India vs Bangladesh 2nd ODI Match Team India Playing 11: ଭାରତୀୟ ଦଳ (Team India) ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି । ଏହି ଗସ୍ତରେ ଭାରତୀୟ ଦଳ ୩ଟି ଏକଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚର ସିରିଜ ଖେଳିବ । ବର୍ତ୍ତମାନ ବାଂଲାଦେଶ ବିପକ୍ଷରେ ଭାରତୀୟ ଦଳର ଦିନିକିଆ ସିରିଜ ଜାରି ରହିଛି । ଏହି ସିରିଜର ପ୍ରଥମ ମ୍ୟାଚ (India vs Bangladesh 1st ODI Match) ରେ ଟିମ୍ ଇଣ୍ଡିଆ (Team India) କୁ ଗୋଟିଏ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଫଳରେ ଏହି ସିରିଜରେ ବାଂଲାଦେଶ ଦଳ ୧-୦ରେ ଆଗରେ ରହିଛି । ତେଣୁ ଭାରତୀୟ ଦଳ ପାଇଁ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଜିତିବା ଅତ୍ୟନ୍ତ ଜରୁରୀ । ନଚେତ ସିରିଜ ହାତରୁ ଖସିଯିବ । ଏହା ଅନ୍ତର୍ଗତ ଭାରତୀୟ କ୍ରିକେଟ ଦଳ (Indian Cricket Team) ର ଅଧିନାୟକ ରୋହିତ ଶର୍ମା (Rohit Sharma) ବର୍ତ୍ତମାନ ଆକ୍ସନ୍ ମୋଡରେ ଅଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆସନ୍ତାକାଲି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକଦାଶ (India Playing 11) ରେ କିଛି ଫ୍ଲପ୍ ଖେଳାଳିଙ୍କୁ ଅଧିନାୟକ ରୋହିତ ଶର୍ମା (Rohit Sharma) ବାହାରର ବାଟ ଦେଖାଇପାରନ୍ତି । ଅଧିନାୟକ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶରୁ ୩ ଫ୍ଲପ୍ ଖେଳାଳିଙ୍କୁ ବାହାର ବାଟ ଦେଖାଇବେ ବୋଲି ଅନୁମାନ କରାଯାଉଛି । ଆସନ୍ତୁ ଜାଣିବା ସେହି ୩ ଖେଳାଳିଙ୍କ ବିଷୟରେ...


୧. ଶାହାବାଜ ଅହମ୍ମଦ 


ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆର ଚୂଡ଼ାନ୍ତ ଏକାଦଶରୁ ଅଲରାଉଣ୍ଡର ଶାହାବାଜ ଅହମ୍ମଦ (Shahbaz Ahmed) ଙ୍କୁ ବାହାର ବାଟ ଦେଖାପାରନ୍ତି । ଦ୍ୱିତୀୟ ଦିନିକିଆରେ ଅକ୍ସର ପଟେଲଙ୍କୁ ଶାହବାଜ ଅହମ୍ମଦଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ଖେଳିବାକୁ ସୁଯୋଗ ଦିଆଯାଇପାରେ । ପ୍ରଥମ ଦିନିକିଆରେ ଶାହାବାଜ ଅହମ୍ମଦ ବ୍ୟାଟିଂ ସମୟରେ ଶୂନରେ ଆଉଟ ହୋଇଥିଲେ ଓ ବୋଲିଂ ସମୟରେ ସେ ଗୋଟିଏ ବି ୱିକେଟ୍ ନେଇ ପାରି ନଥିଲେ ।


୨. ଶିଖର ଧାୱନ


ସେହିପରି ଦ୍ୱିତୀୟ ଦିନିକିଆରେ ଚୂଡ଼ାନ୍ତ ଏକାଦଶରୁ ଶିଖର ଧାୱନ (Shikhar Dhawan) ଙ୍କୁ ବାହାରର ବାଟ ଦେଖାଯାଇପାରେ । ଶିଖର ଧାୱନଙ୍କ ସ୍ଥାନରେ ଇଶାନ କିଶନଙ୍କୁ ସୁଯୋଗ ମିଳିପାରେ । ଇଶାନ କିଶନ ଜଣେ ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଓ ସେ ଓପେନିଂରେ ରୋହିତ ଶର୍ମାଙ୍କ ସହ ଟିମ୍ ଇଣ୍ଡିଆକୁ ଏକ ଭଲ ଆରମ୍ଭ ଦେଇପାରିବେ । ବ୍ୟାଟିଂରେ ଶିଖର ଧାୱନଙ୍କ ଅପେକ୍ଷା ଇଶାନ କିଶନ ଅଧିକ ଖତରନାକ୍ । ଶିଖର ଧାୱନଙ୍କ ବ୍ୟାଟ୍ ଶାନ୍ତ ଅଛି, ତେଣୁ ତାଙ୍କୁ ଦ୍ୱିତୀୟ ଦିନିକିଆରେ ବେଞ୍ଚରେ ବସିବାକୁ ପଡ଼ିପାରେ ।


୩. କୁଲଦୀପ ସେନ୍


ସେହିପରି ଦ୍ୱିତୀୟ ଦିନିକିଆରେ ଦ୍ରୁତ ବୋଲର କୁଲଦୀପ ସେନଙ୍କୁ ଡ୍ରପ କରାଯାଇପାରେ । କୁଲଦୀପ ସେନ (Kuldeep Sen) ଙ୍କ ସ୍ଥାନରେ ଉମ୍ରାନ ମଲିକଙ୍କୁ ସୁଯୋଗ ମିଳିପାରେ । କୁଲଦୀପ ସେନ୍ ରୋହିତ ଶର୍ମାଙ୍କ ଭରସା ଭାଙ୍ଗିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ କୁଲଦୀପ ସେନ ୫ ଓଭରରେ ୩୭ ରନ ଦେଇଥିଲେ । କୁଲଦୀପ ସେନ୍ କୌଣସି ପ୍ରକାରେ ୨ଟି ୱିକେଟ୍ ନେଇ ନିଜର ସମ୍ମାନ ରକ୍ଷା କରିଥିଲେ । 


ଏହା ବି ପଢ଼ନ୍ତୁ:-BCCIକୁ ଗୁହାରୀ କଲେ ରମିଜ ରାଜା, ଜାଣନ୍ତୁ କ'ଣ ରହିଛି ପୂରା ଘଟଣା


ଏହା ବି ପଢ଼ନ୍ତୁ:-ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍! ଏହି ଫୋନ୍ ଆପଣଙ୍କୁ କରିଦେବ ଖୁସ୍


ଏହା ବି ପଢ଼ନ୍ତୁ:-ସାଇବରିଆର ଜଣେ ତାନ୍ତ୍ରିକଙ୍କୁ ଡରନ୍ତି ପୁଟିନ, ହରିଣର ରକ୍ତରେ କରନ୍ତି ସ୍ନାନ!


 


ବାଂଲାଦେଶ ବିପକ୍ଷ ଦ୍ୱିତୀୟ ODI ପାଇଁ ଭାରତର ସମ୍ଭାବ୍ୟ ଏକାଦଶ


ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଦୀପକ ଚହର


ବାଂଲାଦେଶ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ


ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ ଅଧିନାୟକ), ଦୀପକ ଚହର, ଶିଖର ଧାୱନ, ଇଶାନ କିଶନ, ଶ୍ରେୟସ ଆୟର, ବିରାଟ କୋହଲି, ମହମ୍ମଦ ସିରାଜ, ଋଷଭ ପନ୍ତ, ଅକ୍ସର ପଟେଲ, ରଜତ ପାଟିଦାର, କୁଲଦୀପ ସେନ, ଶାହବାଜ ଅହମ୍ମଦ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ରାହୁଲ ତ୍ରିପାଠୀ, ୱାଶିଂଟନ୍ ସୁନ୍ଦର