India vs New Zealand 3rd Test: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ମୁମ୍ବାଇରେ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଉଭୟ ଦଳ ପାଇଁ ପ୍ରଥମ ଦିନ ମିଶ୍ରିତ ରହିଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର ୨୩୫ ରନ୍ ସ୍କୋର କରି ଅଲ୍ ଆଉଟ୍ ହୋଇଥିଲା। ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ୍ ସୁନ୍ଦର ଭାରତ ପାଇଁ ଚମତ୍କାର ବୋଲିଂ କରିଥିଲେ। ରବିନ୍ଦ୍ର ଜାଡେଜା ୫ ୱିକେଟ୍ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ୪ ଟି ୱିକେଟ୍ ନେଇଛନ୍ତି। ତେବେ ଏହାର ଜବାବରେ ଭାରତୀୟ ଦଳର ମଧ୍ୟ ଆରମ୍ଭ  ଭଲ ନଥିଲା ଏବଂ ଅଧିନାୟକ ରୋହିତ ଶର୍ମା ପୁଣି ଥରେ ଫ୍ଲପ୍ ହୋଇଥିଲେ। ଏହା ବ୍ୟତୀତ ବାକି ବ୍ୟାଟ୍ସମ୍ୟାନ୍ମାନେ ମଧ୍ୟ ବଡ଼ ସ୍କୋର କରିବାରେ ସକ୍ଷମ ହୋଇନଥିଲେ ଏବଂ ଟିମ୍ ଇଣ୍ଡିଆ ମାତ୍ର ୮୬ ରନ୍ ସ୍କୋର କରି ୪ ୱିକେଟ୍ ହରାଇଥିଲା।


COMMERCIAL BREAK
SCROLL TO CONTINUE READING

ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ୍ ଲାଥାମ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଦଳର ଆରମ୍ଭ ସେତେଟା ଭଲ ନଥିଲା ଏବଂ ଦଳ ମାତ୍ର ୧୫ ରନ୍ ସ୍କୋରରେ ପ୍ରଥମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୪ ରନ୍ ସ୍କୋର କରିବା ପରେ ଓପନର୍ ଡିଭନ୍ କନୱେ ଆଉଟ୍ ହୋଇଥିଲେ। ଏହା ପରେ ୱିଲ ୟଙ୍ଗ ଏବଂ ଅଧିନାୟକ ଟମ ଲାଥାମଙ୍କ ମଧ୍ୟରେ ଏକ ଭଲ ଭାଗିଦାରୀ ହୋଇଥିଲା। ଲାଥାମ୍ ୨୮ ରନ୍ ସଂଗ୍ରହ କରିଥିବାବେଳେ ୱିଲ୍ ୟଙ୍ଗ୍ ୭୧ ରନ୍ ର ଚମତ୍କାର ଇନିଂସ ଖେଳିଥିଲେ।


ଏକ ସମୟରେ ନ୍ୟୁଜିଲ୍ୟାଣ୍ଡ ୧୫୯ ରନ୍ ପାଇଁ ପାଞ୍ଚଟି ୱିକେଟ୍ ହରାଇଥିଲା। ଲାଗୁଥିଲା ଦଳ ୨୦୦ ରନ୍ ପୂର୍ବରୁ ଅଲ୍ ଆଉଟ୍ ହେବ। କିନ୍ତୁ ଡ୍ୟାରିଲ୍ ମିଚେଲ୍ ମଧ୍ୟମ କ୍ରମରେ ଚମତ୍କାର ବ୍ୟାଟିଂ କରିଥିଲେ। ସେ ନିଜ ଦଳ ପାଇଁ ସର୍ବାଧିକ ୮୨ ରନ୍ ସ୍କୋର କରିଥିଲେ ଏବଂ ଏହି କାରଣରୁ କିୱି ଦଳ ୨୩୫ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ।


ତେବେ ଏହାର ଜବାବରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ଖୁବ୍ ଶୀଘ୍ର ନିଜର ପ୍ରଥମ ୱିକେଟ୍ ହରାଇଥିଲା। ଏହି ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା ମଧ୍ୟ ଏକ ବଡ଼ ଇନିଂସ ଖେଳିପାରିନଥିଲେ। ସେ ୩ ଚୈକା ସହାୟତାରେ ୧୮ ବଲରେ ୧୮ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଭାରତୀୟ ଦଳ ୨୫ ରନ୍ ସ୍କୋରରେ ପ୍ରଥମ ଝଟକା ପାଇଥିଲା। ତେବେ ଏହା ପରେ ଯଶାସୀ ଜୈସୱାଲ ଏବଂ ଶୁବମନ ଗିଲ ଏକ ଭଲ ଭାଗିଦାରୀ କରିଥିଲେ, କିନ୍ତୁ ଦିନର ଖେଳ ଶେଷ ହେବା ପୂର୍ବରୁ ଭାରତୀୟ ଦଳ ଆଉ ତିନିଟି ବଡ଼ ଝଟକା ହୋଇଥିଲେ। ୟଶସ୍ୱି ଜୈସୱାଲ ୩୦, ବିରାଟ କୋହଲି ୪ ଏବଂ ମହମ୍ମଦ ସିରାଜ ଖାତା ନ ଖୋଲି ଆଉଟ୍ ହୋଇଥିଲେ।