ଖୁବ୍ ଜଲ୍ଦି ହେବ IND vs PAK ମ୍ୟାଚ୍, ଏହି ଭେନ୍ୟୁରେ ଲଢ଼େଇ କରିବେ ଉଭୟ ଦେଶର ଖେଳାଳି
ଆସନ୍ତା ବର୍ଷ 4 ଟି ଦେଶକୁ ନେଇ ହେଉଥିବା ଆନ୍ତର୍ଜାତୀୟ କବାଡି ଟୁର୍ଣ୍ଣାମେଣ୍ଟ (International Kabaddi Tournament) ପୂର୍ବରୁ କର୍ତାରପୁର କରିଡରରେ (Kartarpur Corridor) ମାର୍ଚ୍ଚ 2022 ରେ ଭାରତ ଏବଂ ପାକିସ୍ଥାନ (India vs Pakistan) ମଧ୍ୟରେ ଏକ ମ୍ୟାଚ୍ ଦେଖିବାକୁ ମିଳିବ । କବାଡି ମ୍ୟାଚ୍ ପାଇଁ ଉଭୟ ଦେଶ ସହମତ ପାକିସ୍ତାନ କବାଡି
ନୂଆଦିଲ୍ଲୀ: ଆସନ୍ତା ବର୍ଷ 4 ଟି ଦେଶକୁ ନେଇ ହେଉଥିବା ଆନ୍ତର୍ଜାତୀୟ କବାଡି ଟୁର୍ଣ୍ଣାମେଣ୍ଟ (International Kabaddi Tournament) ପୂର୍ବରୁ କର୍ତାରପୁର କରିଡରରେ (Kartarpur Corridor) ମାର୍ଚ୍ଚ 2022 ରେ ଭାରତ ଏବଂ ପାକିସ୍ଥାନ (India vs Pakistan) ମଧ୍ୟରେ ଏକ ମ୍ୟାଚ୍ ଦେଖିବାକୁ ମିଳିବ ।
କବାଡି ମ୍ୟାଚ୍ ପାଇଁ ଉଭୟ ଦେଶ ସହମତ
ପାକିସ୍ତାନ କବାଡି ଫେଡେରେଶନ (ପି.କେ.ଏଫ୍) ସଚିବ ରାଣା ମହମ୍ମଦ ସୌରଭ ଶନିବାର ଏହି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, 'ମାର୍ଚ୍ଚରେ କର୍ତାରପୁର କରିଡରରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଉଭୟ ଦେଶ ପ୍ରସ୍ତୁତ ଅଛନ୍ତି ।
ମହମ୍ମଦ ସୌରଭ କହିଛନ୍ତି, 'ଇତିହାସ ସୃଷ୍ଟି ହେଉଥିବା ଦେଖିବାକୁ ଆମେ ପ୍ରସ୍ତୁତ, କାରଣ ପାକିସ୍ତାନ ଏବଂ ଭାରତ କର୍ତାରପୁର କରିଡରରେ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ରାଜି ହୋଇଛନ୍ତି । ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପାଇଁ ଦଳ ସୀମା ପାର ହୋଇ ଆସିବେ ବୋଲି ଉଭୟ ଫେଡେରେସନ୍ ସହମତ ହୋଇଛନ୍ତି । ମ୍ୟାଚ୍ ପରେ ଉଭୟ ଦଳ ନିଜ ନିଜ ଦେଶକୁ ଫେରିବେ ।
ଆନ୍ତର୍ଜାତୀୟ ମ୍ୟାଚକୁ ନେଇ ଆଲୋଚନା ଜାରି
ମ୍ୟାଚ୍ ବିଷୟରେ ଅଧିକ ପଚରାଯିବାରୁ ମହମ୍ମଦ ସୌରଭ କହିଛନ୍ତି ଯେ ଏହାକୁ ଶେଷ କରିବାକୁ ଆଲୋଚନା ଚାଲିଛି । ସେ କହିଛନ୍ତି, 'ଆଶା କରୁଛି ମାର୍ଚ୍ଚ ଶେଷରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହେବ । ଯେହେତୁ ଆମକୁ ଏପ୍ରିଲରେ ଲାହୋରରେ ଚାରୋଟି ଦେଶକୁ ନେଇ ଏକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ପଡିବ, ଆମେ ମାର୍ଚ୍ଚରେ କିଛି ସପ୍ତାହ ପୂର୍ବରୁ ଏହି ମ୍ୟାଚ୍ କରିବାକୁ ଚାହୁଁଛୁ ।'