World Championship of Legends 2024: ଶନିବାର ଦିନ ଇଣ୍ଡିଆ ଚାମ୍ପିଅନ୍ସ କ୍ରିକେଟ୍ ଟିମ୍ ପାକିସ୍ତାନ ଚାମ୍ପିଅନ୍ସ ଟିମକୁ ଭେଟିବ। ଭେଟେରାନ ଖେଳାଳିଙ୍କୁ ନେଇ ଏକ ଦଳ ଏହି ମ୍ୟାଚରେ ଭାଗ ନେବେ। ଏହି ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ୍ ଠାରେ ଖେଳାଯିବ। ଇଣ୍ଡିଆ ଚାମ୍ପିଅନ୍ସ ଅଧିନାୟକ ଯୁବରାଜ ସିଂ ଏବଂ ପାକିସ୍ତାନ ଚାମ୍ପିଅନ୍ସ ଅଧିନାୟକ ସହିଦ ଆଫ୍ରିଦିଙ୍କ ମଧ୍ୟରେ ସିଧାସଳଖ ସଂଘର୍ଷ ହେବ। ଉଭୟ ଦଳର ଅଧିନାୟକ ପୂରା ଫର୍ମରେ ଥିବା ନଜର ଆସିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦଳ ଖେଳିଥିବା ୨ଟି ଲେଖାଁଏ ମ୍ୟାଚ୍ ଜିତିଛନ୍ତି, ତେଣୁ ଗୋଟିଏ ଦଳ ଆଜି ପରାଜୟର ସ୍ୱାଦ ଚାଖିକୁ ନିଶ୍ଚିତ।


COMMERCIAL BREAK
SCROLL TO CONTINUE READING

ଇଣ୍ଡିଆ ଚାମ୍ପିଅନ୍ସ କ୍ରିକେଟ୍ ଟିମ୍ ପ୍ରଥମ ମ୍ୟାଚ୍ ରେ ଇଂଲଣ୍ଡ ଓ ଦ୍ୱିତୀୟ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ କୁ ପରାସ୍ତ କରିଛି। ଯେଉଁଠାରେ ପାକିସ୍ତାନ ଚାମ୍ପିଅନ୍ସ ଟିମ୍ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଇଣ୍ଡିଆ ଚାମ୍ପିଅନ୍ସ ଟିମର ଅଧିନାୟକ ଯୁବରାଜ ସିଂଙ୍କ ଉପରେ ବିଶେଷ ଧ୍ୟାନ ରହିବ। ଗତ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଯୁବରାଜ ଏକ ଚମତ୍କାର ଇନିଂସ ଖେଳିଛନ୍ତି। ଏଥି ସହିତ ସୁରେଶ ରାଇନା, ରବିନ୍ ଉଥାପ୍ପା, ଇରଫାନ୍ ପଠାନ୍, ୟୁସୁଫ୍ ପଠାନ୍ ଓ ନମନ୍ ଓଜାଙ୍କ ଭଳି ଖେଳାଳି ଦଳ ପାଇଁ ଭଲ ସ୍କୋର କରିବେ ବୋଲି ଆଶା କରାଯାଉଛି।


ଅନ୍ୟପକ୍ଷରେ ପାକିସ୍ତାନ ଅଧିନାୟକ ୟୁନିସ ଖାନ, ସହିଦ ଆଫ୍ରିଦି, ୱାହାବ ରିଆଜ, ଅବଦୁଲ ରଜାକ, ସୋହେଲ ତନଭୀର ଓ ଶୋଏବ ମଲିକଙ୍କ ଭଳି ଖେଳାଳିମାନେ ନଜରରେ ରହିବେ। ଏହି ଚାମ୍ପିଅନସିପ୍ ଟାଇଟଲ୍ ପାଇଁ ଉଭୟ ଦଳ ଦୃଢ଼ ପ୍ରତିଯୋଗୀ ଭାବରେ ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି।


ଆପଣ ଏଠାରେ ଦେଖିପାରିବେ ମ୍ୟାଚ୍ 
ଭାରତ ଓ ପାକିସ୍ତାନ ଚାମ୍ପିଅନ୍ସ କ୍ରିକେଟ୍ ଦଳ ମଧ୍ୟରେ ଏହି ମ୍ୟାଚ୍ ରାତି ୯ଟାରୁ (ଭାରତୀୟ ସମୟ)ଆରମ୍ଭ ହେବ। ଏହି ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କ କିମ୍ବା ଫ୍ୟାନ୍ କୋଡ୍ ରେ ଲାଇଭ୍ ଦେଖାଯାଇପାରିବ।


ଇଣ୍ଡିଆ ଚାମ୍ପିଅନ୍ସ ଟିମ୍
ଯୁବରାଜ ସିଂ (ଅଧିନାୟକ), ରବିନ୍ ଉଥାପ୍ପା, ନମନ୍ ଓଝା (ୱିକେଟ୍ କିପର), ସୁରେଶ ରୈନା, ଗୁରୁକିରତ୍ ସିଂ ମାନ୍, ଇରଫାନ୍ ପଠାନ୍, ୟୁସୁଫ୍ ପଠାନ୍, ବିନୟ କୁମାର, ହରଭଜନ ସିଂ, ଧୱଲ କୁଲକର୍ଣ୍ଣି, ରାହୁଲ ଶୁକ୍ଲା, ଆରପି ସିଂ, ସୈରଭ ତିୱାରୀ, ଅନୁରିତ ସିଂ, ରାହୁଲ ଶର୍ମା, ଅମ୍ବାତି ରାୟୁଡୁ ଓ ପୱନ ନେଗି।


ପାକିସ୍ତାନ ଚାମ୍ପିୟନ ଟିମ୍
ୟୁନିସ୍ ଖାନ୍ (ଅଧିନାୟକ), କାମରନ୍ ଅକମଲ୍ (ୱିକେଟ୍ କିପର), ଶାର୍ଜିଲ୍ ଖାନ୍, ସୋହେବ ମକସୁଦ, ଶୋଏବ ମଲିକ, ମିସବାହ-ଉଲ-ହକ, ସହିଦ ଆଫ୍ରିଦି, ଅବଦୁଲ ରଜାକ, ଆମୀର ୟାମିନ, ୱାହାବ ରିଆଜ, ସୟଦ ଅଜମଲ, ତୈଫିକ ଉମର, ମହମ୍ମଦ ହାଫିଜ, ସୋହେଲ ତନଭୀର, ସୋହେଲ ଖାନ, ଉମର ଆକମଲ ଓ ତନଭୀର ଅହମ୍ମଦ।