IPL 2023; LSG Vs CSK: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି (MS Dhoni) ତାଙ୍କର ଶେଷ ଆଇପିଏଲ୍ (IPL 2023) ସିଜନରେ ଖେଳୁଛନ୍ତି କି? ଏହି ପ୍ରଶ୍ନ କ୍ରମାଗତ ଭାବରେ ହେଡଲାଇନରେ ରହି ଆସୁଛି । କ୍ରିକେଟ୍ ଭେଟେରାନ ସମେତ ପ୍ରଶଂସକମାନେ ମହେନ୍ଦ୍ର ସିଂ ଧୋନିଙ୍କ ଅବସର ନେଇ କ୍ରମାଗତ ଭାବରେ ନିଜ ନିଜର ମତ ଦେଉଛନ୍ତି, କିନ୍ତୁ ମହେନ୍ଦ୍ର ସିଂ ଧୋନି ପ୍ରକୃତରେ ଶେଷ ସିଜନରେ ଖେଳୁଛନ୍ତି କି? ଏହାର ଉତ୍ତର ନିଜେ ମହେନ୍ଦ୍ର ସିଂ ଧୋନି ଆଜି ଦେଇଛନ୍ତି । ବୁଧବାର ଦିନ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସର ଦଳ ଆଇପିଏଲରେ ମୁହାଁମୁହିଁ ହୋଇଛନ୍ତି । ଟସ୍‌ ସମୟରେ ମହେନ୍ଦ୍ର ସିଂ ଧୋନି କହିଥିଲେ ଯେ ସେ ଶେଷ ଥର ପାଇଁ ଆଇପିଏଲରେ ନଜର ଆସୁଛନ୍ତି...?


COMMERCIAL BREAK
SCROLL TO CONTINUE READING

ଟସ୍ ସମୟର ଯେତେବେଳେ ମହେନ୍ଦ୍ର ସିଂ ଧୋନିଙ୍କୁ ତାଙ୍କ ଅବସର ବିଷୟରେ ପଚରାଗଲା, ସେତେବେଳେ ସେ ଏକ ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ । ଅବସର ନେବା ପ୍ରଶ୍ନରେ ଉତ୍ତର ଦେଇ ମହେନ୍ଦ୍ର ସିଂ ଧୋନି କହିଛନ୍ତି ଯେ "ଏହା ମୋର ଶେଷ ସିଜିନ, ଏହା ଆପଣଙ୍କ ବିଶ୍ୱାସ, ମୋର ନୁହେଁ ..." ଏହିପରି ଭାବରେ କହି ମହେନ୍ଦ୍ର ସିଂ ଧୋନି ସୂଚାଇ ଦେଇଛନ୍ତି ଯେ ତାଙ୍କୁ ଆଗାମୀ ଆଇପିଏଲ୍ ସିଜନରେ ମଧ୍ୟ ଦେଖିବାକୁ ମିଳିବ । ତେବେ ମହେନ୍ଦ୍ର ସିଂ ଧୋନିଙ୍କ ବୟାନ ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଏହା ବ୍ୟତୀତ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଉଲ୍ଲେଖନୀୟ କଥା ହେଉଛି, ମହେନ୍ଦ୍ର ସିଂ ଧୋନି ଆଇପିଏଲ୍ ୨୦୦୮ ପରଠାରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଟନ୍ତି । ଅବଶ୍ୟ, ସେ ଆଇପିଏଲ୍ ୨୦୧୬ ଓ ୨୦୧୭ ରେ ରାଇଜିଂ ପୁଣେ ସୁପର ଜିଆଣ୍ଟସ୍ ପାଇଁ ଖେଳିଥିଲେ, ଉଭୟ  ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସର ଦଳ ସାମିଲ ଟୁର୍ଣ୍ଣାମେଣ୍ଟରେ ସାମିଲ ନ ଥିଲା ।



ଟସ୍ ସମୟରେ କ’ଣ କହିଥିଲେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ?
ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଟସ୍ ବେଳେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି କହିଛନ୍ତି ଯେ ଆମେ ପ୍ରଥମେ ବୋଲିଂ କରିବୁ । ସେ କହିଛନ୍ତି ଯେ ୱିକେଟ୍ କଭର୍ ହୋଇଥିବାରୁ ସେଥିପାଇଁ ଆମେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛୁ । ଏଥିସହ ସେ କହିଛନ୍ତି ଯେ "ପରିସ୍ଥିତି ବ୍ୟତୀତ ଆପଣଙ୍କୁ ଗ୍ରାଉଣ୍ଡକୁ ଧ୍ୟାନ ଦେବାକୁ ପଡିବ... ଆପଣ ଏହାକୁ ଆଧାର କରି ନିଷ୍ପତ୍ତି ନିଅନ୍ତି । ଦୀପକ ଚହର ଫିଟ୍, ସେ ଆମର ପ୍ଲେଇଂ ଇଲେଭନରେ ଏକ ଅଂଶ ।"


ଏହା ବି ପଢ଼ନ୍ତୁ: Kohli vs Gambhir: 'ଅବ୍ ତୁ ମୁଝେ ଶିଖାଏଗା'; ପିଲାଙ୍କ ପରି ଲଢ଼ିଥିଲେ ବିରାଟ କୋହଲି ଓ ଗୌତମ ଗମ୍ଭୀର, ଜାଣନ୍ତୁ ପୂରା ଘଟଣା


ଏହା ବି ପଢ଼ନ୍ତୁ: WTC ଫାଇନାଲ ପୂର୍ବରୁ ଭାରତ ପାଇଁ ଡବଲ ଝଟକା, ଆଇପିଏଲରୁ ବାଦ ପଡିବେ ଏହି ଦୁଇ ବଡ଼ ଖେଳାଳି!