IPL 2023: ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ (IPL 2023) ମିନି ନିଲାମରେ (Mini Auction) ଚେନ୍ନାଇ ସୁପର କିଙ୍ଗସ୍ (Chennai Super Kings) ତୃତୀୟ ବଡ ବିଡ୍ କରି ଇଂଲଣ୍ଡର ଅଲରାଉଣ୍ଡର (Alrounder) ବେନ୍ ଷ୍ଟୋକ୍ସଙ୍କୁ (Ben Stokes) କିଣିଥିଲେ। ଇଂଲଣ୍ଡ (England) ଟେଷ୍ଟ ଅଧିନାୟକ (Test Captain) ବେନ ଷ୍ଟୋକ୍ସ (Ben Stokes) କିଣିବା ପାଇଁ CSK ର ନିଷ୍ପତ୍ତି ଏକ ପ୍ରୟାସ ବୋଲି ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ସ୍କଟ ଷ୍ଟାରିୟସ ନିଲାମରେ କହିଛନ୍ତି। ସେ କହିଛନ୍ତି ଯେ ୨୦୨୨ ସିଜନରେ ଏମଏସ ଧୋନି (Mahendra Singh Dhoni) ଅଧିନାୟକତ୍ୱ ଛାଡିଛନ୍ତି। କିନ୍ତୁ ରବିନ୍ଦ୍ର ଜାଡେଜାଙ୍କ (Rabindra Jadeja) ନେତୃତ୍ୱରେ ଦଳର ଖରାପ ପ୍ରଦର୍ଶନ ହେତୁ ଦଳ ସେମିଫାଇନାଲରେ ପ୍ରବେଶ କରିପାରି ନଥିଲା। ବୋଧହୁଏ ଏମଏସ ଧୋନି (MS Dhoni) ଏହି ଋତୁରେ ଶେଷ ଥର ପାଇଁ CSK ର ନେତୃତ୍ୱ ନେବେ କାରଣ ସେ ଚେନ୍ନାଇର ଘରୋଇ ପ୍ରଶଂସକଙ୍କୁ ବିଦାୟ ଦେଉଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ୪୧ ବର୍ଷୀୟ ଏହି ତାରକା ଖେଳାଳି ଆଇପିଏଲରେ ଦଳକୁ ଚାରିଥର ଚାମ୍ପିଅନ କରାଇଥିଲେ। ତେବେ ସେ ଖୁବଶୀଘ୍ର ଆଇପିଏଲରୁ ଅବସର ନେବେ ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିରେ ଚେନ୍ନାଇ ସୁପର କିଙ୍ଗସ ଧୋନୀଙ୍କ ବଦଳରେ ଅଧିନାୟକତ୍ୱ ଦାୟିତ୍ୱ କାହାକୁ ଦେବ ସେ ନେଇ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଧ୍ୟାନ ଦେଉଛି। ସେପଟେ ଷ୍ଟାରିୟସଙ୍କ କହିବା ମୁତାବକ ବେନ ଷ୍ଟୋକ୍ସଙ୍କୁ ସିଏସକେ ଅଧିନାୟକ ଦାୟିତ୍ୱ ଦେବାର ସମ୍ଭାବନା ଅଧିକ ରହିଛି। ମିନି ନିଲାମୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଷ୍ଟାରିୟସ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଧୋନୀ ସିଧାସଳଖ ଷ୍ଟୋକ୍ସଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିବେ। 


ଷ୍ଟୋକ୍ସ ବିଶ୍ୱ କ୍ରିକେଟର ସବୁଠାରୁ ଅଧିକ ଚାହିଦା ଥିବା କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ନିକଟରେ ଅଧିନାୟକ ଦାୟିତ୍ୱ ତୁଲାଇବାର ଲମ୍ବା ଅଭିଜ୍ଞତା ରହିଛି। କେବଳ ସେତିକି ନୁହେଁ ବରଂ ସେ ଆଇପିଏଲରେ ବିଭିନ୍ନ ଦଳ ପାଇଁ ମଧ୍ୟ ଖେଳିସାରିଛନ୍ତି। ଏହି ସିଜନରେ ସେ ଧୋନୀଙ୍କ ନେତୃତ୍ୱରେ ସିଏସକେ ପାଇଁ ଖେଳିବେ। ତେବେ ଆଇପିଏଲର ଏହି ସଂସ୍କରଣର ଶେଷ ଆଡ଼କୁ କିମ୍ବା ପରବର୍ତ୍ତି ସଂସ୍କରଣ ପୂର୍ବରୁ ସେ ଏହି ଦାୟିତ୍ୱ ନେଇ ପାରନ୍ତି ବୋଲି ଷ୍ଟେରିୟସ ଅନୁମାନ କରିଛନ୍ତି। 


ଚେନ୍ନାଇ ସୁପର କିଙ୍ଗସ ସ୍କ୍ୱାର୍ଡ
ମହେନ୍ଦ୍ର ସିଂହ ଧୋନୀ, ବେନ ଷ୍ଟୋକ୍ସ, ଡ୍ୱେନ କାନଭେ, ଅମ୍ବାତି ରାୟୁଡ଼ୁ, ଋତୁରାଜ ଗାୟକ୍ୱାଡ, ଶୁଭ୍ରାଂଶୁ ସେନାପତି, ରବିନ୍ଦ୍ର ଜାଡ଼େଜା, ଡ୍ୱେନ ପ୍ରିଟୋରିୟସ, ମିଚେଲ ସେଣ୍ଟନର, ଭଗତ ବର୍ମା, ପ୍ରଶାନ୍ତ ସୋଲାଙ୍କି, ସିମରଜୀତ ସିଂହ, ମୋଇନ ଅଲ୍ଲୀ, ରାଜଓ୍ୱର୍ଦ୍ଧନ, ମୁକେଶ ଚୌଧୂରୀ, ଶିବମ ଦୁବେ, ଦୀପକ ଚହର, ତୁଷାର ଦେଶପାଣ୍ଡେ, ନିଶାନ୍ତ ସିନ୍ଧୁ, ମହୀଶ ତିକ୍ଷଣା, ଆଜିଙ୍କ୍ୟ ରହାଣେ, କାଇଲ ଜେମିସନ, ଅଜୟ ମଣ୍ଡଳ, ମଥିଲା ପଥିରାନା ଓ ଶେଖ ରସିଦ। 


Also Read: World Cup 2023: ବିଶ୍ୱକପ ୨୦୨୩ରେ ଏପରି ନଜର ଆସିପାରେ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ


Also Read: IND vs BAN: ଢାକା ଟେଷ୍ଟ ହାରିଯିବ କି ଭାରତ ?