India vs Pakistan Full Match Highlights:  ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ପାକିସ୍ତାନକୁ ଲଜ୍ଜାଜନକ ଭାବେ ପରାସ୍ତ କରିଛି । ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଏହା କ୍ରମାଗତ ଅଷ୍ଟମ ବିଜୟ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଦଳ ମାତ୍ର ୧୯୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଏହା ପରେ ଭାରତୀୟ ଦଳ ୩୦.୩ ଓଭରରେ ତିନୋଟି ୱିକେଟ୍ ହରାଇ ସହଜରେ ୧୧୭ ବଲ୍ ବାକିଥାଇ ଟାର୍ଗେଟକୁ ହାସଲ କରି ନେଇଥିଲା । ଭାରତ ପାଇଁ ଅଧିନାୟକ ରୋହିତ ଶର୍ମା ମାତ୍ର ୬୩ ବଲରେ ୮୬ ରନରେ ବିସ୍ଫୋରକ ଇନିଂସ ଖେଳିଥିଲେ । ଏହି ସମୟରେ ହିଟମ୍ୟାନ ୬ଟି ଚୌକା ଓ ୬ଟି ଛକା ମାରିଥିଲେ । ଶ୍ରେୟସ୍ ଆୟର ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୩ ରନରେ ଅପରାଜିତ ରହିଥିଲେ । ଏହାପୂର୍ବରୁ ବୋଲିଂରେ ଜସପ୍ରୀତ ବୁମ୍ରା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ସିରାଜ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।


COMMERCIAL BREAK
SCROLL TO CONTINUE READING

ବ୍ୟାଟିଂ ପାଇଁ ଅନୂକୁଳ ଥିବା ପିଚ୍‌ରେ ଭାରତୀୟ ବୋଲରମାନେ ଏକ ଶକ୍ତିଶାଳୀ ପ୍ରଦର୍ଶନ କରି ପାକିସ୍ତାନକୁ ମାତ୍ର ୧୯୧ ରନ୍‌ରେ ପାକିସ୍ତାନକୁ ଅଲ୍ ଆଉଟ୍ କରି ଦେଇଥିଲେ । ଏହା ପରେ ରୋହିତ ଶର୍ମାଙ୍କ ଧୁଆଁଧାର ବ୍ୟାଟିଂ ଅହମ୍ମଦାବାଦରେ ବାବର ଆଜାମଙ୍କ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ରୋହିତ ପାକିସ୍ତାନୀ ବୋଲରମାନଙ୍କୁ ନିର୍ଦ୍ଧୁମ ପିଟିଥିଲେ । ହିଟମ୍ୟାନ ମାତ୍ର ୬୩ ବଲରେ ୮୬ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଯଦିଓ, ସେ ଶତକରୁ ବଞ୍ଚିତ ହୋଇଥିଲେ । ଏହି ସମୟ ମଧ୍ୟରେ ଭାରତୀୟ ଅଧିନାୟକ ୬ଟି ଚୌକା ଓ ୬ଛକା ମାରିଥିଲେ । ୨୦୨୩ ବିଶ୍ୱକପରେ ଏହା ଭାରତର କ୍ରମାଗତ ତୃତୀୟ ବିଜୟ ।


ଏହାପୂର୍ବରୁ ଶୁବମନ ଗିଲ ଓ ରୋହିତ ଶର୍ମା ଭାରତୀୟ ଦଳକୁ ଭଲ ଆରମ୍ଭ ଦେଇଥିଲେ । ଚାରିଟି ଚୌକା ସହାୟତାରେ ୧୧ ବଲରେ ୧୬ ରନ୍ ସ୍କୋର କରିବା ପରେ ଗିଲ ଆଉଟ୍ ହୋଇଥିଲେ । ଶାହିନ୍ ଆଫ୍ରିଦି ତାଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ । ଏହା ପରେ କିଙ୍ଗ କୋହଲି ଓ ରୋହିତ ପାକିସ୍ତାନୀ ବୋଲରମାନଙ୍କୁ ପିଟିବା ଆରମ୍ଭ କରିଥିଲେ। ତେବେ ତିନୋଟି ଚୌକା ସହାୟତାରେ ୧୮ ରନ୍ ସ୍କୋର କରିବା ପରେ କୋହଲି ଆଉଟ୍ ହୋଇଥିଲେ ।


ଗିଲ ଓ କୋହଲି ଆଉଟ୍ ହେବା ପରେ ମଧ୍ୟ ରୋହିତ ନିଜର ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ ଓ ପଡ଼ିଆରେ ବଡ଼ ବଡ଼ ସଟ୍ ଖେଳିଥିଲେ । ଏହି ଅବଧିରେ ରୋହିତ ମଧ୍ୟ ଦିନିକିଆରେ ୩୦୦ ଛକା ପୂରଣ କରିଥିଲେ । ତେବେ ଭାରତୀୟ ଅଧିନାୟକ ଏକ ଶତକ ହାସଲ କରିପାରି ନଥିଲେ । ଶାହିନ୍ ଆଫ୍ରିଦି ୮୬ ରନର ବ୍ୟକ୍ତିଗତ ସ୍କୋରରେ ରୋହିତଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ । ଏହି ସମୟରେ ହିଟମ୍ୟାନ ୬ଟି ଚୌକା ଓ ୬ଟି ଛକା ମାରିଥିଲେ । ଶେଷରେ ଶ୍ରେୟାସ ଆୟର ୬୨ ବଲରେ ୫୩ ରନ କରି ଅପରାଜିତ ରହିଥିଲେ । ଆୟର ନିଜ ଅର୍ଦ୍ଧଶତକୀୟ ଇନିଂସରେ ୩ଟି ଚୌକା ଓ ୨ଟି ଛକା ମାରିଥିଲେ । ତାଙ୍କ ସହ କେ.ଏଲ୍ ରାହୁଲ ୧୯ ରନରେ ଅପରାଜିତ ରହିଥିଲେ ।


ଏହାପୂର୍ବରୁ ଭାରତୀୟ ବୋଲରମାନେ ଏକ ପିଚରେ ଚମତ୍କାର କରିଥିଲେ ଯାହା ବ୍ୟାଟ୍ସମ୍ୟାନଙ୍କ ପାଇଁ ସହାୟକ ହୋଇଥିଲା । ଜସପ୍ରୀତ ବୁମ୍ରା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ସିରାଜ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ବାବର ଆଜମ ପାକିସ୍ତାନ ପାଇଁ ସର୍ବାଧିକ ୫୦ ରନ୍ ସ୍କୋର କରିଥିଲେ ।