IPL 2023 MS Dhoni, CSK vs LSG: ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ (Chennai Super Kings Captain) ଏମଏସ ଧୋନିଙ୍କ (MS Dhoni) ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ସିଜନ (IPL Season 16) ଅତ୍ୟନ୍ତ ଖାସ୍ । ମିଡିଆ ରିପୋର୍ଟ ଅନୁଯାୟୀ, ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଏହି ସିଜନ ପରେ ଆଇପିଏଲ (IPL) ରୁ ଅବସର ନେବେ । ଏଭଳି ପରିସ୍ଥିତିରେ ଏମଏସ ଧୋନି (MS Dhoni) ଙ୍କ ପ୍ରଶଂସକମାନେ ତାଙ୍କୁ ଏହି ସିଜନରେ ସିଏସକେର ସମସ୍ତ ମ୍ୟାଚରେ ଖେଳିବାକୁ ଦେଖିବାକୁ ଚାହୁଁଛନ୍ତି । ଏହି ସମୟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (Lucknow Super Giants) ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନି (MS Dhoni) ଏକ ବଡ଼ ସଫଳତା ହାସଲ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଗତକାଲି ଅର୍ଥାତ ଏପ୍ରିଲ ୩ରେ ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ୍ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (Chennai Super Kings vs Lucknow Super Giants) ମଧ୍ୟରେ ଆଇପିଏଲ୍ ୨୦୨୩ର ଷଷ୍ଠ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ (CSK vs LSG) ରେ ଚେନ୍ନାଇ ଅଧିନାୟକ ଏମଏସ ଧୋନି (MS Dhoni) ୩ଟି ବଲ ଖେଳିଥିଲେ । କିନ୍ତୁ ଏହି ସମୟରେ ତାଙ୍କ ବ୍ୟାଟରୁ ୨ଟି ବିସ୍ଫୋରକ ଛକା ଦେଖିବାକୁ ମିଳିଥିଲା । ଏମଏସ୍ ଧୋନି (MS Dhoni) ୩ଟି ବଲରେ ୧୨ ରନର ଇନିଂସ ଖେଳିଥିଲେ । ଏମଏସ ଧୋନି (MS Dhoni) ଙ୍କ ଇନିଂସ ସମୟରେ ସେ ୮ ରନ୍ ସ୍କୋର କରିବା ମାତ୍ରେ ଆଇପିଏଲରେ ୫୦୦୦ ରନ୍ ମଧ୍ୟ ଶେଷ କରିନେଇଥିଲେ । ଏହି ସଫଳତା ହାସଲ କରିବା ପାଇଁ ଏମଏସ୍ ଧୋନି (MS Dhoni) ସାମଗ୍ରିକ ଭାବେ ସପ୍ତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏଥି ସହିତ ଏମଏସ୍ ଧୋନି (MS Dhoni) ଆଇପିଏଲରେ ୫୦୦୦ ରନରେ ପହଞ୍ଚିବା ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।



ଏମଏସ ଧୋନି (MS Dhoni) ୨୩୬ଟି ମ୍ୟାଚରେ ୨୦୮ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଏହାପୂର୍ବରୁ ବିରାଟ କୋହଲି (Virat Kohli), ଶିଖର ଧାୱନ (Shikhar Dhawan), ଡେଭିଡ ୱାର୍ନର (David Warner), ରୋହିତ ଶର୍ମା  (Rohit Sharma), ସୁରେଶ ରାଇନା (Suresh Raina), ଏବଂ ଏବି ଡି ଭିଲିୟର୍ସ (AB de Villiers)  ଆଇପିଏଲ (IPL) ରେ ୫୦୦୦ ରନର ପୂରା କରିସାରିଛନ୍ତି । ଆପଣଙ୍କୁ କହି ଖୁଛୁ ଯେ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷ ମ୍ୟାଚରେ ଏମଏସ ଧୋନି (MS Dhoni) ୨୦ ଓଭରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଏହି ଓଭରରେ ଏମଏସ ଧୋନି ୨ଟି ଛକା ମାରି ଏହି ଇତିହାସ ସୃଷ୍ଟି କରିଛନ୍ତି ।


ଅଧିକ ପଢ଼ନ୍ତୁ-ଲକ୍ଷ୍ନୌର ପରାଜୟର ସବୁଠାରୁ ବଡ଼ ଅପରାଧୀ ଏହି ଖେଳାଳି, ଅଧିନାୟକ କେଏଲ ରାହୁଲ କେବେବି କରିବେନି କ୍ଷମା!


ଅଧିକ ପଢ଼ନ୍ତୁ-ଦିଲ୍ଲୀ କ୍ୟାପିଟାଲ୍ସ କଲେ ବଡ଼ ଘୋଷଣା, IPL 2023 ମଧ୍ୟରେ ଋଷଭ ପନ୍ତଙ୍କ ହେଲା ଦଳରେ ଏଣ୍ଟ୍ରି!


ଅଧିକ ପଢ଼ନ୍ତୁ-ମ୍ୟାଚ୍ ହାରିବା ପରେ କେଏଲ୍ ରାହୁଲ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!


 


ସୂଚନାଯୋଗ୍ୟ, ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ (Chennai Super Kings vs Lucknow Super Giants) ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ନିର୍ଦ୍ଧାରିତ 20 ଓଭରରେ ୭ ୱିକେଟ ହରାଇ ୨୧୭ ରନ କରିଥିଲା । ଚେନ୍ନାଇ ତରଫରୁ ଋତୁରାଜ ଗାଇକୱାଡ (୫୭ ରନ୍) ଓ ଡିଭନ୍ କନୱେ (୪୭ ରନ୍) ଙ୍କ ମଧ୍ୟରେ ଶତକୀୟ ପାର୍ଟନରଶିପ୍ ହୋଇଥିଲା । ଏହି ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ସୁପର ଜିଆଣ୍ଟସର ପୂରା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୨୦୫ ରନ୍ ସ୍କୋର କରିପାରଥିଲା ।