Shreyas Iyer, India vs New Zealand Series: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (IND vs NZ ODI Series) ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି । ଆହତ କାରଣରୁ ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର (Shreyas Iyer) ସିରିଜ (India vs New Zealand Series) ରୁ ବାଦ ପଡିଛନ୍ତି । ଶ୍ରେୟସ ଆୟରଙ୍କ ସ୍ଥାନରେ ରଜତ ପାଟିଦାର (Rajat Patidar) ଙ୍କୁ ଦଳରେ ସାମିଲ କରାଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଏକ ବୟାନ ଜାରି କରି ଏହି ସୂଚନା ଦେଇଛି । ପିଠିରେ ଆଘାତ ଲାଗିଥିବାରୁ ଶ୍ରେୟସ ଆୟର (Shreyas Iyer) ଙ୍କୁ ସିରିଜରୁ ଦୂରେଇ ରଖାଯାଇଛି ବୋଲି BCCI କହିଛି । ବର୍ତ୍ତମାନ ଶ୍ରେୟସ୍ ଆୟରଙ୍କୁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) କୁ ପଠାଯାଇଛି ।


COMMERCIAL BREAK
SCROLL TO CONTINUE READING

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ


ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭାରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରଜତ ପାଟିଦାର, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ୍ ।


ଏଠାରେ କହି ରଖୁଛୁ ଯେ, ଗତ ବର୍ଷ ଅର୍ଥାତ୍ ୨୦୨୨ ଶ୍ରେୟସ୍ ଆୟରଙ୍କ ପାଇଁ ବହୁତ ଭଲ ଥିଲା । ସେ ଭାରତୀୟ ଦଳ ପାଇଁ ଦିନିକିଆ ଫର୍ମାଟରେ ସର୍ବାଧିକ ରନ୍ ସ୍କୋରର ଥିଲେ । ସେ ୧୭ଟି ମ୍ୟାଚରେ ୭୨୪ ରନ୍ ସ୍କୋର କରିଥିଲେ । କିନ୍ତୁ ଏହି ନୂତନ ବର୍ଷର ଆରମ୍ଭ ତାଙ୍କ ପାଇଁ ଭଲ ରହିନାହିଁ । ଶ୍ରେୟସ ଆୟର ଚଳିତ ବର୍ଷ ତିନୋଟି ମ୍ୟାଚ୍ ଖେଳିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ତିନୋଟି ମ୍ୟାଚରେ ଶ୍ରେୟସ ଆୟର ୨୮, ୨୮ ଏବଂ ୩୮ ରନର ଇନିଂସ ଖେଳିଥିଲେ । ୨୦୨୨ର ଶେଷରେ ଶ୍ରେୟସ୍ ଆୟର ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏଥିରେ ଦୁଇ ଅର୍ ଶତକୀୟ ଇନିଂସ ଖେଳିଥିଲେ । ଅର୍ଥାତ ଶ୍ରେୟସ୍ ଆୟର ୨୦୨୨ ପରି ଚଳିତ ବର୍ଷ ନିଜ ଜଳୱା ଦେଖାଇବାରେ ସକ୍ଷମ ହୋଇପାରି ନାହାଁନ୍ତି । ଏବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ବାହାର ହୋଇଛନ୍ତି ।


ଅଧିକ ପଢ଼ନ୍ତୁ:- ଭାରତଠୁ ଲଜ୍ଜାଜନକ ପରାଜୟ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ହଙ୍ଗାମା, ନେଲା ଏହି ବଡ଼ ପଦକ୍ଷେପ


ଅଧିକ ପଢ଼ନ୍ତୁ:- 'ଭାରତରେ ୩୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଖେଳାଳିଙ୍କୁ ମନେ କରାଯାଏ ୮୦ ବର୍ଷର ବୃଦ୍ଧ', ବର୍ତ୍ତମାନ ବିଦେଶରେ ଖେଳିବେ ମୁରଲୀ ବିଜୟ


ଅଧିକ ପଢ଼ନ୍ତୁ:-୬୮ କୋଟି ଖର୍ଚ୍ଚ କରି ନିର୍ମାଣ କଲେ ଲହରୀରେ ଭାସୁଥିବା ଫାଇବ୍ ଷ୍ଟାର୍ ହୋଟେଲ, ଜାଣନ୍ତୁ 'ଗଙ୍ଗା ବିଳାସ' କ୍ରୁଜର ମାଲିକ ବିଷୟରେ...


ସେପଟେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ରଜତ ପାଟିଦାର ବର୍ତ୍ତମାନ ଉତ୍କୃଷ୍ଟ ଫର୍ମରେ ଚାଲିଛନ୍ତି । ମଧ୍ୟପ୍ରଦେଶ ପାଇଁ ଖେଳୁଥିବା ୨୯ ବର୍ଷୀୟ ପାଟିଦାର ଗତ ୫ଟି ପ୍ରଥମ ଶ୍ରେଣୀ ମ୍ୟାଚର ୮ ଇନିଂସରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ଦୃଢ଼ ପ୍ରଦର୍ଶନ ଆଧାରରେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ସିରିଜ୍ ପାଇଁ ମନୋନୀତ ହୋଇଛନ୍ତି ।