India vs Australia Series Jasprit Bumrah: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ୨୦୨୩ (Border Gavaskar Trophy 2023) ଟେଷ୍ଟ ସିରିଜ ଚାଲିଛି । ଏହି ସିରିଜର ୨ଟି ମ୍ୟାଚ୍ ଶେଷ ହୋଇସାରିଛି । ବର୍ତ୍ତମାନ ପରବର୍ତ୍ତୀ ୨ଟି ମ୍ୟାଚ୍ ଓ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଚୟନକର୍ତ୍ତା ଭାରତୀୟ ଦଳ (Team India ODI Squad) ଘୋଷଣା କରିଛନ୍ତି । ସେପଟେ ଜଣେ ବଡ଼ ମ୍ୟାଚ୍ ୱିନର୍ ଖେଳାଳିଙ୍କୁ ଉଭୟ ଦଳରେ ସ୍ଥାନ ମିଳିନାହିଁ । ଏହି ଖେଳାଳି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳର ଦଳର ଅଂଶ ହୋଇପାରି ନଥିଲେ । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ବର୍ତ୍ତମାନ ଏହି ଖେଳାଳିଙ୍କୁ ଆଇପିଏଲ (IPL 2023) ରେ ଖେଳୁଥିବା ଦେଖିପାରନ୍ତି ।


COMMERCIAL BREAK
SCROLL TO CONTINUE READING

ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ବିଗତ ଅନେକ ଥର ଆଘାତ ସହ ସଂଘର୍ଷ କରୁଛନ୍ତି । ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ (India vs Australia Test Series) ର ପ୍ରଥମ ଦୁଇଟି ମ୍ୟାଚରେ ଜସପ୍ରୀତ ବୁମ୍ରା (Jasprit Bumrah) ଅନ୍ତର୍ଭୁକ୍ତ ହୋଇନଥିଲେ । ଏହି ଟେଷ୍ଟ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍ ପାଇଁ ସେ ବର୍ତ୍ତମାନ ଦଳରେ ସାମିଲ ହୋଇନାହାଁନ୍ତି । ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ODI ସିରିଜ୍ ପାଇଁ ମଧ୍ୟ ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କୁ ଚୟନ କରାଯାଇ ନାହିଁ ।


ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ଷ୍ଟ୍ରେସ୍ ଫ୍ୟାକ୍ଚରରୁ ସୁସ୍ଥ ହେବା ପ୍ରକ୍ରିୟା ମନ୍ଥର ଗତିରେ ରହିଛି, ଯେଉଁ କାରଣରୁ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ରିସ୍କ ନେଇନାହିଁ । ଜୁନ୍ ୭ରୁ ୧୧ ପର୍ଯ୍ୟନ୍ତ ଲଣ୍ଡନର ଓଭାଲରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ (World Test Championship final) ପାଇଁ ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ଆବଶ୍ୟକତା ହୋଇପାରେ । ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ (ODI World Cup 2023) ପାଇଁ ତାଙ୍କ ଉପସ୍ଥିତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ । ତେଣୁ ଜସପ୍ରୀତ ବୁମ୍ରା ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ (Indian Premier League) ରେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ପାଇଁ ପ୍ରତ୍ୟାବର୍ତ୍ତନ କରିବେ, ଯେଉଁଠାରେ ତାଙ୍କର କାର୍ଯ୍ୟଭାର ଉପରେ ନଜର ରଖାଯିବ ।


ଜସପ୍ରୀତ ବୁମ୍ରା (Jasprit Bumrah) ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୩୦ଟି ଟେଷ୍ଟ ମ୍ୟାଚ୍, ୭୨ଟି ODI ଏବଂ ୬୦ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟରେ ୧୨୮ ୱିକେଟ୍, ODIରେ ୧୨୧ ୱିକେଟ୍ ଏବଂ ଟି-20ରେ ୭୦ ୱିକେଟ୍ ନେଇଛନ୍ତି । ଜସପ୍ରୀତ ବୁମ୍ରା ବର୍ତ୍ତମାନ ଭାରତର ଅନ୍ୟତମ ସଫଳ ବୋଲର ଭାବରେ ବିବେଚିତ ହୋଇଛନ୍ତି । ଜୁଲାଇ ୨୦୨୨ରେ ଇଂଲଣ୍ଡ ଗସ୍ତ ପରେ ଜସପ୍ରୀତ ବୁମ୍ରାଙ୍କୁ ଅଣ୍ଟାରେ 'ଷ୍ଟ୍ରେଚ ଫ୍ୟାକ୍ଚର' ସାମ୍ନା କରିବାକୁ ପଡ଼ିଥିଲା । ଏହି ଆଘାତ ଯୋଗୁଁ ସେ କ୍ରମାଗତ ଭାବରେ ଦଳରୁ ବାହାରେ ଅଛନ୍ତି ।


ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନା ଲାଗୁ କରିଥିବା ରାଜ୍ୟଗୁଡିକୁ ଲାଗିଲା ଜୋରଦାର ଝଟକା! ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନେଲେ ଏହି ବଡ଼ ନିଷ୍ପତ୍ତି


ଅଧିକ ପଢ଼ନ୍ତୁ:-ଶିଖର ଧାୱନ-ଭୁବିଙ୍କ ସମେତ ୫ ଖେଳାଳିଙ୍କ ବିଶ୍ୱକପ ୨୦୨୩ରୁ ବାଦ୍ ପଡ଼ିବା ନିଶ୍ଚିତ! ଅଷ୍ଟ୍ରେଲିଆ ସିରିଜରୁ ମିଳିଲା ଏହି ବଡ଼ ସଂକେତ


ଅଧିକ ପଢ଼ନ୍ତୁ:-ଦୁନିଆର ସବୁଠାରୁ ଅଳସୁଆ କ୍ରିକେଟର କିଏ? ରେକର୍ଡ୍ସ ଶୁଣି ହସିବାକୁ ଲାଗିବେ ଆପଣ!


ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ODI ଦଳ 


ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ , ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ, ଜୟଦେବ ଉନାଦକଟ୍