India Pacer Khaleel Ahmed: ଇଣ୍ଡିଆ ପେସର୍ ଖଲିଲ ଅହମ୍ମଦ ପ୍ରଶଂସକଙ୍କ ପାଇଁ ଏକ ବାର୍ତ୍ତା ସେୟାର କରିଛନ୍ତି। ଯେଉଁଥିରେ ସେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଚଳିତ ସିଜିନ ରଣଜୀ ଟ୍ରଫି ମ୍ୟାଚ୍ରୁ ବାଦପଡ଼ିବେ ବୋଲି କହିଛନ୍ତି। ଚିକିତ୍ସାଗତ କାରଣରୁ ତାଙ୍କୁ ଦଳରୁ ଦୂରେଇ ରଖାଯାଇଛି। ଚିକିତ୍ସା ଶେଷ ହେବା ପରେ ପୁଣି ଥରେ ସେ ପୁନର୍ବାର ପଡ଼ିଆକୁ ଓହ୍ଲାଇବେ ବୋଲି ଜଣାଇଛନ୍ତି କ୍ରିକେଟର ଖଲିଲ ଅହମ୍ମଦ। 


COMMERCIAL BREAK
SCROLL TO CONTINUE READING

ଚିକିତ୍ସାଧିନ ଅବସ୍ଥାରେ ରହି କ୍ରିକେଟର ଖଲିଲ ଅହମ୍ମଦ ଏକ ଫଟୋ ସେୟାର କରିଛନ୍ତି। ଏନେଇ ଟ୍ୱିଟ କରି ସେ କହିଛନ୍ତି, “କ୍ରିକେଟ୍ ଠାରୁ ଦୂରରେ ରହିବା ଅତ୍ୟନ୍ତ କଷ୍ଟକର, ଏହା ଦୁର୍ଭାଗ୍ୟଜନକ, ହେଲେ ମୋର ଚିକିତ୍ସା ହେତୁ ମୁଁ ଆଗାମୀ ରଣଜୀ ସିଜିନ ମୁକାବିଲାର ଅଧିକାଂଶ ମ୍ୟାଚ୍ ହରାଇବି। ମୁଁ ଆରୋଗ୍ୟ ହେବା ରାସ୍ତାରେ ରହିଛି ଏବଂ ଥରେ ଫିଟ୍ ମନେ ହେବା ପରେ ମୁଁ ଫେରି ଆସିବି। ସମସ୍ତଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ। ”


କ୍ରିକେଟର ଖଲିଲ ଅହମ୍ମଦ ରାଜସ୍ଥାନ ଟିମ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଯିଏ ସୟଦ ମୁସ୍ତାକ ଅଲି ଟ୍ରଫି ମୁକାବିଲାର ଅଂଶ କରିଥିଲେ। ତାଙ୍କୁ ମୁମ୍ବାଇ ବିପକ୍ଷ T-20 ମୁକାବିଲାରେ ଶେଷ ଥର ପଡ଼ିଆରେ ଦେଖିବାକୁ ମିଳିଥିଲା। ଏହି  ମୁକବିଲାରେ ସେ ୪ ଓଭର ଖେଳି ୪୭ ରନ୍ ସଂଗ୍ରହ କରିବା ସହ ଗୋଟିଏ ୱିକେଟ୍ ପାଇଥିଲେ। ସେ ୨୦୨୨-୨୩ ସୟଦ ମୁସ୍ତାକ ଅଲି ଟ୍ରଫି ସମୟରେ ତିନୋଟି ମ୍ୟାଚରେ ମୋଟ ଚାରୋଟି ୱିକେଟ୍ ନେଇଥିଲେ।


ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିଡଷ୍ଟାର୍ ଇରଫାନ୍ ପଠାନ୍, ମୁନାଫ୍ ପଟେଲ ଏବଂ ସେ ପ୍ରତିନିଧିତ୍ୱ କରୁଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ  ପକ୍ଷରୁ  ତାଙ୍କର ଶୀଘ୍ର ଆଶୁଆରୋଗ୍ୟ କାମନା କରିଛନ୍ତି।  ଆଇପିଏଲ ମୁକାବିଲାରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୦ ମ୍ୟାଚ ଖେଳି ମୋଟ ୧୬ ୱିକେଟ୍ ନେଇଥିଲେ। ହାମଷ୍ଟ୍ରିଂ ଆଘାତ ହେତୁ ଏହି ଦ୍ରୁତ ବୋଲର ଅନେକ ମ୍ୟାଚ୍ ହରାଇଥିଲେ।