Asia Cup 2022, IND vs SL: ଏସିଆ କପ-୨୦୨୨ରେ ଭାରତ କର ବ ମର ସ୍ଥିତିରେ ରହିଛି। ମଙ୍ଗଳବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସୁପର-୪ର ତୃତୀୟ ମ୍ୟାଚ ଖେଳିବେ। ସନ୍ଧ୍ୟା ସାଢେ ସାତଟାରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ରବିବାର ପାକିସ୍ତାନ ଠାରୁ ପରାଜୟ ପରେ ଭାରତ ଟୁର୍ଣ୍ଣାମେଣ୍ଟର ଆଉଟରରେ ପହଞ୍ଚିଯାଇଛି। ଏସିଆ କପ-୨୦୨୨ର ସୁପର-୪ ପଏଣ୍ଟ ଟେବୁଲର ଶୀର୍ଷରେ ଶ୍ରୀଲଙ୍କା ରହିଥିବା ବେଳେ ଦ୍ୱିତୀୟରେ ପାକିସ୍ତାନ ଓ ତୃତୀୟରେ ଟିମ୍ ଇଣ୍ଡିଆ ରହିଛି। ସେହିପରି ଶେଷ ସ୍ଥାନରେ ଆଫଗାନିସ୍ତାନ ଅଛି। 


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ଏସିଆ କପର ସୁପର ୪ ଗେମ୍ ଜିତିବା ପାଇଁ ଭାରତକୁ ଶ୍ରୀଲଙ୍କା ସହିତ ସଂଘର୍ଷ କରିବାକୁ ପଡିବ। କିନ୍ତୁ ଏଥର ଭାରତ ବୋଲିଂରେ କୌଣସି ଏକ୍ସପେରିମେଣ୍ଟ ନ କରି ଏହି ଲାଇନକୁ ସୁଦୃଢ କରିବାକୁ ପଡିବ। କାରଣ ବୋଲିଂ ଦୁର୍ବଳତା ପାଇଁ ପାକିସ୍ତାନ ବିପକ୍ଷ ମ୍ୟାଚ ଭାରତ ହାତରୁ ଯାଇଛି। ଆହତ ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ ଏବଂ ଜସପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ବୋଲିଂ ବିଭାଗରେ ଖେଳିବାକୁ ଭାରତର ଅନେକ ବିକଳ୍ପ ନାହିଁ। ରବିବାର ପାକିସ୍ତାନ ବିପକ୍ଷରେ ପାଞ୍ଚଟି ବୋଲର ସହ ଗ୍ରାଉଣ୍ଡକୁ ଭାରତ ଓହ୍ଲାଇଥିଲା ​​ଏବଂ ଭୁବନେଶ୍ୱର କୁମାରଙ୍କ ଛୁଟିରେ ଥିବାରୁ ଏହା ସେମାନଙ୍କ ସପକ୍ଷରେ ଯାଇ ନଥିଲା।


Also Read: Ind vs Pak T20: ଭାରତକୁ ୫ ୱିକେଟରେ ପରାସ୍ତ କଲା ପାକିସ୍ତାନ


ପାକିସ୍ତାନ ବିପକ୍ଷ ଉଦଘାଟନୀ ମ୍ୟାଚ ଜିତିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମହଙ୍ଗା ପ୍ରମାଣିତ ହୋଇଥିଲେ। ଟୁର୍ଣ୍ଣାମେଣ୍ଟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ନଥିବା ୟୁଜବେନ୍ଦ୍ର ଚହଲ ମଧ୍ୟ ଥିଲେ। କିନ୍ତୁ ଏବେ ପରିସ୍ଥିତିକୁ ଦେଖି ରବିନ୍ଦ୍ର ଜାଡେଜାଙ୍କୁ ରିପ୍ଲେସ କରିଥିବା ଅକ୍ଷର ପଟେଲଙ୍କୁ ପ୍ଲେଇଁ ଇଲେଭେନକୁ ଅଣାଯାଇପାରିବ। ପାକିସ୍ତାନ ସଂଘର୍ଷ ପୂର୍ବରୁ ଅସୁସ୍ଥ ଥିବା ଆବେଶ ଖାନ ମଧ୍ୟ ତୃତୀୟ ପେସର ଭାବରେ ଟିମକୁ ଫେରିପାରିବେ। ରାହୁଲ ଦ୍ରାବିଡ ଜୋର ଦେଇ କହିଛନ୍ତି ଯେ, ବିଶ୍ୱକପ ପର୍ଯ୍ୟନ୍ତ ଭାରତ ନିଜର ଟପ୍ ଇଲେଭେନଙ୍କୁ ନେଇ ଖେଳିବାକୁ ଚାହିଁବ। ଏଥିପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ପରୀକ୍ଷଣ ଜାରି ରଖିଛନ୍ତି।


ଭାରତୀୟ ଦଳରେ ଋଷଭ ପନ୍ତ ବନାମ ଦୀନେଶ କାର୍ତ୍ତିକଙ୍କ ଉପରେ ତୀବ୍ର ବିତର୍କ ହୋଇଛି। ଏହି ସମୟରେ ବୋଲିଂ ଲାଇନ ସନ୍ତୋଷଜନକ ହୋଇନପାରେ କିନ୍ତୁ ଭାରତ ସେମାନଙ୍କ ମିଡିଲ ଅର୍ଡର ଉପରେ ଶୀଘ୍ର ନିଷ୍ପତ୍ତି ନେବା ଆବଶ୍ୟକ। ପାକିସ୍ତାନ ଖେଳର ସବୁଠାରୁ ବଡ ସକରାତ୍ମକ ଥିଲା ହାଇ-ପ୍ରୋଫାଇଲ୍ ଟପ୍-ଅର୍ଡରର ପ୍ରଦର୍ଶନ। ତିନି ବ୍ୟାଟର ରୋହିତ ଶର୍ମା, କେଏଲ୍ ରାହୁଲ ଏବଂ ବିରାଟ କୋହଲିଙ୍କ ଆକ୍ରୋଶ ପ୍ରଦର୍ଶନ ଭାରତ ପାଇଁ ଏକ ସକରାତ୍ମକ ଆରମ୍ଭ ଥିଲା। କ୍ରିକେଟ ପ୍ରେମୀ ଆଶା କରିପାରନ୍ତି ଯେ, ଗତ ମ୍ୟାଚ ଭଳି କୋହଲି ଏବଂ ଦୁଇ ଓପନର୍ ବ୍ୟାଟ୍ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଗର୍ଜିବ। ସେପଟେ, ବାଂଲାଦେଶ ଏବଂ ଆଫଗାନିସ୍ତାନ ବିପକ୍ଷରେ ଦୁଇଟି ସଙ୍ଘର୍ଷପୂର୍ଣ୍ଣ ମ୍ୟାଚ ପରେ ଶ୍ରୀଲଙ୍କା ପର୍ମକୁ ଫେରିଛି।


Also Read: ଓଡ଼ିଶା ଜଗରନଟ୍ସ ଜିତିଲା ଅଲ୍ଟିମେଟ୍ ଖୋ ଖୋର ପ୍ରଥମ ସିଜିନର ଟାଇଟଲ୍


ଭାରତ ସ୍କ୍ୱାଡ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ରବି ବିଷ୍ଣୁ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଦୀନେଶ କାର୍ତ୍ତିକ, ଆବେଶ ଖାନ ପଟେଲ ଏବଂ ରବିଚନ୍ଦ୍ରନ୍ ଅଶ୍ୱିନ୍।


ଶ୍ରୀଲଙ୍କା ସ୍କ୍ୱାଡ: ଦାସୁନ୍ ଶାନାକା (ଅଧିନାୟକ), ଦନୁଷ୍କା ଗୁନାଥିଲାକା, ପାଥୁମ୍ ନିସଙ୍କା, କୁସାଲ୍ ମେଣ୍ଡିସ୍, ଚାରିଥ ଆସାଲଙ୍କା, ଭାନୁକା ରାଜପକ୍ସା, ଆଶେନ ଭଣ୍ତାରା, ଧନଞ୍ଜୟ ଡିସିଲଭା, ୱାନିନ୍ଦୁ ହସାରଙ୍ଗା, ମହୀଶ ଥିକ୍ସାନା, ଜେଫ୍ରି ଭାଣ୍ଡେରସେ, ମଡାନେଶେନା, ପ୍ରବୀଣ ଜୟାୱିକ୍ରେମା, ଚିମକା କରୁଣାରତ୍ନେ, ଦୀଲସାନ ମଧୁଶଙ୍କା, ମାଥୀଶା ପଥିରାଣା, ନୂୱାନିଡୁ ଫେର୍ଣ୍ଣାଣ୍ଡୋ ଏବଂ ଦୀନେଶ ଚାନ୍ଦିମାଲ।