India vs Bangladesh 2nd Test: ଭାରତ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି । ଏହି ଗସ୍ତରେ ଭାରତ ପ୍ରଥମେ ଦିନିକିଆ ସିରିଜ (India vs Bangladesh ODI Series) ଖେଳିସାରିଥିବାବେଳେ ବର୍ତ୍ତମାନ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (IND vs BAN Test Series) ଖେଳୁଛି । ଏହି ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ (IND vs BAN 2nd Test) ବାଂଲାଦେଶର ରାଜଧାନୀ ଢାକା (Dhaka Test) ରେ ଖେଳା ଯାଉଛି । ଏହି ସିରିଜରେ ଭାରତୀୟ ଦଳ (Indian Cricket Team) ୧-୦ରେ ଆଗୁଆ ରହିଛି । ଢାକାରେ ଖେଳାଯାଉଥିବା ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ବ୍ୟାଟିଂ ସମୟରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଙ୍କ ଉପରେ ରାଗି ପାଚି ଲାଲ ହୋଇଯାଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଙ୍କ କାର୍ଯ୍ୟଶୈଳୀକୁ ନେଇ ବିରାଟ କୋହଲି (Virat Kohli) ଏତେ ପରିମାଣରେ ରାଗି ଯାଇଥିଲେ ଯେ ସେ କିଛି ମିନିଟ୍ ଯାଏ ତାଙ୍କ ଆଡକୁ ଚାହିଁ ରହିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ଟିମ୍ ଇଣ୍ଡିଆ (Team India) ର  ଇନିଂସର ୩୬ ତମ ଓଭରରେ ଭାରତୀୟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି କ୍ରିଜରେ ଉପସ୍ଥିତ ଥିଲେ । ତା’ପରେ ବାଂଲାଦେଶୀ ସ୍ପିନର ମେହଦି ହାସନ (Mehdi Hasan) ଙ୍କ  ଓଭରର ଶେଷ ବଲକୁ ବିରାଟ କୋହଲିଙ୍କ ମିଡ-ଅନ୍ ଆଡ଼କୁ ଫ୍ଲିକ କରିଦେଇଥିଲେ, ତା’ପରେ ସେ ଗୋଟିଏ ରନ୍ ନେବାକୁ ଦୌଡ଼ି ଥିଲେ । ବିରାଟ କୋହଲି ତାଙ୍କ କ୍ରିଜରୁ ବହୁତ ବାହାରକୁ ବାହାରି ଆସିଥିଲେ, କିନ୍ତୁ ନନ୍ ଷ୍ଟ୍ରାଇକର ଏଣ୍ଡରେ ଥିବା ଋଷଭ ପନ୍ତ ତାଙ୍କୁ ଅଧା ପିଚରୁ ଫେରାଇ ଦେଇଥିଲେ ।


ଋଷଭ ପନ୍ତ (Rishabh Pant) ଙ୍କ ହଠାତ୍ ଏପରି କରିବା କାରଣରୁ ବିରାଟ କୋହଲି (Virat Kohli) ଆଉଟ ହେବାରୁ ଅଳ୍ପରୁ ବର୍ତ୍ତି ଯାଇଥିଲେ । ବିରାଟ କୋହଲିଙ୍କୁ ନିଜ ୱିକେଟ୍ ବଞ୍ଚାଇବାକୁ ଡାଇଭ ଲଗାଇବାକୁ ପଡ଼ିଥିଲା । ଯେତେବେଳେ ବିରାଟ କୋହଲି ଅଳ୍ପକେ ବର୍ତ୍ତିଯାଇଥିଲେ, ସେତେବେଳେ ସେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଉପରେ ରାଗି ନିଆଁ ହୋଇଯାଇଥିଲେ । ବିରାଟ କୋହଲି ଋଷଭ ପନ୍ତଙ୍କୁ କିଛି ମିନିଟ୍ ଧରି ଚାହିଁ ରହିଥିଲେ । ବିରାଟ କୋହଲି ଓ ଋଷଭ ପନ୍ତଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।



ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀମାନେ ପାଇବେ ଟ୍ରିପଲ୍ ଉପହାର, ଜାଣନ୍ତୁ କ'ଣ କ'ଣ ମିଳିବ?


ଅଧିକ ପଢ଼ନ୍ତୁ:-ଆଇପିଏଲ ୨୦୨୩ ପୂର୍ବରୁ ଏହି ୫ ଭାରତୀୟ ଖେଳାଳିଙ୍କ ଉପରେ ଲାଗିବ ବ୍ୟାନ୍! BCCI ହଠାତ୍ ନେଲା ବଡ଼ ନିଷ୍ପତ୍ତି


ଅଧିକ ପଢ଼ନ୍ତୁ:-FIFA ଚେୟାରମ୍ୟାନ୍ କହିଲେ-ଭାରତ ଖେଳିପାରେ ପରବର୍ତ୍ତୀ ଫୁଟବଲ୍ ବିଶ୍ୱକପ୍, ଜାଣନ୍ତୁ କ’ଣ କହୁଛି ସମୀକରଣ


ଆପଣଙ୍କୁ କହିରଖୁଛୁ ଯେ, ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଟି-ବ୍ରେକ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ୬୧ ଓଭରରେ ୪ ୱିକେଟ ହରାଇ ୨୨୬ ରନ୍ ସଂଗ୍ରହ କରିନେଇଛି । ଋଷଭ ପନ୍ତ ୮୬ ରନ୍ ଓ ଶ୍ରେୟସ୍ ଆୟର୍ ୫୮ ରନ୍ ସ୍କୋର କରିବା ପରେ କ୍ରିଜରେ ଉପସ୍ଥିତ ଅଛନ୍ତି । ଏହାପୂର୍ବରୁ କେ.ଏଲ୍ ରାହୁଲ (୧୦), ଶୁଭମାନ ଗିଲ (୨୦), ଚେତେଶ୍ୱର ପୂଜାରା (୨୪) ଏବଂ ବିରାଟ କୋହଲି (୨୪) ଶସ୍ତାରେ ପ୍ୟାଭିଲିୟନକୁ ଫେରିଛନ୍ତି । ପ୍ରଥମ ଇନିଂସରେ ବାଂଲାଦେଶ ୨୨୭ ରନ୍ ସଂଗ୍ରହ କରିଥିଲା ।