India vs New Zealand T20I series: ଦିନିକିଆ ସିରିଜରେ (ODI series) ନ୍ୟୁଜିଲାଣ୍ଡକୁ ୩-୦ ରେ ପରାସ୍ତ କରିବା ପରେ, ଟିମ ଇଣ୍ଡିଆର ନଜର ଏବେ ଟି-୨୦ ସିରିଜ ଉପରେ ରହିଛି । ପ୍ରଥମ ମ୍ୟାଚ୍ ଶୁକ୍ରବାର ଦିନ ରାଞ୍ଚିରେ ଖେଳାଯିବ ଓ ବର୍ତ୍ତମାନ ବଡ଼ ପ୍ରଶ୍ନ ହେଉଛି ଟିମ୍ ଇଣ୍ଡିଆର ପ୍ଲେଇଂ (Team India) ଇଲେଭନ (Playing XI) କ’ଣ ହେବ? ଟି-୨୦ ଦଳର କମାଣ୍ଡ ପୁଣି ଥରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (Hardik Pandya) ହାତରେ ରହିଛି । ରୋହିତ ଓ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିମାନେ ଏହି ସିରିଜର ଦଳରେ ସାମିଲ ନାହାଁନ୍ତି । ଅନ୍ୟପକ୍ଷରେ ମହମ୍ମଦ ସିରାଜ, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର ମଧ୍ୟ ଏହି ସିରିଜରେ ଖେଳିବେ ନାହିଁ, ତେବେ ରାଞ୍ଚି ଟି-୨୦ ରେ କେଉଁ ଖେଳାଳିଙ୍କୁ ପ୍ଲେଇଂ ଇଲେଭନରେ ସ୍ଥାନ ମିଳିପାରେ ଆସନ୍ତୁ ଜାଣିବା ।


COMMERCIAL BREAK
SCROLL TO CONTINUE READING

କହିରଖୁଛୁ ଯେ, ଏହି ଟି-୨୦ ସିରିଜ୍ (India vs New Zealand T20I series) ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆରେ ଏକ ବଡ଼ ଧରଣର ଅସୁବିଧାରେ ସମ୍ମୁଖୀନ ହୋଇଛି । ଆହତ କାରଣରୁ ଓପନର୍ ରିତୁରାଜ ଗାଇକୱାଡ ପୂରା ସିରିଜରୁ ବାଦ ପଡିଛନ୍ତି । ଗାଇକୱାଡଙ୍କ ରିଷ୍ଟରେ ଆଘାତ ଲାଗିଛି । ତେବେ ଏ ସବୁ ମଧ୍ୟରେ ଆସନ୍ତୁ ଜାଣିବା ଭାରତର ସମ୍ଭାବ୍ୟ ଏକାଦଶ କ’ଣ ହୋଇପାରେ?


କହିରଖୁଛୁ ଯେ ବର୍ତ୍ତମାନ ଟିମ୍ ଇଣ୍ଡିଆ ସ୍କ୍ୱାର୍ଡର ତିନି ଜଣ ଓପନର୍ ଅଛନ୍ତି, ଯେଉଁଥିରେ ପୃଥ୍ଵୀ ଶ', ଇଶାନ୍ କିଶାନ୍ ଓ ଶୁବମନ ଗିଲଙ୍କ ମଧ୍ୟ ସାମିଲ ଅଛନ୍ତି । ଘରୋଇ କ୍ରିକେଟ୍ ରେ ନିଜର ଚମତ୍କାର ପ୍ରଦର୍ଶନ ଯୋଗୁଁ ଶ’ଙ୍କୁ ଟି-୨୦ ଦଳରେ ସ୍ଥାନ ପାଇଥିଲେ । କିନ୍ତୁ ବିଶ୍ୱାସ କରାଯାଉଛି ଯେ ରାଞ୍ଚି ଟି-୨୦ ରେ କେବଳ ଇଶାନ ଓ ଗିଲ ଓପନିଂ କରିବେ । ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିବା ରାହୁଲ ତ୍ରିପାଠୀଙ୍କୁ ତିନି ନମ୍ବର କ୍ରମରେ ସୁଯୋଗ ମିଳିବ ।


ଉପ-ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ନମ୍ବରରେ ଖେଳିବା ପ୍ରାୟ ନିଶ୍ଚିତ । ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ସ୍ଥାନରେ ଓ ପରେ ଦୀପକ ହୁଡା ଷଷ୍ଠ ସ୍ଥାନରେ ଖେଳିପାରନ୍ତି । ଟିମ୍ ଇଣ୍ଡିଆ ୱାଶିଂଟନ୍ ସୁନ୍ଦରଙ୍କୁ ୭ ନମ୍ବରରେ ସୁଯୋଗ ଦେଇପାରେ, ଯିଏ ଅଫ୍ ସ୍ପିନ୍ ବ୍ୟତୀତ ଭଲ ବ୍ୟାଟିଂ ମଧ୍ୟ କରିପାରନ୍ତି ।


ଦ୍ରୁତ ବୋଲରଙ୍କ ମଧ୍ୟରେ ଶିବମ ମାଭି ଓ ଉମ୍ରାନ ମଲିକ ଖେଳିବା ନିଶ୍ଚିତ ମନେହୁଏ । ପ୍ଲେଇଂ ଇଲେଭେନରେ ଅର୍ଶଦୀପ ସିଂ ମଧ୍ୟ ଖେଳିପାରନ୍ତି । ସ୍ପିନ୍ ବୋଲିଂ ବିକଳ୍ପରେ କୁଲଦୀପ ଯାଦବ ଓ ୟୁଜଭେନ୍ଦ୍ର ଚହଲଙ୍କ ମଧ୍ୟରେ ଜୋରଦାର ଟକ୍କର ହେବ । ଦଳର ସନ୍ତୁଳନକୁ ଦେଖିଲେ ଏହି ଦୁଇ ଜଣଙ୍କ ମଧ୍ୟରୁ କେବଳ ଜଣେ ଖେଳାଳି ଫିଲ୍ଡିଂ କରିପାରନ୍ତି ।


ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ: ଇଶାନ କିଶନ, ଶୁବମନ ଗିଲ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ୍ଡା, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ଶିବମ୍ ମାଭି, ଉମ୍ରାନ୍ ମଲିକ୍, କୁଲଦୀପ ଯାଦବ / ୟୁଜଭେନ୍ଦ୍ର ଚହଲ ।


ଏହା ବି ପଢ଼ନ୍ତୁ: ରୋହିତ ଶର୍ମାଙ୍କ ପସନ୍ଦର ଏହି ଖେଳାଳି ପୂରା ସିରିଜରୁ ହେଲେ ବାହାର! BCCI ଅଧିକାରୀ ହଠାତ୍ ଦେଲେ ବଡ଼ ଝଟକା