T20 World Cup 2022: ଟି-୨୦ ବିଶ୍ୱକପ ୨୦୨୨ରେ ବିଶ୍ୱ ଦେଖିବ ଟିମ ଇଣ୍ଡିଆର ନୂଆ ଲୁକ୍। ରବିବାର BCCI, ଟିମ୍ ଇଣ୍ଡିଆର ନୂଆ କିଟ ଲଞ୍ଚ କରିଛି। ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ନୂଆ ଜର୍ସିକୁ ପିନ୍ଧିବେ। #HarFanKiJersey ଅଭିଯାନର ଏକ ଅଂଶ ଭାବରେ ନୂତନ ଜର୍ସି ଉନ୍ମୋଚନ କରାଯାଇଛି। ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ପାଇଁ ଭାରତୀୟ ଖେଳାଳି ଉଭୟ ଗାଢ ନୀଳ ଓ ହାଲୁକା ନୀଳ ରଙ୍ଗର କମ୍ବିନେସନ୍ ଥିବା ଜର୍ସି ପିନ୍ଧିବେ। BCCI ଟ୍ୱିଟରରେ ନୂଆ ଜର୍ସିର ଫଟୋ ପୋଷ୍ଟ କରିଛି।


COMMERCIAL BREAK
SCROLL TO CONTINUE READING

ମୁମ୍ବାଇରେ ଟିମ ଇଣ୍ଡିଆର ଅଫିସିଆଲ୍ ଜର୍ସିର ଲଞ୍ଚ ଇଭେଣ୍ଟ ହୋଇଥିଲା। MPL ସ୍ପୋର୍ଟସର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହାର ସିଧା ପ୍ରସାରଣ କରାଯାଇଥିଲା। ନୂଆ ଜର୍ସି ଖୁବ ଆକର୍ଷଣୀୟ ହୋଇଛି। ଭାରତର ଏସିଆ କପ୍ ୨୦୨୨ ଜର୍ସି ସହିତ ତୁଳନାରେ ଏହା ବହୁତ ସୁନ୍ଦର ଦେଖାଯାଉଛି। ନୂଆ ଜର୍ସିରେ ଉଭୟ ଗାଢ ନୀଳ ଓ ହାଲୁକା ନୀଳ ରଙ୍ଗ ରହିଛି। କାନ୍ଧରୁ ବାହୁ ପର୍ଯ୍ୟନ୍ତ ଓ ବାମ ପଟେ ଗାଢ ନୀଳ ରଙ୍ଗର ଡିଜାଇନ ରହିଛି। ଆଉ ଅନ୍ୟ ସବୁ ଅଞ୍ଚଳ ହାଲୁକା ନୀଳ ରଙ୍ଗ ଥିବା ଦେଖିବାକୁ ମିଳୁଛି। ଜର୍ସିର ମଝିରେ BYJU'S ଓ INDIA ଲେଖା ହୋଇଛି। 


Also Read: T20 World Cup: ସ୍କ୍ୱାଡ୍ ଘୋଷଣା କଲେ ଭାରତ ସମେତ ୧୩ ଦେଶ, ଏହି ତିନି ଦଳ ଉପରେ ସମସ୍ତଙ୍କ ନଜର


 


BCCI ଭାରତୀୟ କ୍ରିକେଟରଙ୍କ ଫୋଟ ପୋଷ୍ଟ କରି ଟ୍ୱିଟରରେ ଲେଖିଛି, "ସମସ୍ତ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏଠାରେ ଉନ୍ମୋଚନ କରାଗଲା, ଏହା ଆପଣମାନଙ୍କ ପାଇଁ। MPL ତରଫରୁ ଟି-୨୦ର ନୂଆ ଜର୍ସି One Blue Jersey ଉପସ୍ଥାପନ ହୋଇଛି।" ଟିମ୍ ଇଣ୍ଡିଆର ନୂଆ ଜର୍ସିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ତେବେ #HarFanKiJersey ଅଭିଯାନ ମାଧ୍ୟମରେ ଲୋକଙ୍କ ମତାମତ ନେଇ ଏହି ଜର୍ସି ଡିଜାଇନ କରାଯାଇଛି। କିଛି ମାତ୍ରାରେ ଏହା ୨୦୧୧ ଟି-୨୦ ବିଶ୍ୱକପ ଜର୍ସି ଭଳି ଦେଖାଯାଉଥିବା ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି। ଟିମ ଇଣ୍ଡିଆର ନୂଆ ଜର୍ସି MPLର ଅଫିସିଆଲ ୱେବସାଇଟରେ ଉପଲବ୍ଧ ଅଛି।


୧୬ ଅକ୍ଟୋବରରୁ ଅଷ୍ଟ୍ରେଲିଆରେ T20 World Cup 2022 ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ସହିତ ଭାରତ ଗ୍ରୁପ୍-୨ରେ ଅଛି। ଅକ୍ଟୋବର ୨୩ରେ ଭାରତ ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିବ। ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ରିଟର୍ଣ୍ଣ କରୁଛନ୍ତି। ପେସ ବୋଲର ମହମ୍ମଦ ସାମି ଏହି ତାଲିକାରୁ ବାଦ ପଡିଛନ୍ତି। ଏଥି ସହିତ ଅର୍ଶଦୀପ ସିଂଙ୍କୁ ମଧ୍ୟ ଏକ ସ୍ଥାନ ମିଳିଛି। ରୋହିତ ଶର୍ମା ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଅଧିନାୟକ ହୋଇଥିବାବେଳେ କେ.ଏଲ୍ ରାହୁଲ ଉପ-ଅଧିନାୟକ ହେବେ। 


ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ


ରୋହିତ ଶର୍ମା (କ୍ୟାପ୍ଟନ)
କେ.ଏଲ୍ ରାହୁଲ
ବିରାଟ କୋହଲି
ସୂର୍ଯ୍ୟକୁମାର ଯାଦବ
ଦୀପକ ହୁଡା
ଋଷଭ ପନ୍ତ
ଦିନେଶ କାର୍ତ୍ତିକ
ହାର୍ଦ୍ଦିକ ପାଣ୍ଡ୍ୟା
ଆର ଅଶ୍ୱିନ
ଯୁଜବେନ୍ଦ୍ର ଚହଲ
ଅକ୍ଷର ପଟେଲ
ଜସପ୍ରୀତ ବୁମ୍ରା
ଭୁବନେଶ୍ୱର କୁମାର 
ଅର୍ଶଦୀପ ସିଂ