ଦୋକାନରେ ୩୦୦ କେଜିରୁ ଅଧିକ ବାଣ ମନା
Advertisement
Article Detail0/zeeodisha/odisha2492226

ଦୋକାନରେ ୩୦୦ କେଜିରୁ ଅଧିକ ବାଣ ମନା

ବାଣ ଦୋକାନ ମଧ୍ୟରେ ଅତି କମରେ ୫୦ ଫୁଟ୍ ଦୂରତା ରହିବା ଆବଶ୍ୟକ । ବେଆଇନ୍ ଭାବେ ଗଚ୍ଛିତ ବାଣ ଜବତ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । 

ଦୋକାନରେ ୩୦୦ କେଜିରୁ ଅଧିକ ବାଣ ମନା

ଭୁବନେଶ୍ୱର:  ଦୀପାବଳି ପାଇଁ ରାଜଧାନୀର ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ । ଏ ସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ଯେ, 'ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଥିବା ସମୟରେ ସେଥି ମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ପ୍ରଦାନ କରାଯାଇଛି । ତେବେ କୌଣସି ବାଣ ଦୋକାନରେ ୩୦୦ କେଜିରୁ ଅଧିକ ବାଣ ଦୋକାନୀ ରଖିପାରିବେ ନାହିଁ ।

ଏଥିସହ ଡିସିପି ଏକଥା କହିଛନ୍ତି ଯେ, ବାଣ ଦୋକାନ ମଧ୍ୟରେ ଅତି କମରେ ୫୦ ଫୁଟ୍ ଦୂରତା ରହିବା ଆବଶ୍ୟକ । ବେଆଇନ୍ ଭାବେ ଗଚ୍ଛିତ ବାଣ ଜବତ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଏପର୍ଯ୍ୟନ୍ତ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ପୋଲିସ ଜବତ କରିଛି । ବାଲିପାଟଣା ଥାନା ଅଞ୍ଚଳରୁ ପ୍ରାୟ ୧୫୦ କେଜିରୁ ଅଧିକ ବାଣ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

Also read- ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ- ମୁଖ୍ୟମନ୍ତ୍ରୀ

Also read- Mercury Transit 2024: ଲକ୍ଷ୍ମୀନାରାୟଣ ରାଜଯୋଗ, କେଉଁ ରାଶିରେ କି ପ୍ରଭାବ, ଜାଣନ୍ତୁ...