IND vs PAK, No Ball: ମେଲବୋର୍ଣ୍ଣରେ ଏକ ଲକ୍ଷ ଦର୍ଶକଙ୍କ ମଧ୍ୟରେ ଖେଳାଯାଇଥିବା ଭାରତ ଓ ପାକିସ୍ତାନ (India Vs Pakistan) ଟି-୨୦ ବିଶ୍ୱକପ ମ୍ୟାଚ ଶେଷ ବଲ ପର୍ଯ୍ୟନ୍ତ ରୋମାଞ୍ଚକ ହୋଇଥିଲା । କିଛି ସମୟ ପାଇଁ ପାକିସ୍ତାନ ଦଳ (Pakistan team) ଜିତୁଥିବା ପରି ମନେ ହେଉଥିଲା, କିନ୍ତୁ ବିରାଟ କୋହଲି (Virat Kohli) ଶେଷ ବଲ ପର୍ଯ୍ୟନ୍ତ ହାର ମାନିନଥିଲେ, ଯିଏ ୫୩ ବଲରେ ୮୨ ରନ୍ ସଂଗ୍ରହ କରିଥିଲେ । ତେବେ ଗୋଟିଏ ବଲ ପାକିସ୍ତାନ ପାଇଁ ମ୍ୟାଚର ଫଳାଫଳକୁ ବଦଳାଇ ଦେଇଥିଲା ଓ ଏହା ଶେଷ ଓଭରର ଚତୁର୍ଥ ବଲ ଥିଲା ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ ଶେଷ ଓଭରରେ ଭାରତୀୟ ଦଳ ଜିତିବା ପାଇଁ ୧୬ ରନ୍ ଆବଶ୍ୟକ ଥିଲା । ପ୍ରଥମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାଚ ଆଉଟ ହୋଇ ଯାଇଥିବାବେଳେ, ଦୀନେଶ କାର୍ତ୍ତିକ ଦ୍ୱିତୀୟ ବଲରେ ଗୋଟିଏ ରନ୍ ସଂଗ୍ରହ କରି ନନ ଷ୍ଟ୍ରାଇକକୁ ଚାଲି ଯାଇଥିଲେ । ତୃତୀୟ ବଲରେ ବିରାଟ କୋହଲି ୨ ରନ୍ ସ୍କୋର କରିବାରେ ସଫଳ ହୋଇଥିବାବେଳେ, ଚତୁର୍ଥ ବଲ୍ ମହମ୍ମଦ ନୱାଜ ପୂଲ ଟସ୍ ବୋଲିଂ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଲ୍ କମର ହାଇଟ୍ ଠାରୁ ଉଚ୍ଚରେ ଥିଲା । ଅମ୍ପାୟାର ଏହାକୁ ନୋ ବଲ୍ ଦେଇଥିଲେ ।


ଏହି ନୋ ବଲକୁ ନେଇ ଅମ୍ପାୟାରଙ୍କ ସହ ପାକିସ୍ତାନ ଦଳ ବହୁତ ଯୁକ୍ତିତର୍କ କରିଥିଲା, କିନ୍ତୁ ବିରାଟ କୋହଲି ଶଟ ଖେଳିବା ମାତ୍ରେ ଅମ୍ପାୟାରଙ୍କୁ ପଚାରିଥିଲେ ଯେ ବଲର କମର ହାଇଟ୍ ଠାରୁ ଅଧିକ ଅଟେ । ଅମ୍ପାୟାର ଏହାକୁ ନୋ ବଲ୍ ବୋଲି କହିଥିଲେ । ଏହାପରେ ଭାରତ ଏକ ଅତିରିକ୍ତ ବଲ ପାଇଥିଲେ । ପ୍ରଥମ ତିନି ବଲରେ ଭାରତ ମାତ୍ର ୩ ରନ୍ କରିଥିବାବେଳେ, ଚତୁର୍ଥ ବଲଟି ନୋ ବଲ ସହ ଏକ ଛକା ହୋଇଥିଲା, ​​ତେଣୁ ଏହାପରେ ୩ ଟି ବଲରେ ମୋଟ ୬ ରନ୍ ଆବଶ୍ୟକ ଥିଲା । ଏହାପରେ ନୱାଜ ଏକେ ୱାଇଡ଼ ବୋଲ କରିଥିଲେ ।



ଯେତେବେଳେ ନୱାଜ ଫ୍ରି ହିଟ୍ ବୋଲକୁ ବିରାଟ କୋହଲି ଖେଳିବାକୁ ଚେଷ୍ଟା କରିଥିଲେ, ସେତବେଳେ ସେ ବୋଲ୍ଡ ହୋଇଥିଲେ ମଧ୍ୟ ଫ୍ରି ହିଟ୍ ଉପରେ ଏହା ଆଉଟ ମାନା ଯାଇନାହିଁ, ଏଭଳି ପରିସ୍ଥିତିରେ ଏହି ବଲଟିରେ ଭାରତ ଦୌଡ଼ି ତିନି ରନ୍ ସଂଗ୍ରହ କରିଥିଲା । ବର୍ତ୍ତମାନ ପରବର୍ତ୍ତୀ ଦୁଇଟି ବଲରୁ ଦୁଇଟି ରନ୍ ଆବଶ୍ୟକ ଥିଲା । ଦୀନେଶ କାର୍ତ୍ତିକ ଏହା ପର ବଲ୍ ଖେଳିବାକୁ ଯାଇ ରିଜିୱାନଙ୍କ ଦ୍ୱାରା ଷ୍ଟମ୍ପିଙ୍ଗ କହୋଇଥିଲେ । ଶେଷ ବଲ୍ ଖେଳିବା ପାଇଁ ଆର ଅଶ୍ୱିନ୍ କ୍ରିଜକୁ ଆସିଥିଲେ । ଏହାପରେ ନୱାଜ ୱାଇଡ଼ ବୋଲ ପକାଇଥିଲେ ଓ ଏହା ପର ବଲରେ ଅଶ୍ୱିନ ଏକ ଚୌକା ମାରି ଭାରତକୁ ବିଜୟ ଦେଇଥିଲେ । ଏହା ଯୋଗୁଁ ବାବର ଟିମଙ୍କ ବିଜୟର ସ୍ବପ୍ନରେ ସ୍ୱପ୍ନରେ ରହି ଯାଇଥିଲା ।


ଏହା ବି ପଢ଼ନ୍ତୁ: IND vs PAK: ହାରୁଥିବା ମ୍ୟାଚରୁ ଭାରତକୁ ଜିତାଇବା ପରେ ବିରାଟ ଦେଲେ ବଡ ବୟାନ, ଆପଣ ଜାଣି ହୋଇଯିବେ ଚକିତ