FIFA World Cup 2022, ନୂଆଦିଲ୍ଲୀ: ରବିବାର ଠାରୁ କାତାରରେ ଫୁଟବଲ ମହାକୁମ୍ଭ ଆରମ୍ଭ ହୋଇଯାଇଛି। FIFA World Cup 2022ରେ ସାମିଲ ହେବା ପାଇଁ ୩୧ଟି ଦେଶର ଖେଳାଳି, କ୍ରୀଡାପ୍ରେମୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ କାତାରରେ ପହଞ୍ଚିଛନ୍ତି। ତେବେ ବିଡମ୍ବନାର ଭାରତର ଶତ୍ରୁ ଏବେ କାତାରର ମିତ୍ର ପାଲଟିଛି। ଭାରତର ମୋଷ୍ଟ୍ ୱାଣ୍ଟେଡ୍ Zakir Naikଙ୍କୁ କାତାର ନିମନ୍ତ୍ରଣ କରିଛି। FIFA World Cup 2022ର ମ୍ୟାଚ ବେଳେ ପଳାତକ ଜାକିର ନାୟକ ଧର୍ମ ଜ୍ଞାନ ବାଣ୍ଟିବ ବୋଲି ସୂଚନା ମିଳିଛି। ଏହା ସହ ସୋସିଆଲ ମିଡିଆରେ ଜାକିର ନାୟକଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଜାକିର ନାୟକର ପ୍ରବଚନ ଶୁଣିବା ପରେ ଖେଳାଳିମାନେ ଇସଲାମ ଧର୍ମ ଗ୍ରହଣ କରିଥିବା ଦାବି କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ଭାରତର ପଳାତକ ତଥା ମୋଷ୍ଟ ୱାଣ୍ଡେଡ୍ ତଥା ପ୍ରଚାରକ ଜାକିର ନାୟକ, କାତାରରେ ଚାଲିଥିବା ଫିଫା ବିଶ୍ୱକପ୍‌ରେ ଧର୍ମ ଜ୍ଞାନ ବାଣ୍ଟିବା ନେଇ ଖବର ଆସୁଛି। ସେ ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ପ୍ରବର୍ତ୍ତାଉଥିବା ନେଇ ଏକ ଭାଇରାଲ ଭିଡିଓରେ ଦାବି କରାଯାଉଛି। ଜାକିର ନାୟକ ଭାରତର ଗୋଟିଏ ମୋଷ୍ଟ ୱାଣ୍ଟେଣ୍ଡ ହୋଇଥିବାରୁ କାତାର ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉଭୟ ଦେଶର ବୈଦେଶିକ ସମ୍ପର୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା ପ୍ରକାଶ କରାଯାଉଛି। କିନ୍ତୁ କତାରର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ କେ.ପି ଫାବିଆନ୍ କହିଛନ୍ତି ଯେ, ଏହି ରିପୋର୍ଟଗୁଡିକ ଉପରେ ଆମେ ପ୍ରତିକ୍ରିୟା କିମ୍ବା ଅଧିକ ପ୍ରତିକ୍ରିୟା କରିବା ଉଚିତ୍ ନୁହେଁ।


Also Read: Indonesia Tragedy: ଫୁଟବଲ ପଡ଼ିଆ ପରେ ଭୂକମ୍ପ, ୫୦ ଦିନରେ ଗଲା ୩୦୦ ଜୀବନ


କେ.ପି ଫାବିଆନ୍ କହିଛନ୍ତି, "ଜାକିର ନାୟକକୁ ନେଇ ଭାରତ ପ୍ରତିକ୍ରିୟା କିମ୍ବା ଅତ୍ୟଧିକ ପ୍ରତିକ୍ରିୟା କରିବା ଉଚିତ୍ ନୁହେଁ। ଜାକିର ନାୟକ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ପଳାତକ ବୋଲି କତାର ତାଙ୍କୁ ଆମନ୍ତ୍ରଣ କରି ନାହିଁ… ଏହାକୁ ସିଧାସଳଖ ଭାରତ ବିରୋଧୀ କାର୍ଯ୍ୟ ଭାବରେ ଗ୍ରହଣ କରାନଯାଉ। ଆମକୁ ଇଣ୍ଡୋ-କାତାର ସମ୍ପର୍କର ବଡ ଚିତ୍ରକୁ ମଧ୍ୟ ଦେଖିବା ଉଚିତ୍। ସେଠାରେ ଆମର ପ୍ରାୟ ଆଠ ଲକ୍ଷ ଲୋକ ଅଛନ୍ତି। ଆମେ ସେମାନଙ୍କଠାରୁ LNG ପ୍ରାପ୍ତ କରୁଛୁ ଏବଂ ଆମର କିଛି କମ୍ପାନୀ ସେଠାରେ କାର୍ଯ୍ୟ ମଧ୍ୟ କରୁଛନ୍ତି। ତେଣୁ, ସେହି ସବୁକୁ ଧ୍ୟାନରେ ରଖି ବିଶ୍ୱକପରେ ଜାକିର ନାୟକଙ୍କ ନିମନ୍ତ୍ରୀଣକୁ ନେଇ ଆମର ପ୍ରତିକ୍ରିୟା କରିବାର କୌଣସି ଆବଶ୍ୟକତା ନାହିଁ।"


ସେ ପୁଣି କହିଛନ୍ତି, "ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ପୁରୁଣା ଅଟେ। କାତାର ସରକାରଙ୍କ ନିକଟତର ସୂତ୍ରାନୁସାରେ, ଏହି ଖବର ଠିକ୍ ନୁହେଁ ଏବଂ କିଛି ପୁରୁଣା ଭିଡିଓ ପ୍ରସାରିତ ହେଉଛି।" ଭାରତରେ ମନି ଲଣ୍ଡରିଂ ଏବଂ ଘୃଣାତ୍ମକ ଭାଷଣ ଦେଉଥିବା ଅଭିଯୋଗରେ ଜାକିର ନାୟକଙ୍କ ନାମରେ ମାମଲା ରୁଜୁ ହୋଇଛି। କିନ୍ତୁ ସେ ଦେଶ ଛାଡି ବିଦେଶ ପଳାଇଛନ୍ତି। ତାଙ୍କ ନାମରେ ଜାମିନ ବିହୀନ ପରୱାନା ମଧ୍ୟ ଜାରି କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାକିର ନାଏକଙ୍କ ପ୍ରତିଷ୍ଠିତ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନକୁ ଏକ ବେଆଇନ ସଙ୍ଗଠନ ଘୋଷଣା କରି ଏହାକୁ ପାଞ୍ଚ ବର୍ଷ ପାଇଁ ନିଷିଦ୍ଧ କରିଥିଲା। MHA ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଜାକିର ନାୟକଙ୍କ ଭାଷଣ ଆପତ୍ତିଜନକଷ ସେ ଜଣାଶୁଣା ଆତଙ୍କବାଦୀଙ୍କୁ ପ୍ରଶଂସା କରୁଛନ୍ତି।


Also Read: ଇରାନର ଖେଳାଳିମାନେ ଜାତୀୟ ସଂଗୀତ ଗାଇବାକୁ କଲେ ମନା, କାରଣ ଜାଣିଲେ ହୋଇଯିବେ ଚକିତ


MHA ବିଜ୍ଞପ୍ତିରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଜାକିର ନାୟକ ଟଙ୍କା ସଂଗ୍ରହ ପାଇଁ ମୁସଲିମ ବହୁଳ ଦେଶ ଗସ୍ତ ଜାରି ରଖିଛନ୍ତି। ବିଶେଷକରି ସେ ମୁସଲମାନ ଯୁବକମାନଙ୍କୁ ଟାର୍ଗେଟ କରୁଛନ୍ତି। ଜାକିରଙ୍କ ଭାଷଣ ପରେ ଅନେକ ଆତଙ୍କବାଦୀ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ବାଲାଂଦେଶରେ ହୋଇଥିବା ଆତଙ୍କୀ ହମଲାରେ ଜାକିର ନାୟକଙ୍କ ହାତ ଥିବା ଅଭିଯୋଗ ହୋଇଛି। ଫଳରେ ସେ କେବଳ ଭାରତ ନୁହଁ ବାଲଂଦେଶର ମଧ୍ୟ ମୋଷ୍ଟ ୱାଣ୍ଟେଡ ପାଲଟି ଯାଇଛନ୍ତି। ଇଡି ଓ ଜାତୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିବା ପୂର୍ବରୁ ନାୟକ ୨୦୧୬ରେ ଭାରତ ଛାଡି ମାଲେସିଆକୁ ପଳାଇଥିଲେ।