ନୂଆଦିଲ୍ଲୀ: India Vs South Africa First Test Match: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଡିସେମ୍ବର 26 ରୁ ଦକ୍ଷିଣ ଆଫ୍ରିକାରେ ଖେଳାଯିବ । ଭାରତୀୟ ଦଳ (Team India) ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍ ଜିତି ନାହିଁ । ବର୍ତ୍ତମାନ ଟିମ୍ ଇଣ୍ଡିଆରେ ଅନେକ ମ୍ୟାଚ୍ ବିଜେତା ଖେଳାଳି ସାମିଲ ଅଛନ୍ତି । ଏଭଳି ପରିସ୍ଥିତିରେ ବିରାଟ କୋହଲି ଜିତିବା ପାଇଁ ନିଜର ସମସ୍ତ ଉଦ୍ୟମ କରିବେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ଲେଇଂ ଇଲେଭେନରେ (India Playing 11) ବଡ଼ ପରିବର୍ତ୍ତନ ହୋଇପାରେ । କ୍ୟାପଟେନ କୋହଲି ଏହି ଟେଷ୍ଟ ମ୍ୟାଚରେ ଦୁଇ ବଡ଼ ଖେଳାଳିଙ୍କୁ ବାଦ ଦେଇପାରନ୍ତି ।


COMMERCIAL BREAK
SCROLL TO CONTINUE READING

ଏହିପରି ହେବ ଓପନିଂ ଯୋଡି
ଆହତ ହେବା ପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ କେ.ଏଲ୍ ରାହୁଲ ଏବଂ ମୟଙ୍କ ଅଗ୍ରୱାଲଙ୍କ ଯୋଡି ପଡ଼ିଆରେ ଓପନିଂ କରୁଥିବାର ଦେଖିବାକୁ ମିଳିବ । ମୟଙ୍କ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ ଏବଂ ସେ ଅତ୍ୟଧିକ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ସାବ୍ୟସ୍ତ ହୋଇଥିଲେ । ଏହି ସମୟରେ ରାହୁଲ ନିଜର କ୍ଲାସିକ୍ ବ୍ୟାଟିଂ ପାଇଁ ଜଣାଶୁଣା । ଚେତେଶ୍ୱର ପୂଜାରାଙ୍କୁ ତିନି ନମ୍ବରରେ ଏକ ସୁଯୋଗ ଦିଆଯାଇପାରେ, କାରଣ ପୂଜାରା ଯେକୌଣସି ସମୟରେ ଏକ ବଡ଼ ଇନିଂସ ଖେଳିପାରନ୍ତି । କ୍ୟାପଟେନ ବିରାଟ କୋହଲି ଚତୁର୍ଥ ନମ୍ବରରେ ଖେଳିବା  ନିଶ୍ଚିତ । ସେ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ନାମିତ । ODI ଅଧିନାୟକ ପଦରୁ ହଟାଯିବା  ପରେ ସେ ଏକ ବଡ଼ ଇନିଂସ ଖେଳି ଏହାର ଜବାବ ଦେବାକୁ ଚାହିଁବେ ।


ଏହିପରି ହେବ ମଧ୍ୟମ କ୍ରମ 
ପଞ୍ଚମ ନମ୍ବର ପାଇଁ ଅନେକ ପ୍ରତିଯୋଗୀ ଅଛନ୍ତି  । ଭାରତର ପୂର୍ବତନ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଶ୍ରେୟାସ ଆୟର ଉଭୟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ । ଦୀର୍ଘ ଦିନ ଧରି ରାହାଣେ ନିଜ ଫର୍ମରେ ଦେଖାଯାଉ ନାହାଁନ୍ତି । ଏଥି ସହିତ, ଆୟର୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଶତକ ହାସଲ କରି ନିଜର ଦବଦବା ଦେଖାଇଛନ୍ତି । ତାଙ୍କ ଦ୍ରୁତ ବ୍ୟାଟିଂରୁ ଦଳ ବହୁତ ଲାଭ ପାଇଥାଏ । ଏଭଳି ପରିସ୍ଥିତିରେ କୋହଲି ଏହି ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରିପାରନ୍ତି । ଋଷଭ ପନ୍ତ ଲଗାତାର ଟିମ୍ ଇଣ୍ଡିଆ ପାଇଁ ଅନେକ ବଡ ଇନିଂସ ଖେଳି ଆସୁଛନ୍ତି । ବର୍ତ୍ତମାନ ସେ ଭାରତର ଏକ ନମ୍ବର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଓ ଲମ୍ବା ଛକା ମାରିବା ପାଇଁ ସେ ଜଣାଶୁଣା । ସେ ଷଷ୍ଠ ନମ୍ବରରେ ଖେଳିବା ନିଶ୍ଚିତ ।


ଏହି ବୋଲରମାନଙ୍କ ଉପରେ ବିଶ୍ୱାସ ଦେଖାଇ ପାରନ୍ତି କୋହଲି 
ଦକ୍ଷିଣ ଆଫ୍ରିକାର ପିଚ୍ ଦ୍ରୁତ ବୋଲରମାନଙ୍କ ପାଇଁ ସର୍ବଦା ସହାୟକ ହୋଇଥାଏ । ଏଭଳି ପରିସ୍ଥିତିରେ ଭାରତ ଚାରିଟି ଦ୍ରୁତ ବୋଲରଙ୍କ ସହ ଖେଳିପାର । ଶାର୍ଦ୍ଦୁଲ ଠାକୁରଙ୍କୁ ଅଲରାଉଣ୍ଡର ଦାୟିତ୍ୱରେ ଦେଖିବାକୁ ମିଳିବ । ସେ ବ୍ୟାଟିଂ ତଥା ମାରାତ୍ମକ ବୋଲିଂରେ ମଧ୍ୟ ପାରଦର୍ଶୀ ଅଟନ୍ତି । ଜସପ୍ରୀତ ବୁମ୍ରା ଓ ମହମ୍ମଦ ଶାମି ଖେଳିବା ପ୍ରାୟ ନିଶ୍ଚିତ । ଏଥି ସହିତ ଯୁବ ବୋଲର ମହମ୍ମଦ ସିରାଜ ଦଳରେ ସ୍ଥାନ ପାଇପାରନ୍ତି । ଏହି ଖେଳାଳି ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଉତ୍କୃଷ୍ଟ ବୋଲିଂ ପ୍ରଦର୍ଶନ କରିଥିଲେ । ସିନିୟର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ସ୍ପିନରଙ୍କ ଦାୟିତ୍ୱ ନିଭାଉଥିବାର ଦେଖିବାକୁ ମିଳିବ ।


ଏହି ଖେଳାଳିମାନଙ୍କୁ ବାଦ ଦେଇପାରନ୍ତି କୋହଲି?
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୁଇ ଜଣ ଖେଳାଳିଙ୍କୁ ବାଦ ଦେଇପାରନ୍ତି । ଇଶାନ୍ତ ଶର୍ମାଙ୍କ ଭଲ ଲୟରେ ନାହାଁନ୍ତି, ଯାହା ପାଇଁ ସେ ଜଣାଶୁଣା । ବିରୋଧୀ ବ୍ୟାଟ୍ସମ୍ୟାନ୍ ତାଙ୍କ ବିପକ୍ଷରେ ଜୋରଦାର ରନ୍ କରୁଛନ୍ତି । ତେଣୁ ଇଶାନ୍ତଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଏକ ସୁଯୋଗ ଦିଆଯାଇପାରେ । ଅଜିଙ୍କ୍ୟ ରାହାଣେଙ୍କ ବ୍ୟାଟରୁ  ଦୀର୍ଘ ସମୟ ଧରି ରନ୍ ଆସୁନାହିଁ । ଏଭଳି ପରିସ୍ଥିତିରେ ଅଜଙ୍କ୍ୟ ରାହାଣେଙ୍କ ସ୍ଥାନରେ ଶ୍ରେୟସ୍ ଆୟରଙ୍କୁ ଏକ ସୁଯୋଗ ଦିଆଯାଇପାରେ ।


ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ:
ବିରାଟ କୋହଲି (କ୍ୟାପଟେନ), କେ.ଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଶ୍ରେୟାସ ଆୟର, ଋଷଭ ପନ୍ତ, ଶାର୍ଦ୍ଦୁଲ ଠାକୁର, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା ।


ଏହାବି ପଢ଼ନ୍ତୁ: PF ଆକାଉଣ୍ଟଧାରୀଙ୍କ ପାଇଁ ଜରୁରୀ ସୂଚନା ଜାରି କଲା EPFO; ଜଲ୍ଦି କରନ୍ତୁ ଚେକ୍


ଏହା ବି ପଢ଼ନ୍ତୁ: Post Office ର ଏହି ସ୍କିମରେ ଜମା କରନ୍ତୁ କେବଳ ୧୫୦୦ ଟଙ୍କା, ବଦଳରେ ମିଳିବ ପୂରା ୩୫ ଲକ୍ଷ