India announces squad for Women’s Asia Cup 2024: ଜୁଲାଇ ୧୯ ରୁ ୨୮ ପର୍ଯ୍ୟନ୍ତ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବାକୁ ଥିବା ମହିଳା ଟି-୨୦ ଏସିଆ କପ୍ ପାଇଁ ବିସିସିଆଇ ଦଳ ଘୋଷଣା କରିଛି। ହରମାନପ୍ରୀତ କୌର ଦଳର ଅଧିନାୟକ ଓ ସ୍ମୃତି ମନ୍ଦନା ଉପ-ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଖେଳୁଛନ୍ତି ଓ ସମସ୍ତ ମ୍ୟାଚ୍ ଦାମବୁଲ୍ଲାରେ ଖେଳାଯିବ। ଗ୍ରୁପ୍-ଏ ରେ ଇଣ୍ଡିଆ, ପାକିସ୍ତାନ, ୟୁଏଇ ଓ ନେପାଳ ଟିମ୍ ସ୍ଥାନ ପାଇଛି।


COMMERCIAL BREAK
SCROLL TO CONTINUE READING

ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଓ ଏହି ପ୍ରତିଯୋଗିତାରେ ସାତଥର ଜିତିବାର ରେକର୍ଡ ଜିତିଛି। ମୁଖ୍ୟ ଦଳର ୧୫ ଖେଳାଳିଙ୍କ ବ୍ୟତୀତ ଶ୍ୱେତା ସେହରାୱତ, ସାଇକା ଇଶାକ, ତନୁଜା କାନୱାର ଏବଂ ମେଘନା ସିଂଙ୍କୁ ରିଜର୍ଭ ଖେଳାଳି ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ଜୁଲାଇ ୧୯ ରେ ଦଳ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହା ପରେ ଦ୍ୱିତୀୟ ମ୍ୟାଚ୍ ରେ ୨୧ ଜୁଲାଇରେ ୟୁଏଇ ଓ ତୃତୀୟ ମ୍ୟାଚ୍ ରେ ୨୩ ଜୁଲାଇରେ ନେପାଳ ସହିତ ମୁହାଁମୁହିଁ ହେବ।


ଏସିଆ କପ୍ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ:
ହରମାନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଦନା (ଉପ-ଅଧିନାୟକ), ଶେଫାଲୀ ବର୍ମା, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗୁସ୍, ରିଚା ଘୋଷ (ଡବ୍ଲୁ), ଉମା ଛେତ୍ରୀ (ୱିକେଟ କିପର), ପୂଜା ବସ୍ତ୍ରାରକର, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂ ଠାକୁର, ଦିୟାଲନ ହେମଲତା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସଞ୍ଜନା ସଜିବନ୍।


ରିଜର୍ଭ ପ୍ଲେୟାର:
ଶ୍ୱେତା ସେହରାୱତ, ସାଇକା ଇଶାକ, ତନୁଜା କାନୱାର, ମେଘନା ସିଂ ।