India vs New Zealand 2nd ODI, Mohammed Shami Injury: ବର୍ତ୍ତମାନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs New Zealand ODI Series) ଚାଲିଛି । ଏହି ସିରିଜର ପ୍ରଥମ ମ୍ୟାଚ (IND vs NZ 1st ODI) ରେ ଭାରତୀୟ ଦଳ (Indian Cricket Team) ନ୍ୟୁଜିଲ୍ୟାଣ୍ଡ ଦଳକୁ ୧୨ ରନରେ ପରାସ୍ତ କରିଛି । ଫଳରେ ଟିମ୍ ଇଣ୍ଡିଆ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ବର୍ତ୍ତମାନ ଆସନ୍ତାକାଲି (ଶନିବାର) ଅର୍ଥାତ ଜାନୁଆରୀ ୨୧ରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ ରାୟପୁରରେ ଦିନ ୧.୩୦ ମିନିଟରେ ଆରମ୍ଭ ହେବ । କିନ୍ତୁ ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ରହିଛି । ପ୍ରଥମ ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି (Mohammed Shami) ଆହତ ହୋଇଥିଲେ । ବର୍ତ୍ତମାନ ସେ ଦ୍ୱିତୀୟ ଦିନିକିଆରେ ଖେଳି ନ ପାରନ୍ତି ବୋଲି ଅନୁମାନ କରାଯାଉଛି ।


COMMERCIAL BREAK
SCROLL TO CONTINUE READING

 ଏହି ସିରିଜର ପ୍ରଥମ ମ୍ୟାଚ (India vs New Zealand 1st ODI) ରେ ନ୍ୟୁଜିଲ୍ୟାଣ୍ଡ ଆଗରେ ଭାରତୀୟ ଦଳ (Indian Cricket Team) ପ୍ରଥମେ ବ୍ୟାଟିଂ ଏକ ବିଶାଳ ସ୍କୋର ଛିଡ଼ା ଛିଡ଼ା କରିଥିଲା । ଟିମ୍ ଇଣ୍ଡିଆ (Team India) ର ବିସ୍ଫୋରକ ଓପନର୍ ଶୁଭମାନ ଗିଲ (Shubman Gill) ଙ୍କ ଡବଲ ସେଞ୍ଚୁରୀ ଯୋଗୁଁ ଆୟୋଜକ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୯ ରନ୍ ସଂଗ୍ରହ କରିଥିଲା । ତେବେ ନ୍ୟୁଜିଲ୍ୟାଣ୍ଡ ଇନିଂସ ସମୟରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଧରଣର ଝଟକା ଲାଗିଥିଲା ।


ଇନିଂସର ସପ୍ତମ ଓଭରର ଶେଷ ବଲରେ ମହମ୍ମଦ ଶାମି (Mohammed Shami) ଆହତ ହୋଇଥିଲେ । ମହମ୍ମଦ ଶାମି ଫିନ୍ ଆଲେନଙ୍କ ସାମ୍ନାରେ ବଲ୍ ପକାଇଥିଲେ ଓ ଆଲେନ୍ ଏହି ବଲକୁ ଆଗ ଆଡ଼କୁ ଖେଳିଥିଲେ । ଫୋଲୋଥ୍ରୁ ଉପରେ ଶାମି ନିଜ ହାତକୁ ଆଗକୁ କରି ବଲ ଅଟକାଇଥିଲେ କିନ୍ତୁ ବଲ୍ ଆଙ୍ଗୁଠିକୁ ବାଜି ଥିଲା । ଫିଜିଓଙ୍କୁ ତୁରନ୍ତ ଡକାଗଲା । ଆଇସପ୍ୟାକ୍ ମଧ୍ୟ ପ୍ରୟୋଗ କରାଯାଇଥିଲା କିନ୍ତୁ ସେ ଯନ୍ତ୍ରଣା ଅନୁଭବ କରୁଥିବାର ନଜରକୁ ଆସିଛି । ଶେଷରେ ତାଙ୍କୁ ପଡ଼ିଆ ଛାଡି ଫେରିବାକୁ ପଡିଥିଲା । ଅବଶ୍ୟ ଶାମି ନିଜର ୧୦ ଓଭର ବୋଲିଂ କରିଥିଲେ । ଏକ ଭଲ କମ-ବ୍ୟାକ୍ ମଧ୍ୟ କରିଥିଲେ । ମହମ୍ମଦ ଶାମି ବିପଜ୍ଜନକ ଦେଖାଯାଉଥିବା ବ୍ୟାଟ୍ସମ୍ୟାନ୍ ଗ୍ରେନ୍ ଫିଲିପ୍ସଙ୍କୁ ବୋଲ୍ଡ କରି ପାଭିଲିୟନ ଫେରାଇ ଥିଲେ ।


ଅଧିକ ପଢ଼ନ୍ତୁ:-ପିଏମ କିସାନର କିସ୍ତି ଆସିବା ପୂର୍ବରୁ କୃଷି ମନ୍ତ୍ରୀ ଦେଲେ ବଡ଼ ଖୁସି ଖବର, ଜାଣି ଖୁସିରେ ନାଚି ଉଠିବେ ଚାଷୀ!


ଅଧିକ ପଢ଼ନ୍ତୁ:-IND vs NZ 2nd ODIରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ଏହି ଖେଳାଳିଙ୍କ ବାଦ ପଡ଼ିବା ନିଶ୍ଚିତ!


ଅଧିକ ପଢ଼ନ୍ତୁ:-କାମ ଦେଲାନି ଭାରତର ବିଜୟ, କ୍ୱାର୍ଟର ଫାଇନାଲକୁ ଯିବା ପାଇଁ କରିବାକୁ ପଡ଼ିବ ଏହି କାମ


 


ସେପଟେ ଶୁଭମାନ ଗିଲଙ୍କ ୨୦୮ ରନର ଦମଦାର୍ ଇନିଂସ ଆଧାରରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୪୯ ରନ୍ ସ୍କୋର କରିଥିଲେ । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମାନ ଗିଲ (Shubman Gill) ହେଉଛନ୍ତି ସର୍ବକନିଷ୍ଠ ଖେଳାଳି । ଏହି ଖେଳାଳୀ ୨୩ ବର୍ଷ ୧୩୨ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି । ଗତ ବର୍ଷ ବାଂଲାଦେଶ ବିପକ୍ଷରେ ଇଶାନ କିଶନ ଦ୍ୱିଶତକ ହାସଲ କରିଥିଲେ । ସେହି ସମୟରେ କିଶାନଙ୍କ ବୟସ ୨୪ ବର୍ଷ, ୧୪୫ ଦିନ ଥିଲା । ରୋହିତ ଶର୍ମା ୨୬ ବର୍ଷ, ୧୮୬ ଦିନ ବୟସରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ ।


ଶୁଭମାନ ଗିଲ ମାତ୍ର ୧୪୫ ବଲରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ୨୩ ବର୍ଷୀୟ ଶୁଭମାନ ଗିଲ୍ ୮ଟି ଛକା ଓ ୧୯ଟି ଚୌକ ସାହଯ୍ୟରେ ଏହି ବିଶେଷ ସଫଳତା ହାସଲ କରିଛନ୍ତି  । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମାନ ଗିଲ (Shubman Gill Double Century) ହେଉଛନ୍ତି ପଞ୍ଚମ ଭାରତୀୟ ଖେଳାଳି ।


ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ


ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭାରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରଜତ ପାଟିଦାର, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ୍ ।