IND vs ZIM 4th T20I: ନୂଆଦିଲ୍ଲୀ: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଧୋନିଙ୍କ ଶିଷ୍ୟ କୁହାଯାଉଥିବା ତୁଷାର ଦେଶପାଣ୍ଡେଙ୍କୁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ଜିମ୍ବାୱେ ଗସ୍ତ ସମୟରେ ଆଇପିଏଲରେ ଘାତକ ବୋଲିଂ ସହ ଆକ୍ରାମକ ବ୍ୟାଟିଂ କରିଥିବା ତୁଷାର ଦେଶପାଣ୍ଡେଙ୍କୁ ଡେବ୍ୟୁ କ୍ୟାପ୍ ପ୍ରଦାନ କରାଯାଇଛି। ସିରିଜର ଚତୁର୍ଥ ମ୍ୟାଚ୍ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଆଜି ଅର୍ଥାତ ଜୁଲାଇ ୧୩ ତାରିଖରେ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଉଛି। ଏହି ମ୍ୟାଚରେ ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେ ଭାରତ ପାଇଁ ତାଙ୍କର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ତୁଷାର ଦେଶପାଣ୍ଡେଙ୍କ ପ୍ରଦର୍ଶନ ଆଇପିଏଲ୍ ୨୦୨୩ ଏବଂ ୨୦୨୪ ସଂସ୍କରଣରେ ବେଶ ଚମତ୍କାର ଥିଲା। ଏହା ପରେ ସେ ଶେଷରେ ଟିମ୍ ଇଣ୍ଡିଆ ପାଇଁ ପଦାର୍ପଣ କରିବାକୁ ସୁଯୋଗ ପାଇଛନ୍ତି। ଟସ୍ ଜିତିବା ପରେ ଭାରତୀୟ ଅଧିନାୟକ ଶୁବମନ ଗିଲ କହିଛନ୍ତି ଯେ ଆମେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛୁ। ମୁଁ ଭାବୁଛି ଦ୍ରୁତ ବୋଲରମାନେ ଏହି ପିଚରେ ଲାଭ ଉଠାଇ ପାରିବେ। ସେ କହିଛନ୍ତି ଯେ ଡେଡ ଓଭର ସମୟରେ ଆମ ବୋଲିଂକୁ ଆହୁରି ଶାଣିତ କରିବାକୁ ହେବ। ସେ କହିଛନ୍ତି ଯେ ଏହି ମ୍ୟାଚରେ ତୁଷାର ଦେଶପାଣ୍ଡେ ଡେବ୍ୟୁ କରୁଛନ୍ତି । ଅଭେଶ ଖାନଙ୍କୁ ଏହି ମ୍ୟାଚ ପାଇଁ ଦଳରୁ ବାଦ ଦିଆଯାଇଛି।


ଏଠାରେ କହି ରଖୁ କି ଆଜି ଭାରତ-ଜିମ୍ବାୱେ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ହରାରେ ଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ତେଣୁ ବ୍ୟାଟିଂ ଆମନ୍ତ୍ରଣ ପାଇ ମୈଦାନକୁ ଓହ୍ଲାଇବ ଜିମ୍ବାୱେ। ୫ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ୩ଟି ମ୍ୟାଚରୁ ଭାରତ ୨ ଓ ଜିମ୍ବାୱେ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ତେବେ ଆଜିର ମ୍ୟାଚରେ ଭାରତ ବିଜୟୀ ହୋଇ ସିରିଜ ଜିତିବା ଲକ୍ଷ୍ୟରେ ରହିଥିବା ବେଳେ ଜିମ୍ବାୱେ ମ୍ୟାଚ ଜିତି ସିରିଜ ଜିତିବା ଲକ୍ଷ୍ୟରେ ରହିଛି ।


ଭାରତର ଚୂଡ଼ାନ୍ତ ଏକାଦଶ: ଯଶସ୍ୱ ଜୟସ୍ୱାଲ, ଶୁବମନ ଗିଲ, ଅଭିଷେକ ଶର୍ମା, ଋତୁରାଜ ଗାଏକ୍ୱାଡ଼, ସଞ୍ଜୁ ସାମସନ,  ରିଙ୍କୁ ସିଂହ, ଶିବମ ଦୁବେ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ତୁଷାର ଦେଶପାଣ୍ଡେ, ଖଲିଲ ଅହମ୍ମଦ


ଜିମ୍ବାୱେ: ୱେସଲି ମଧୱେରେ, ତାଦିୱନାସେ ମାରୁମାନୀ, ବ୍ରାୟନ ବେନେଟ, ଡାୟୋନ ମାୟର୍ସ, ସିନ୍ଦନର ରଜା, ଜୋନାଥନ କ୍ୟାମ୍ପବେଲ, ଫରାଜ ଅକରମ, କ୍ଲାଇଭ ମଣ୍ଡାଡେ, ରିଚାର୍ଡ ନଗାରାୱ, ବ୍ଲେସିଂ ମୁଜରବାନୀ, ତେନ୍ଦଇ ଚତାରା