପରିବର୍ତ୍ତନ କରିବାକୁ ଚାହିଁବେ ନାହିଁ ।