Yashasvi Jaiswal : ନୂଆଦିଲ୍ଲୀ: ଜିମ୍ବାୱେ ଏବଂ ଭାରତ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଇଛି। ଭାରତ ୪-୧ ବ୍ୟବଧାନରେ ସିରିଜ ବିଜୟୀ ହୋଇଛି। ଶେଷ ମ୍ୟାଚରେ ଭାରତ ୪୨ ରନରେ ଜିମ୍ବାୱେକୁ ପରାସ୍ତ କରିଥିଲା। ତେବେ ଏହି ମ୍ୟାଚରେ ଭାରତର ବ୍ୟାଟସମ୍ୟାନ ଯଶସ୍ୱୀ ଜୟସ୍ୱାଲ ଗୋଟିଏ ବଲରେ ୧୩ ରନ ମାରି ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ସେପଟେ ଏଭଳି କରିବାରେ ବିଶ୍ୱର ଏକମାତ୍ର ଖେଳାଳି ହୋଇ ପାରିଛନ୍ତି ଜୟସ୍ୱାଲ। 


COMMERCIAL BREAK
SCROLL TO CONTINUE READING

ଟିମ ଇଣ୍ଡିଆର ଏହି ଯୁବ ଖେଳାଳି ଯଶସ୍ୱୀ ଜୟସ୍ୱାଲ ନିଜ ନାଁରେ ଏହି ବିରଳ ରେକର୍ଡ କରିଛନ୍ତି। ସେ ଟି୨୦ ମ୍ୟାଚରେ ଏଭଳି କରିବାରେ ଏକମାତ୍ର ବ୍ୟାଟସମ୍ୟାନ ହୋଇପାରିଛନ୍ତି। ଟସ ଜିତି ଜିମ୍ବାୱେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ଜିମ୍ବାୱେ ଅଧିନାୟକ ସିକନ୍ଦର ରଜା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ହିଁ ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିଲେ। ରଜା ପ୍ରଥମ ବଲ ନୋ ବଲ କରିଥିଲେ। ନୋ ବଲରେ ଯଶାସଭି ଗୋଟିଏ ଛକା ମାରିଥିଲେ। ଫଳରେ ବିନା କୌଣସି ବଲରେ ଯଶସ୍ୱୀ ୭ ରନ କରିଥିଲେ। ପରବର୍ତ୍ତୀ ବଲ ଫ୍ରି ହିଟ ରହିଥିବା ବେଳେ ସେ ପୁଣି ଆଉ ଗୋଟିଏ ଛକା ମାରିଥିଲେ। ଏହା ସହ ଯଶସ୍ୱୀ ଗୋଟିଏ ବଲରେ ୧୩ ରନ୍ ସଂଗ୍ରହ କରିଥିଲେ।


 



ବିରାଟ ସ୍କୋର କରିଥିଲା ଭାରତ
ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୬୭ ରନ ସଂଗ୍ରହ କରିଥିଲା। ଟିମ୍ ଇଣ୍ଡିଆ ପାଇଁ ସଞ୍ଜୁ ସାମସନ୍ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୫ ବଲରେ ୫୮ ରନର ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସ ସମୟରେ ଗୋଟିଏ ଚୌକା ଓ ୪ଟି ଛକା ମାରିଥିଲେ। ଆଶୀର୍ବାଦ ମୁଜାରାବାନୀ ଜିମ୍ବାୱେ ପାଇଁ ସର୍ବାଧିକ ୱିକେଟ୍ ନେଇଥିଲେ। ସେ ଦୁଇଟି ୱିକେଟ୍ ନେଇଥିଲେ। ଏମାନଙ୍କ ବ୍ୟତୀତ ସିକନ୍ଦର ରଜା, ରିଚାର୍ଡ ନାଗରୱା ଏବଂ ବ୍ରେଣ୍ଡନ୍ ମାଭୁଟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।