Kuldeep Yadav: କୁଲଦୀପ ଯାଦବଙ୍କ ଚମତ୍କାର ସ୍ପିନ୍, ନାଗିନ ଡ୍ୟାନ୍ସ ଛାଡି ଚାଇନା ମ୍ୟାନଙ୍କ ବଲରେ ନାଚିଲା ବାଂଲାଦେଶ
Chinaman Kuldeep Yadav: କ୍ୟାପଟେନ କେ.ଏଲ୍ ରାହୁଲ ୨୫ ତମ ଓଭରରେ କୁଲଦୀପ ଯାଦବଙ୍କୁ ବଲ ଦେଇଥିଲେ ଯିଏ ଘରୋଇ ଦଳକୁ ସମ୍ପୂର୍ଣ୍ଣ ଚାପରେ ରଖିଥିଲେ।
India Bangladesh 1st Test: ଚଟ୍ଟଗ୍ରାମ ଠାରେ ଭାରତ-ବାଂଲାଦେଶ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭ୍ରମଣକାରୀ ଭାରତୀୟ ଦଳ ଏହାର ସ୍ଥିତି ମଜବୁତ କରିନେଇଛି। ଭାରତୀୟ ବୋଲରଙ୍କ ସାମ୍ନାରେ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରିନାହାଁନ୍ତି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ଘରୋଇ ବାଂଲାଦେଶ ୮ ୱିକେଟ ହରାଇଛି। ଏହା ମଧ୍ୟରୁ ଚାରୋଟି ୱିକେଟ୍ ଚାଇନା ମ୍ୟାନ ବୋଲର କୁଲଦୀପ ଯାଦବ ନେଇଛନ୍ତି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଘରୋଇ ଦଳର ବ୍ୟାଟ୍ସମ୍ୟାନ୍ ଭାରତୀୟ ସ୍ପିନରଙ୍କ ଆଗରେ ତିଷ୍ଠି ପାରିନଥିଲେ।
କ୍ୟାପଟେନ କେ.ଏଲ୍ ରାହୁଲ ୨୫ ତମ ଓଭରରେ କୁଲଦୀପ ଯାଦବଙ୍କୁ ବଲ ଦେଇଥିଲେ ଯିଏ ଘରୋଇ ଦଳକୁ ସମ୍ପୂର୍ଣ୍ଣ ଚାପରେ ରଖିଥିଲେ। ଓଭରର ଦ୍ୱିତୀୟ ବଲରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ତାଙ୍କ ବଲକୁ ସମ୍ପୂର୍ଣ୍ଣ ମିସ୍ କରି ଦେଇଥିଲେ। କୁଲଦୀପଙ୍କ ବଲ ବ୍ୟାଟ୍ ଧାର ସହ ଧକ୍କା ହେବା ପରେ ବଲ୍ ସିଧା ବିରାଟ କୋହଲିଙ୍କ ହାତକୁ ଚାଲିଯାଇଥିଲା। ଏହା ପରେ କୁଲଦୀପ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ନୁରୂଲ ହାସନଙ୍କୁ ଆଉଟ୍ କରିଥିଲେ। ଏହା ପରେ ସେ ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ମୁଶଫିକୁର ରହିମଙ୍କୁ ପାଭିଲିୟନ ପଠାଇ ଦେଇଥିଲେ। ଯଦିଓ ରହୀମ DRS ନେଇଥିଲେ ହେଲେ ନିଷ୍ପତ୍ତି ଭାରତ ସପକ୍ଷରେ ରହିଥିଲା। ତାଙ୍କର ଚତୁର୍ଥ ୱିକେଟ୍ ଥିଲେ ତୈଜୁଲ ଇସଲାମ। ୧୦ ଓଭର ବୋଲିଂ କରି ୩୩ ରନ ବ୍ୟୟରେ କୁଲଦୀପ ଚାରୋଟି ୱିକେଟ୍ ନେଇଥିଲେ। ବର୍ତ୍ତମାନ ବାଂଲାଦେଶ ପାଖରେ ଦୁଇଟି ୱିକେଟ୍ ବାକି ରହିଛି। ଏହା ସମ୍ଭବ ଯେ ସ୍ପିନର ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୫ ୱିକେଟ୍ ନେଇ ପାରିବେ।
ଚଟ୍ଟଗ୍ରାମସ୍ଥିତ ଜାହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମ ପିଚ୍ ବହୁ ପରିମାଣରେ ସ୍ପିନରଙ୍କ ପାଇଁ ଭଲ ବିବେଚନା କରାଯାଏ। ହେଲେ କୌତୁହଳର ବିଷୟ ହେଉଛି ଏହି ପିଚରେ ଭାରତୀୟ ଦଳର ଅଭିଜ୍ଞ ସ୍ପିନର ଆର ଅଶ୍ୱିନ ଗୋଟିଏ ୱିକେଟ୍ ନେଇ ପାରି ନଥିବା ବେଳେ ଅକ୍ଷର ପଟେଲ ମଧ୍ୟ କୌଣସି ସଫଳତା ପାଇନାହାଁନ୍ତି। କୁଲଦୀପ ଯାଦବଙ୍କ ପ୍ରବେଶ ୬ ବର୍ଷ ପୂର୍ବେ ହୋଇଥିଲା, ହେଲେ ସେ ଭାରତୀୟ ଦଳରେ ନିରନ୍ତର ସୁଯୋଗ ପାଇନାହାଁନ୍ତି। ଗତ ୨୦୨୧ ଫେବୃଆରୀରେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ। ବାଂଲାଦେଶ ଟେଷ୍ଟ ଲାଗି ତାଙ୍କୁ ପ୍ରାୟ ୨୨ ମାସ ଅପେକ୍ଷା କରିବାକୁ ପଡିଥିଲା।