Virat Kohli tweet on women's world cup: ମହିଳା ଟି-୨୦ ବିଶ୍ୱକପ ୨୦୨୩ (Women's T20 World Cup 2023) ଶୁକ୍ରବାର ଦିନ ଅର୍ଥାତ ୧୦ ଫେବୃଆରୀରେ କେପଟାଉନରେ ଆରମ୍ଭ ହୋଇଛି । ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚ୍ ଇଣ୍ଡିଆ ମହିଳା ବନାମ ପାକିସ୍ତାନ ମହିଳା (India Women vs Pakistan Women) ମଧ୍ୟରେ ଖେଳାଯିବ । ଏହା ମ୍ୟାଚ୍ ଆଜି ଅର୍ଥାତ ୧୨ ଫେବୃଆରୀରେ ଖେଳାଯିବ । ଉଭୟ ଦଳ ଏହି ମ୍ୟାଚ୍ ସହିତ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବେ । ଉଭୟ ଦଳ ଏହି ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବେ, ଯାହା ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ବର୍ତ୍ତମାନ ନଜର ହରମାନପ୍ରୀତ କୌର (Harmanpreet Kaur) ନେତୃତ୍ୱରେ ଥିବା ଭାରତୀୟ ମହିଳା ଦଳ ଉପରେ ରହିଛି । ଏହାକୁ ନେଇ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ମଧ୍ୟ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ବିରାଟ କୋହଲିଙ୍କ ଦ୍ୱାରା ସେୟାର କରାଯାଇଛି ଏହି ଭିଡିଓ
ମହିଳା ଟି-୨୦ ବିଶ୍ୱକପ ୧୦ ଫେବୃଆରୀରେ ଆରମ୍ଭ ହୋଇଛି । ଯାହାକୁ ନେଇ ଷ୍ଟାର ସ୍ପୋର୍ଟସ ଭାରତୀୟ ମହିଳା ଦଳକୁ ପ୍ରେରଣା ଦେବା ପାଇଁ ଏକ ଭିଡିଓ ପ୍ରସ୍ତୁତ କରିସାରିଛି । ଭାରତର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ନିଜ ଟ୍ୱିଟରରେ ମଧ୍ୟ ଏହି ଭିଡିଓ ସେୟାର କରି ହରମାନପ୍ରୀତଙ୍କ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ଶର୍ମା ନାମ ଥିବା ଏକ ଟି-ସାର୍ଟ କିଣିବାକୁ ଯାଆନ୍ତି, କିନ୍ତୁ ଦୋକାନୀ ତାଙ୍କୁ ରୋହିତ ଶର୍ମାଙ୍କ ଜର୍ସି ଦିଅନ୍ତି । କିନ୍ତୁ ସେ କୁହନ୍ତି, ଏହି ଜର୍ସି ନୁହେଁ, ଏହା ଅଲଗା ଅଟେ । ଏହି ସମୟରେ ଦୋକାନୀ ତାଙ୍କୁ କହୁଛନ୍ତି, ମା', ଲାଗୁଛି ଆପଣଙ୍କୁ କ୍ରିକେଟ୍ ବିଷୟରେ ଅଧିକ କିଛି ଜାଣି ନାହଁ । ଏହା ପରେ ମହିଳା ଜଣକ ଲାଗୁଛି ଆପଣଙ୍କୁ ଇଣ୍ଡିଆ କ୍ରିକେଟ୍ ଟିମ୍ ବିଷୟରେ ଅଧିକ କିଛି ଜଣା ନାହିଁ । ଏହାପରେ ମହିଳା ଜଣକ ନିଜ ମୋବାଇଲରେ ଦୀପ୍ତି ଶର୍ମାଙ୍କ ଫଟୋ ଦେଖାନ୍ତି ଓ କୁହନ୍ତି ଦୀପ୍ତି ଶର୍ମା ଏ ବି ଟିମ ଇଣ୍ଡିଆର ଖେଳାଳି, ଯାହାପରେ ଦୋକାନୀ ତାଙ୍କୁ ଏକ ଜର୍ସି ଦିଅନ୍ତି । କୋହଲି ଏହି ବିଜ୍ଞାପନକୁ ଟ୍ୱଟରେ ସେୟାର କରିଛନ୍ତି ।



କିଛି ଦିନ ପୂର୍ବରୁ ଭାରତର ଅଣ୍ଡର-୧୯ ମହିଳା ଦଳ ଏକ ଏୌତିହାସିକ ପ୍ରଦର୍ଶନ ସହିତ ଟି-୨୦ ବିଶ୍ୱକପ ଜିତିଥିଲା । ବରିଷ୍ଠ ମହିଳା ଦଳ ମଧ୍ୟ ସମାନ କୀର୍ତ୍ତିର ପୁନରାବୃତ୍ତି କରିବାକୁ ଚେଷ୍ଟା କରିବେ । କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପରେ ହରମାନପ୍ରୀତ କୌର ଦଳର ନେତୃତ୍ୱ ନେବେ ।


ଏହି ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ନିଜର ନିୟମିତ ଉପ-ଅଧିନାୟକ ସ୍ମୃତି ମନ୍ଦନାଙ୍କୁ ମିସ କରିବ । ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ପ୍ରଥମ ମ୍ୟାଚରେ ଭାଗ ନେଇ ପାରିବେ ନାହିଁ । ତେଣୁ ବ୍ୟାଟିଂ ବିଭାଗରେ ଓପନର୍ ଶାଫାଲି ଭର୍ମା, ଅଧିନାୟକ ହରମାନପ୍ରୀତ କୌର ଓ ରିଚା ଘୋଷଙ୍କ ଅତିରିକ୍ତ ଦାୟିତ୍ୱରେ ରହିବ । ଅଲରାଉଣ୍ଡର ଦୀପ୍ତି ଶର୍ମା ଓ ରାଧା ଯାଦବ ସ୍ପିନ୍ ଭାର ସମ୍ଭାଳିବେ । ଅଭିଜ୍ଞ ଶିଖା ପାଣ୍ଡେ ଓ ଯୁବା ରେଣୁକା ଠାକୁର ଦ୍ରୁତ ବୋଲିଂର ଭାର ବହନ କରିବେ । ବିଶ୍ୱକପର ଏହି ମ୍ୟାଚ୍ ସନ୍ଧ୍ୟା ୬.୩୦ ରେ ଆରମ୍ଭ ହେବ ।


ଏହା ବି ପଢ଼ନ୍ତୁ: ବିବାହ ପୂର୍ବରୁ ବାପା ହୋଇଛନ୍ତି ଏସବୁ ଷ୍ଟାର କ୍ରିକେଟର, ଲିଷ୍ଟରେ ସାମିଲ ଅଛନ୍ତି ଅନେକ ଭାରତୀୟ, ଦେଖନ୍ତୁ ଫଟୋ