ମୁମ୍ବାଇ: ରବିବାର ୱାଙ୍ଖଡେ ଷ୍ଟାଡିୟମରେ IPL 2022ର ୩୭ତମ ମ୍ୟାଚ ଖେଳାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ଜ୍ୟାଣ୍ଟସ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା। ଏଥିରେ ମୁମ୍ବାଇକୁ ଲକ୍ଷ୍ନୌ ୩୦ ରନରେ ପରାସ୍ତ କରିଛି। ରବିବାର ପରାସ୍ତ ପରେ ମୁମ୍ବାଇ ଇଣ୍ଡିଆନ୍ସ IPL 2022ର ପ୍ଲେଅଫରୁ ଆଉଟ ହୋଇଛି। ଏହା ସହ ଦଳ IPLରେ ହାରିବାରେ ରେକର୍ଡ ଭାଙ୍ଗିଛି। 


COMMERCIAL BREAK
SCROLL TO CONTINUE READING

IPL 2022ର ୩୭ତମ ମ୍ୟାଚରେ ଲକ୍ଷ୍ନୌ ଜ୍ୟାଣ୍ଟସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଥିଲା। ଆଉ ମୁମ୍ବାଇ (Mumbai Indians) ଆଗରେ ୧୬୯ ରନର ବିଜୟ ଲକ୍ଷ୍ୟ ରଖିଥିଲା। ପ୍ରଥମରୁ ହିଁ ମୁମ୍ବାଇର ବ୍ୟାଟିଂ ଖରାପ ଥିଲା। ମୁମ୍ବାଇ ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୩୨ ରନ କରିବାରେ ସଫଳ ହୋଇଥିଲା। ଏହି ବିଜୟ ସହ ଲକ୍ଷ୍ନୌ ଦଳ IPL 2022 ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ପହଞ୍ଚି ଯାଇଛି।


Also Read: Happy Birthday Sachin Tendulkar : ଜାଣନ୍ତୁ, 'କ୍ରିକେଟର ଭଗବାନ' କେତେ ସମ୍ପତ୍ତିର ମାଲିକ?


IPL 2022ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତର ୮ଟି ମ୍ୟାଚ ହାରିଛି। IPLର ଗୋଟିଏ ସିଜିନରେ କ୍ରମାଗତ ଏତିକି ସଂଖ୍ୟକ ମ୍ୟାଚ ହାରିବାରେ ମୁମ୍ବାଇ ପ୍ରଥମ। ଗୋଟିଏ ବି ମ୍ୟାଚ ଜିତିନଥିବା ମୁମ୍ବାଇ IPL 2022ର ପ୍ଲେଅଫରୁ ବିଦା ହୋଇଛି। ୦ ପଏଣ୍ଟ ସହ ଦଳ ଟେବୁର ଶେଷ ସ୍ଥାନରେ ରହିଛି। ଲକ୍ଷ୍ନୌର ଏହା ପଞ୍ଚମ ବିଜୟ ଥିଲା। ଆଠଟି ମ୍ୟାଚରୁ ୫ଟି ଜିତି ଲକ୍ଷ୍ନୌ (Lucknow Super Giants) ୧୦ ପଏଣ୍ଟ ସହ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି। ଟେବୁଲ ଟପରେ ଗୁଜରାଟ (୧୨), ହାଇଦ୍ରାବାଦ (୧୦) ଓ ରାଜସ୍ଥାନ (୧୦) ଅଛନ୍ତି।


ଅନ୍ୟପଟେ ଲକ୍ଷ୍ନୌ ଜ୍ୟାଣ୍ଟସ ବିପକ୍ଷରେ IPL 2022ର ଅଷ୍ଟମ ମ୍ୟାଚ ହାରିବା ପରେ କ୍ୟାପଟେନ ରୋହିତ ଶର୍ମା (Rohit Sharma) କହିଛନ୍ତି, 'ଆମେ ଭଲ ବୋଲିଂ କରି ଲକ୍ଷ୍ନୌକୁ କମ ସ୍କୋରରେ ରଖିଥିଲୁ। କିନ୍ତୁ ବ୍ୟାଟିଂ ଲାଇନ ସେତିକି ଭଲ ହୋଇ ପାରିଲା ନାହିଁ। ଆମର ପାର୍ଟନରସିପ୍ ଓ ସଟ୍ ଖରାପ ଥିଲା, ସେଥିରେ ମୋର ବି ନାମ ଅଛି। ଏହା କେବଳ ଗୋଟିଏ ମ୍ୟାଚର କଥା ନାହିଁ, ଆମେ ପୁରା ଟୁର୍ଣ୍ଣାମେଟରେ ନୌରାଶ୍ୟଜନକ ପ୍ରଦର୍ଶନ କରିଛୁ। ମୁମ୍ବାଇର କୌଣସି ବି ବ୍ୟାଟ୍ସମ୍ୟାନ ଦାୟିତ୍ୱ ନେଇ ଶେଷ ପର୍ଯ୍ୟନ୍ତ ଖେଳିବାକୁ ପ୍ରସ୍ତୁତ ନଥିଲେ।'


Also Read: Russia Ukraine War: ହାର ମାନିଲେ Volodymyr Zelensky!


ରୋହିତ ଶର୍ମାଙ୍କ କହିବା ଅନୁସାରେ ମିଡିଲ ଅର୍ଡର ବହୁତ ଖରାପ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ଆଗାମୀ ଦିନରେ ନିଜ ଦାୟିତ୍ୱ ବୁଝିବାକୁ ପଡିବ ଏବଂ ତାହାକୁ ସୁଧାରିବାକୁ ପଡିବ। ମୁମ୍ବାଇ ପାଇଁ ଓପନର ଇଶାନ କିଷନ, ଦେୱାଲ୍ଡ ବ୍ରେଭିସ ଓ କିରୋନ ପୋଲାର୍ଡ ବହୁତ ଖରାପ ଖେଳିଥିଲେ। ଇଶାନ ୨୦ଟି ବଲରେ ମାତ୍ର ୮ ରନ କରିଥିବା ବେଳେ ବ୍ରେଭିସ ତିନି ରନ ଓ ପୋଲାର୍ଡ ୧୯ ରନ କରିଥିଲେ। ସୂର୍ଯ୍ୟକୁମାର ସାତଟି ବଲରେ ସାତ ରନ ଓ କ୍ୟାପଟେନ ରୋହିତ ଶର୍ମା ୩୯ ରନ କରିବାରେ ସଫଳ ହୋଇଥିଲେ।