Happy Birthday Sachin Tendulkar : ଜାଣନ୍ତୁ, 'କ୍ରିକେଟର ଭଗବାନ' କେତେ ସମ୍ପତ୍ତିର ମାଲିକ?
Advertisement

Happy Birthday Sachin Tendulkar : ଜାଣନ୍ତୁ, 'କ୍ରିକେଟର ଭଗବାନ' କେତେ ସମ୍ପତ୍ତିର ମାଲିକ?

ସଚିନ ତେନ୍ଦୁଲକର (Sachin Tendulkar) କ୍ରିକେଟ୍ ଖେଳିବା ସହିତ ଟଙ୍କା ରୋଜଗାରର ଯାତ୍ରା ଆରମ୍ଭ କରିଥିଲେ। ସେ କ୍ରିକେଟ ବ୍ୟତୀତ ବିଜ୍ଞାପନ, ବ୍ରାଣ୍ଡ ଆମ୍ବାସାଡର, ଏଣ୍ଡୋର୍ସମେଣ୍ଟ, ବ୍ୟବସାୟ ଇତ୍ୟାଦିକୁ ରୋଜଗାର କରିଛନ୍ତି। ସଚିନ ତେନ୍ଦୁଲ କର କୋଟି କୋଟି ଟଙ୍କାର ଗାଡି ମଧ୍ୟ ଚଢନ୍ତି। ୧୯୯୫ ମସିହାରେ ସେ WorldTel ନାମକ ଏକ କମ୍ପାନୀ ସହ ୩୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲେ।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: କ୍ରିକେଟର ଭଗବାନ କୁହାଯାଉଥିବା ଭାରତ ରତ୍ନ ସଚିନ ତେନ୍ଦୁଲକର ଆଜି ୪୮ ବର୍ଷରେ ପାଦ ଦେଇଛନ୍ତି। ସଚିନ ତେନ୍ଦୁଲକର, କ୍ରିକେଟ୍ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ। ସେ କ୍ରୀଡା ଜଗତର ଜଣେ ପ୍ରସିଦ୍ଧ ସେଲିବ୍ରିଟି। ତାଙ୍କର ପ୍ରତିଭା ଏବଂ ଅସାଧାରଣ କୌଶଳ ତାଙ୍କୁ ଏହି ସ୍ତରରେ ଆଣିଛି। ଏକ ଛୋଟ କୋଠରୀରୁ ଜୀବନ ଆରମ୍ଭ କରିଥିବା କ୍ରୀଡାବିତ ନିଜ ପ୍ରତିଭା ଓ ସାଧାନ ବଳରେ ଏକ ବିଳାସପୂର୍ଣ୍ଣ ସାମ୍ରାଜ୍ୟ ତିଆରି କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ବ୍ୟବସାୟ ଏବଂ ନିଟ୍ ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ତେବେ ଆସନ୍ତୁ ଜାଣିବା ମାଷ୍ଟର ବ୍ଲାଷ୍ଟରଙ୍କ ମାସିକ ଆୟ ଓ ମୋଟ ସମ୍ପତ୍ତି ବିଷୟରେ..

ସଚିନ ତେନ୍ଦୁଲକର (Sachin Tendulkar) କ୍ରିକେଟ୍ ଖେଳିବା ସହିତ ଟଙ୍କା ରୋଜଗାରର ଯାତ୍ରା ଆରମ୍ଭ କରିଥିଲେ। ସେ କ୍ରିକେଟ ବ୍ୟତୀତ ବିଜ୍ଞାପନ, ବ୍ରାଣ୍ଡ ଆମ୍ବାସାଡର, ଏଣ୍ଡୋର୍ସମେଣ୍ଟ, ବ୍ୟବସାୟ ଇତ୍ୟାଦିକୁ ରୋଜଗାର କରିଛନ୍ତି। ସଚିନ ତେନ୍ଦୁଲ କର କୋଟି କୋଟି ଟଙ୍କାର ଗାଡି ମଧ୍ୟ ଚଢନ୍ତି। ୧୯୯୫ ମସିହାରେ ସେ WorldTel ନାମକ ଏକ କମ୍ପାନୀ ସହ ୩୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲେ। ସଚିନ, ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲର 'କୋଚି' ଦଳ ଏବଂ ପ୍ରିମିୟର ବ୍ୟାଡମିଣ୍ଟନ୍ ଲିଗର 'ବେଙ୍ଗାଲୁରୁ ବ୍ଲାଷ୍ଟର୍ସ'ର ମାଲିକ।

Also Read: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଆରମ୍ଭ ହେଲା 'କନ୍ୟା ବିବାହ ଯୋଜନା', ବଧୂକୁ ମିଳିବ ୫୫,୦୦୦ ଟଙ୍କା

caknowledge.com ଅନୁସାରେ, ସଚିନ ତେନ୍ଦୁଲଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୫୦ ମିଲିୟନ ଡଲାର, ଭାରତୀୟ ମୂଦ୍ରାରେ ଏହା ପ୍ରାୟ ୧୧୧୦ କୋଟି ଟଙ୍କା ହେବ। ମାଶ୍ଟର ବ୍ଲାଷ୍ଟରଙ୍କ ମାସକ ଆୟ ୪୦ କୋଟି ଟଙ୍କା ଓ ତାହା ବାର୍ଷିକ ୫୦ କୋଟିରୁ ଅଧିକ। ତାଙ୍କର ୫୨୦ କୋଟି ଟଙ୍କାର ବ୍ୟକ୍ତଗତ ସମ୍ପତ୍ତି ରହିଛି। ସଚିନଙ୍କ ପାଖରେ ପ୍ରାୟ ୧୦ଟି ଦାମୀ ଗାଡି ଅଛି, ଯାହାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା। ବ୍ରାଣ୍ଡ ଏଣ୍ଡ୍ରୋସମେଣ୍ଟ ଫି ବାବଦକୁ ତାଙ୍କୁ ୧୫ କୋଟି ଟଙ୍କା ମିଳୁଥିବା ବେଳେ ବିସିସିଆଇ ୨ କୋଟି ଟଙ୍କାର ପାରିଶ୍ରମିକ ବା Remuneration ଦେଉଛି।

ସଚିନ ଅନେକ କାର ନିର୍ମାଣ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି। ତାଙ୍କ ପାଖରେ Ferrari 360 Modena, Nissan GT-R, BMW i8, BMW M5, Mercedes-Benz, BMW X5M, BMW M6 ପରି ଦାମୀ କାର କଲେକସନ ଅଛି। ଏହା ବ୍ୟତୀତ ସଚିନ, Pepsi, Adidas, TVS, MRF, Britannia, Canon, Philips, VISA, Reynolds, Sanyo BPL, Boost, Toshiba, G-Hanz, Sunfeast, Airtel, Castrol India, Coca-Cola, Colgate ଭଳି କମ୍ପାନୀର Brand Endorsements ଅଛନ୍ତି। ଏଥିରୁ ସଚିନ ବାର୍ଷିକ ୧୭ରୁ ୨୦ କୋଟି ଟଙ୍କା ଆୟ କରନ୍ତି।

Also Read: ଉତ୍ତରାଖଣ୍ଡ ପରେ ପରେ ଏଠାରେ ଲାଗୁ ହୋଇାପରେ ସମାନ ନାଗରିକ ସଂହିତା

ମୁମ୍ବାଇର ବାନ୍ଦ୍ରା ୱେଷ୍ଟ୍, ୧୯-ଏ, ପେରି କ୍ରସ୍ ରୋଡରେ ସଚିନଙ୍କର ଏକ ବିଳାସପୂର୍ଣ୍ଣ କୋଠା ଅଛି। ସେ ୨୦୦୯ରେ ଏହି ଘର ନିର୍ମାଣ କରିଥିଲେ, ଯାହାର ମୂଲ୍ୟ ବର୍ତ୍ତମାନ ପ୍ରାୟ ୮୦ କୋଟି ଟଙ୍କା ହେବ। ସଚିନଙ୍କର ଦୁଇଟି ରେସ୍ତୋରାଁ ମଧ୍ୟ ଅଛି। ଗୋଟିଏ ରେସ୍ତୋରାଁ ମୁମ୍ବାଇରେ ଓ ଅନ୍ୟଟି ବେଙ୍ଗାଲୁରୁରେ ଅଛି। ସଚିନଙ୍କ ମୋଟ ସମ୍ପତ୍ତି ତାଙ୍କ ଦାମୀ ଗାଡି, ଆୟ, ବିନିଯୋଗ, ଦରମା, ପେନସନ, ପାରିଶ୍ରମିକ ସବୁକୁ ନେଇ ଆକଳନ କରାଯାଇଛି। ସଚିନ ୨୦୧୦ରେ ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଥିଲେ। ସେ Group Captain ରାଙ୍କର ଅଫିସର।