Samsung Galaxy A14 5G Smartphone: ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍! ଏହି ଫୋନ୍ ଆପଣଙ୍କୁ କରିଦେବ ଖୁସ୍
Advertisement

Samsung Galaxy A14 5G Smartphone: ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍! ଏହି ଫୋନ୍ ଆପଣଙ୍କୁ କରିଦେବ ଖୁସ୍

5G Smartphone: ଏହି ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ଲଞ୍ଚ ହେବାର ଅଛି, କାରଣ ଏଥିପାଇଁ କୁହାଯାଉଛି ସାମସଙ୍ଗ ଇଣ୍ଡିଆର ୱେବସାଇଟରେ ଏହା ଦେଖିବାକୁ ମିଳିଛି । ସାମସଙ୍ଗ୍ କମ୍ପାନୀ ଏହି ପେଜକୁ ଲାଇଭ୍ କରିଛି । ଏହି ଫୋନ କିଛି ଦିନ ମଧ୍ୟରେ ଭାରତୀୟ ବଜାରରେ ଆସିପାରେ ।

Samsung Galaxy A14 5G Smartphone: ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍! ଏହି ଫୋନ୍ ଆପଣଙ୍କୁ କରିଦେବ ଖୁସ୍

5G Smartphone: ସାମସଙ୍ଗ (Samsung) ଖୁବ୍ ଶୀଘ୍ର ଭାରତରେ ନିଜର 5G ସ୍ମାର୍ଟଫୋନ୍ (Samsung 5G Smartphone) ଲଞ୍ଚ କରିବାକୁ ଯାଉଛି । ଫୋନର ମୂଲ୍ୟ ଯଥେଷ୍ଟ କମ୍ ହୋଇପାରେ ବୋଲି ଆଶା କରାଯାଉଛି । ଏହି ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ଲଞ୍ଚ ହେବାର ଅଛି, କାରଣ ଏଥିପାଇଁ କୁହାଯାଉଛି ସାମସଙ୍ଗ ଇଣ୍ଡିଆ (Samsung India) ର ୱେବସାଇଟରେ ଏହା ଦେଖିବାକୁ ମିଳିଛି । ସାମସଙ୍ଗ୍ କମ୍ପାନୀ ଏହି ପେଜକୁ ଲାଇଭ୍ କରିଛି । ଏହି ଫୋନ କିଛି ଦିନ ମଧ୍ୟରେ ଭାରତୀୟ ବଜାର (Indian Market) ରେ ଆସିପାରେ । ଫୋନରେ ଶକ୍ତିଶାଳୀ ବ୍ୟାଟେରୀ ଓ ଦମଦାର୍ କ୍ୟାମେରା ଉପଲବ୍ଧ ରହିବ ବୋଲି ଆଶା କରାଯାଉଛି । ଆସନ୍ତୁ ଜାଣିବା ସାମସଙ୍ଗ ଗାଲାକ୍ସି A14 5G ର ଫିଚର୍ସ (Samsung Galaxy A14 5G Features) ଓ ସ୍ପେଶିଫିକେଶନ୍ସ (Samsung Galaxy A14 5G Specifications)

ସାମସଙ୍ଗ ଇଣ୍ଡିଆ (Samsung India) ନିଜର ୱେବସାଇଟରେ SM-A146B/DS ମଡେଲ ନମ୍ବର ସହିତ ଫୋନ୍ ଏକ ସପୋର୍ଟ ପେଜ୍ ତିଆରି କରିଛି । ଖବର ଅନୁଯାୟୀ, ଏହା ସାମସଙ୍ଗ ଗାଲାକ୍ସି ଏ14 5ଜି (Samsung Galaxy A14 5G) ହେବ । ଏହାର 4G ଭାରିଆଣ୍ଟ ମଧ୍ୟ ଭାରତରେ ଲଞ୍ଚ ହେବାକୁ ଯାଉଛି, ଯାହାର ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ । କିନ୍ତୁ Samsung Galaxy A14 5G ସହିତ ଜଡିତ ଅନେକ ଫିଚର୍ସ ଲିକ୍ ହୋଇସାରିଛି ।

ସାମସଙ୍ଗ ଗାଲାକ୍ସି A14 5G (Samsung Galaxy A14 5G) ରେ ଏକ ୬.୫ ଇଞ୍ଚ IPS LCD ଡିସପ୍ଲେ ମିଳିବ, ଯେଉଁଥିରେ 60HZ ର ରିଫ୍ରେଶ ରେଟ୍ ରହିବ । ଫୋନ୍ ଦୁଇଟି ଚିପସେଟ (Dimensity 700 ଓ Exynos 1330) ଭାରିଆଣ୍ଟରେ ଆସିବ । କିନ୍ତୁ ଫୋନ୍ ଭାରତରେ କେଉଁ ଭାରିଆଣ୍ଟରେ ଆସିବ ତାହା ଜଣା ପଡିନାହିଁ । ଫୋନ୍ ଆଣ୍ଡ୍ରଏଡ୍ 13 OS ସହିତ ଆସିପାରେ । ସାମସଙ୍ଗ ଗାଲାକ୍ସି ଏ14 5ଜି ଟ୍ରିପଲ୍ କ୍ୟାମେରା ସେଟଅପ୍ ସହିତ ସଜ୍ଜିତ ହେବ, ଯେଉଁଥିରେ 50MP ର ପ୍ରାଥମିକ ଲେନ୍ସ ରହିବ । ଏହା ବ୍ୟତୀତ ଆଗରେ 13MP ସେଲଫି ସୁଟର ରହିବ । ଫୋନରେ ବ୍ୟାଟେରୀ ମଧ୍ୟ ଜବରଦସ୍ତ ହେବାକୁ ଯାଉଛି । ଏଥିରେ 15W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 5000mAh ବ୍ୟାଟେରୀ ରହିପାରେ । ଫିଚର୍ସ ଦେଖିଲେ ଲାଗୁଛି ଯେ ଫୋନ୍ ଭାରତରେ ବହୁତ କମ୍ ମୂଲ୍ୟରେ ମିଳିବ । 

ଏହା ବି ପଢ଼ନ୍ତୁ:-ସାଇବରିଆର ଜଣେ ତାନ୍ତ୍ରିକଙ୍କୁ ଡରନ୍ତି ପୁଟିନ, ହରିଣର ରକ୍ତରେ କରନ୍ତି ସ୍ନାନ!

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ନୂଆ ଅଧିନାୟକଙ୍କୁ ନେଇ ପୂର୍ବତନ କ୍ରିକେଟର ଦେଲେ ବଡ଼ ବୟାନ, କହିଲେ-ହାର୍ଦ୍ଦିକ ନୁହେଁ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ୍

ଏହା ବି ପଢ଼ନ୍ତୁ:-ପିଇଲେ ମଦ, ଖାଇଲେ ଭାୟାଗ୍ରା ଏବଂ କଲେ ସେକ୍ସ; କିନ୍ତୁ ଏହି ସମୟରେ ଘଟିଲା ଏପରି କିଛି ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

 

ସେପଟେ ରିଲାଏନ୍ସ ଜିଓ (Reliance Jio) ନିଜର 5G  ସେବା (5G Service in India) କୁ ଶୀଘ୍ର ବିସ୍ତାର କରୁଛି । କମ୍ପାନୀ ନିକଟ ଅତୀତରେ ଚେନ୍ନାଇରେ ନିଜର 5G ସେବା (Jio 5G Service) ଆରମ୍ଭ କରିଥିଲା । ଏହାସହ ରାଜସ୍ଥାନର ନାଥଦ୍ୱାରରେ ଜିଓ ଟ୍ରୁ 5G (Jio True 5G) ଆଧାରିତ ୱାଇ-ଫାଇ ସେବା (Wi-Fi Service) ଆରମ୍ଭ କରିଥିଲା । ବର୍ତ୍ତମାନ କମ୍ପାନୀ ଏହାକୁ ବିସ୍ତାର କରି ଏହାର ତାଲିକାରେ ଅନ୍ୟ ଦୁଇଟି ସହର ଯୋଡିଛି । କମ୍ପାନୀ ଗୁରୁବାର ବେଙ୍ଗାଲୁରୁ (Jio 5G Services in Bengaluru) ଓ ହାଇଦ୍ରାବାଦ (Jio 5G Services in Hyderabad) ରେ ନିଜର 5ଜି ସେବା ଆରମ୍ଭ କରିଛି । 5G ସେବା ଆରମ୍ଭ ହେବାର ପ୍ରାୟ ଏକ ମାସ ପରେ କମ୍ପାନୀ ଏହାକୁ ଅନ୍ୟ ଦୁଇଟି ସହରକୁ ବିସ୍ତାର କରିଛି । ଗତ ମାସରେ ଦଶହରା ଅବସରରେ ଜିଓ ନିଜର 5G ସେବା ଆରମ୍ଭ କରିଥିଲା ।​