IND vs NZ: ତୃତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ବଡ ଝଟକା, ଏହା ଷ୍ଟାର ପ୍ଲେୟାର ଦଳରୁ ହଠାତ୍ ପଡିଲେ ବାଦ୍!
India vs New Zealand 3rd Test: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ୧ ନଭେମ୍ବରରେ ଖେଳାଯିବ। ଭାରତୀୟ ଷ୍ଟାର ବୋଲର ଏହି ମ୍ୟାଚରେ ଭାଗ ନେଇ ପାରିବେ ନାହିଁ। ଲଟେଷ୍ଟ ରିପୋର୍ଟରେ ଏହା ଦାବି କରାଯାଇଛି।
India vs Bangladesh, 3rd T20I: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ଟେଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ୧ ନଭେମ୍ବରରୁ ଖେଳାଯିବ। ଏହି ମ୍ୟାଚ୍ ମୁମ୍ବାଇରେ ଖେଳାଯିବ। ତେବେ ଏହି ମ୍ୟାଚ୍ ପାଇଁ ଜସପ୍ରୀତ ବୁମ୍ରା ଉପଲବ୍ଧ ହେବ ନାହିଁ। ଏକ୍ସପ୍ରେସ ସ୍ପୋର୍ଟସ ଅନୁଯାୟୀ ଜସପ୍ରୀତ ବୁମ୍ରାଙ୍କୁ ତୃତୀୟ ଟେଷ୍ଟ ପାଇଁ ବିଶ୍ରାମ ଦିଆଯିବ।
ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ତାଙ୍କୁ ବିଶ୍ରାମ ଦିଆଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବୁମ୍ରାଙ୍କ କାର୍ଯ୍ୟଭାର ପରିଚାଳନା ପାଇଁ ଏଭଳି ପଦକ୍ଷେପ ନିଆଯିବ। ତେବେ ତୃତୀୟ ମ୍ୟାଚ୍ ପୂର୍ବରୁ ଜସପ୍ରୀତ ବୁମ୍ରାଙ୍କ ଦଳରୁ ବାହାରିବା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା ହୋଇପାରେ। ବାସ୍ତବରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଦୃଷ୍ଟିକୋଣରୁ ଶେଷ ମ୍ୟାଚ୍ ମଧ୍ୟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପହଞ୍ଚିବା ପାଇଁ ଭାରତକୁ ଆଗାମୀ ୬ ଟେଷ୍ଟ ମ୍ୟାଚ ମଧ୍ୟରୁ ୪ଟି ଜିତିବାକୁ ପଡିବ।
ଟିମ୍ ମ୍ୟାନେଜମେଣ୍ଟ ଚାହୁଁଛି ବୁମ୍ରା ଆଗାମୀ ବୋର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ନିଜକୁ ପ୍ରସ୍ତୁତ କରନ୍ତୁ। ଭାରତ ପାଇଁ ଆଗାମୀ ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ବୁମ୍ରାଙ୍କ ପାଇଁ ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ୨ଟି ମ୍ୟାଚ୍ରେ ଜସପ୍ରୀତ ବୁମ୍ରା ଅଧିକ ପ୍ରଭାବିତ କରିପାରି ନାହାଁନ୍ତି। ସେ ପ୍ରଥମ ମ୍ୟାଚ୍ରେ ୩ ୱିକେଟ୍ ନେଇଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ସେ ଗୋଟିଏ ବି ସଫଳତା ହାସଲ କରିପାରିନଥିଲେ। ତେବେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ସିରିଜରେ ସେ ୨ଟି ମ୍ୟାଚରେ ୧୧ ୱିକେଟ୍ ନେଇଥିଲେ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମରା (ଉପ-ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁବମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ (ୱିକେଟ୍ କିପର), ଧ୍ରୁଭ ଜୁରେଲ (ୱିକେଟ୍ କିପର), ରବିଚନ୍ଦ୍ରନ ଜାଡେଜା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ ।