ନୂଆଦିଲ୍ଲୀ: ଚଳିତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜର ତୃତୀୟ ମ୍ୟାଚକୁ ଭାରତ ସହଜରେ ବିଜୟ ହାସଲ କରିନେଇଛି। ଜିମ୍ବାୱେର ହରାରେ ଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦ ଓଭରରେ ୪ ୱିକେଟ୍ ହରାଇ ଭାରତ ୧୮୨ ରନ୍ ସଂଗ୍ରହ କରିଥିଲା। ଜବାବରେ ଜିମ୍ବାୱେ ଦଳ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୫୯ ରନ୍ ସ୍କୋର କରିପାରିବ। ଏହିପରି ଟିମ୍ ଇଣ୍ଡିଆ ୨୩ ରନରେ ମ୍ୟାଚ୍ ଜିତି ସିରିଜରେ ୨-୧ ବ୍ୟବଧାନରେ ଅଗ୍ରଣୀ ହାସଲ କରିଛି। ଏବେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ଶନିବାର, ଜୁଲାଇ ୧୩ରେ ଏଠାରେ ଖେଳାଯିବ।


COMMERCIAL BREAK
SCROLL TO CONTINUE READING

ଟସ୍ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ଅଧିନାୟକ ଶୁବମନ ଗିଲ ଓ ଯଶସ୍ୱୀ ଜୟସ୍ୱାଲଙ୍କ ସହ ୬୭ ରନର ଭାଗିଦାରୀ କରି ଦଳ ପାଇଁ ଏକ ମଜବୁତ ଆରମ୍ଭ କରିଥିଲେ। ସିକନ୍ଦର ରାଜା ଯଶସ୍ୱୀ ଜୟସ୍ୱାଲଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଏହା ପରେ ଅଭିଷେକ ଶର୍ମା (୧୦)ଙ୍କୁ ଆଉଠ କରି ଭାରତକୁ ଦ୍ୱିତୀୟ ଝଟକା ଦେଇଥିଲେ। ଅଭିଷେକ ସିକନ୍ଦର ରଜାର ଦ୍ୱିତୀୟ ଶିକାର ହୋଇଥିଲେ।


୧୫୩ ସ୍କୋରରେ ଶୁବମନ ଗିଲଙ୍କ ରୂପରେ ଟିମ୍ ଇଣ୍ଡିଆ ଏକ ବଡ ଝଟକା ପାଇଥିଲା। ୪୯ ବଲ ଖେଳି ୭ଟି ଚୌକା ଓ ୩ଟି ଛକା ସହାୟତାରେ ଗିଲ ୬୬ ରନର ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ତା’ପରେ ୨୮ ବଲ ଖେଳି ୪୯ ରନ୍ କରିଥିବା ଋତୁରାଜ ଗାଏକ୍ୱାଡ ଆଉଟ୍ ହୋଇଥିଲେ। ଏଥିସହିତ ସଞ୍ଜୁ ସାମସନ୍ ୧୨ ରନ କରି ଓ ରହିଥିଲେ।  ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ ଏବଂ ରିଙ୍କୁ ସିଂ ୧ ରନ କରି ଅପରାଜିତ ରହି ପାଭିଲିୟନ ଫେରିଥିଲେ। ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୧୮୨ ରନ କରିଥିଲା। 


ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ପାଳି ଆରମ୍ଭ କରିଥିବା ଜିମ୍ବାୱେକୁ ଆରମ୍ଭରୁ ସଂଘର୍ଷ କରିବାକୁ ପଡିଥିଲା। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଜିମ୍ବାୱେ ଆରମ୍ଭରୁ ତିନୋଟି ଗୁରୁତ୍ତ୍ୱପୂର୍ଣ୍ଣ ୱିକେଟକୁ ହରାଇଥିଲା। ଯାହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପ୍ରଥମ ୩ ଓଭର ମଧ୍ୟରେ ଦଳ ୱେସଲେ ମାଧବିରା (୧), ତାଡିୱାନସେ ମାରୁମଣି (୧୩) ଓ ବ୍ରିଆନ ବେନେଟେ ୪ ରନ କରି ପାଭିଲିଅନ ଫେରିଥିଲେ। ତେବେ ଦଳ ପାଇଁ ଡାୟନ ମେୟର୍ସ ୬୫ ରନ କରି ଏକ ଲଢୁଆ ଇନିଂସ ଖେଳିଥିଲେ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ୱେଷ୍ଟଇଣ୍ଡିଜ ଦଳକୁ ବିଜୟ ପାଇଁ ସଂଘର୍ଷ କରିବାକୁ ପଡିଥିଲା। ଡାୟନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରିନଥିଲେ। କ୍ଲାଇଭ ମାଦାଣ୍ଡେ ୩୭ ରନ କରିଥିବା ବେଳେ ସିକନ୍ଦର ରଜା ମାତ୍ର ୧୫ ରନ କରି ଆଉଟ ହୋଇଥିଲେ। 


ଭାରତୀୟ ବୋଲରଙ୍କ ମଧ୍ୟରେ ୱାସିଂଟନ ସୁନ୍ଦର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଅଭେଶ ଖାନ ଦୁଇଟି ଓ ଖାଲିଲ ଅହମ୍ମଦ ଗୋଟିଏ ୱିକେଟ ନେଇଥିଲେ।