IND vs ZIM 4th T20I: ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷରେ ଚାଲିଥିବା ଟି୨୦ ସିରିଜର ଚତୁର୍ଥ ମ୍ୟାଚ ହରାରେ ଠାରେ ଆଜି ଖେଳାଯାଉଛି। ଚତୁର୍ଥ ମ୍ୟାଚରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୩ ରନର ବିଜୟ ଲକ୍ଷ୍ୟ ଦେଇଛି। ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ଆମନ୍ତ୍ରଣ ପାଇଁ ଜିମ୍ବାୱେ ବ୍ୟାଟିଂ କରିଥିଲା। ୨୦ ୱଭରରେ ୭ ୱିକେଟ ହରାଇ ୧୫୨ ରନ କରିଛି। ଦଳ ପକ୍ଷରୁ ସିକନ୍ଦର ରଜା ସର୍ବାଧିକ ୪୬ ରନ କରିଥିବା ବେଳେ ୱେସଲି ମାଧିବିରା ୨୫ ଓ ତାଦିୱନାସେ ମାରୁମାନୀ ୩୨ ରନ କରିଥିଲେ। ଭାରତ ପକ୍ଷରୁ ଖାଲିଲ ଅହମ୍ମଦ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ, ୱାସିଂଟନ ସୁନ୍ଦର, ଅଭିଷେକ ଶର୍ମା, ଶିବମ ଦୁବେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। 


COMMERCIAL BREAK
SCROLL TO CONTINUE READING

 


ଖବର ଅପଡେଟ ହେଉଛି।