PF ଆକାଉଣ୍ଟଧାରୀଙ୍କ ପାଇଁ ଜରୁରୀ ସୂଚନା ଜାରି କଲା EPFO; ଜଲ୍ଦି କରନ୍ତୁ ଚେକ୍
Advertisement
Article Detail0/zeeodisha/odisha1055576

PF ଆକାଉଣ୍ଟଧାରୀଙ୍କ ପାଇଁ ଜରୁରୀ ସୂଚନା ଜାରି କଲା EPFO; ଜଲ୍ଦି କରନ୍ତୁ ଚେକ୍

EPFO: ଯଦି ଆପଣ ମଧ୍ୟ ଚାକିରୀ କରୁଥାନ୍ତି ତେବେ ଏହି ଖବର ଆପଣଙ୍କ ଜରୁରୀ । ବାସ୍ତବରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ସମସ୍ତ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି ।

PF ଆକାଉଣ୍ଟଧାରୀଙ୍କ ପାଇଁ ଜରୁରୀ ସୂଚନା ଜାରି କଲା EPFO; ଜଲ୍ଦି କରନ୍ତୁ ଚେକ୍

ନୂଆଦିଲ୍ଲୀ: EPFO: ଯଦି ଆପଣ ମଧ୍ୟ ଚାକିରୀ କରୁଥାନ୍ତି ତେବେ ଏହି ଖବର ଆପଣଙ୍କ ଜରୁରୀ । ବାସ୍ତବରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ସମସ୍ତ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି । EPFO ଏକ ଟ୍ୱିଟ୍ କରି କହିଛି ଯେ ଆପଣ ଆପଣଙ୍କ ପୂର୍ବ କମ୍ପାନୀ ପ୍ରୋଭିଡେଣ୍ଟ୍ ପାଣ୍ଠି (PF)କୁ ଘରେ ବସି ବର୍ତ୍ତମାର ନିଯୁକ୍ତିଦାତା ଦ୍ୱାରା ଖୋଲାଯାଇଥିବା ନୂତନ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରିବେ । 

ଅବଶ୍ୟ, ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ର ପ୍ରବର୍ତ୍ତନ ପରଠାରୁ କର୍ମଚାରୀଙ୍କ ସମସ୍ତ ଆକାଉଣ୍ଟ ଗୋଟିଏ ସ୍ଥାନରେ ରହିଥାଏ, କିନ୍ତୁ ଟଙ୍କା ବିଭିନ୍ନ ଆକାଉଣ୍ଟରେ ରହିଥାଏ । ତେଣୁ ଏହା ଜରୁରୀ ଯେ ଆପଣ ପ୍ରଥମେ ଆପଣଙ୍କର UAN କୁ ନୂତନ କମ୍ପାନୀ ସହିତ ସେୟାର କରନ୍ତୁ । ପରେ ପୁରୁଣା ଆକାଉଣ୍ଟର ଟଙ୍କାକୁ ଆପଣଙ୍କ ନୂଆ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତୁ । ଏହି ପ୍ରକ୍ରିୟାକୁ ଅନଲାଇନ୍ ମାଧ୍ୟମରେ କରିବାକୁ, ଆପଣଙ୍କୁ କିଛି ସହଜ ଷ୍ଟେପ ଅନୁସରଣ କରିବାକୁ ପଡିବ…

କିପରି କରିବେ PF ଟଙ୍କାର ଟ୍ରାନ୍ସଫର:
1. ସର୍ବପ୍ରଥମେ EPFO ​​ର ୟୁନିଫାଏଡ୍ ମେମ୍ବର ପୋର୍ଟାଲକୁ https://unifiedportal-mem.epfindia.gov.in/memberinterface/ କୁ ଯାଆନ୍ତୁ । ଏଠାରେ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ଏବଂ ପାସୱାର୍ଡ ବ୍ୟବହାର କରି ଲଗଇନ୍ କରନ୍ତୁ ।
2. ଲଗଇନ୍ ପରେ, Online Services କୁ ଯାଆନ୍ତୁ ଏବଂ Member-One EPF Account Transfer Request ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
3. ଏଥିରେ ଆପଣଙ୍କୁ ବ୍ୟକ୍ତିଗତ ସୂଚନା ଏବଂ PF ଖାତା ଯାଞ୍ଚ କରିବାକୁ ପଡିବ । ଆପଣଙ୍କୁ ବର୍ତ୍ତମାନର ନିଯୁକ୍ତିଦାତା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ପଡିବ ।
4. ଏହା ପରେ Get Details ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ପୂର୍ବ ନିଯୁକ୍ତିର PF ଆକାଉଣ୍ଟ୍ ବିବରଣୀ ସ୍କ୍ରିନରେ ଦେଖାଯିବ । 
5. ବର୍ତ୍ତମାନ ଆପଣଙ୍କର ଅନଲାଇନ୍ କ୍ଲେମ ଫର୍ମକୁ ପ୍ରମାଣ କରିବାକୁ ପୂର୍ବ ନିଯୁକ୍ତିଦାତା ଏବଂ ବର୍ତ୍ତମାନର ନିଯୁକ୍ତିଦାତା ମଧ୍ୟରେ ଗୋଟିଏ ବାଛିବାକୁ ଆପଣଙ୍କ ପାଖରେ ବିକଳ୍ପ ରହିବ । 
6. ଶେଷରେ Get OTP ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । OTP ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଆସିବ । ତା’ପରେ ସେହି OTP ଏଣ୍ଟ୍ରି କରନ୍ତୁ ଏବଂ ସବମିଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।

କ’ଣ କ’ଣ ହେବା ଜରୁରୀ:
>> ପଞ୍ଜୀକୃତ ମୋବାଇଲ୍ ନମ୍ବର ନିଶ୍ଚିତ ଭାବରେ ଆକ୍ଟିଭ ହେବା ଆବଶ୍ୟକ କାରଣ OTP ଏହି ନମ୍ବରକୁ ପଠାଯିବ ।
>> କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଆଧାର ନମ୍ବର UAN ସହିତ ସଂଯୁକ୍ତ ହେବା ଉଚିତ ।
>> ପୂର୍ବ ନିଯୁକ୍ତିର ପ୍ରସ୍ଥାନ ତାରିଖ ମନେ ରଖିବା ଉଚିତ୍ । ଯଦି ଜାଣି ନାହାଁନ୍ତି, ପ୍ରଥମେ ତାହା ମନେରଖନ୍ତୁ ।
>> E-KYC ନିଯୁକ୍ତିଦାତା ଦ୍ୱାରା ପୂର୍ବରୁ ଅନୁମୋଦନ ହେବା ଉଚିତ୍ ।
>> ପୂର୍ବ Member ID ପାଇଁ କେବଳ ଗୋଟିଏ ଟ୍ରାନ୍ସଫର ଅନୁରୋଧ ଗ୍ରହଣ କରାଯିବ ।
>> ଆବେଦନ କରିବା ପୂର୍ବରୁ, ସଦସ୍ୟ ପ୍ରୋଫାଇଲ୍ ଭିତରେ ଦିଆଯାଇଥିବା ସମସ୍ତ ବ୍ୟକ୍ତିଗତ ସୂଚନା ଯାଞ୍ଚ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ।

ଏହା ବି ପଢ଼ନ୍ତୁ: Hair care: ଏହା ହେଉଛି ସେହି ୬ ଟି ଖାଦ୍ୟ; ଯାହା କେଶ ଝଡ଼ିବାର କାରଣ ହୋଇଥାଏ

ଏହା ବି ପଢ଼ନ୍ତୁ: Post Office ର ଏହି ସ୍କିମରେ ଜମା କରନ୍ତୁ କେବଳ ୧୫୦୦ ଟଙ୍କା, ବଦଳରେ ମିଳିବ ପୂରା ୩୫ ଲକ୍ଷ