IPL 2023 Rishabh Pant: ଦିଲ୍ଲୀ କ୍ୟାପିଟାଲ୍ସ କଲେ ବଡ଼ ଘୋଷଣା, IPL 2023 ମଧ୍ୟରେ ଋଷଭ ପନ୍ତଙ୍କ ହେଲା ଦଳରେ ଏଣ୍ଟ୍ରି!
Advertisement
Article Detail0/zeeodisha/odisha1638323

IPL 2023 Rishabh Pant: ଦିଲ୍ଲୀ କ୍ୟାପିଟାଲ୍ସ କଲେ ବଡ଼ ଘୋଷଣା, IPL 2023 ମଧ୍ୟରେ ଋଷଭ ପନ୍ତଙ୍କ ହେଲା ଦଳରେ ଏଣ୍ଟ୍ରି!

Delhi Capitals vs Gujarat Titans​: ଦିଲ୍ଲୀ କ୍ୟାପିଟାଲ୍ସର ଦଳର ନିୟମିତ ଅଧିନାୟକ ଋଷଭ ପନ୍ତ (Rishabh Pant) ଗତ ବର୍ଷ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣା ଯୋଗୁଁ ଋଷଭ ପନ୍ତ ପୂରା ଆଇପିଏଲ ସିଜନ (IPL Season 16)ରୁ ବାହାର ହୋଇଯାଇଥିଲା ଓ ଡେଭିଡ୍ ୱାର୍ଣ୍ଣର (David Warner) ଦିଲ୍ଲୀର ଅଧିନାୟକ ଅଛନ୍ତି । ଏହି ସମୟରେ ଋଷଭ ପନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

IPL 2023 Rishabh Pant: ଦିଲ୍ଲୀ କ୍ୟାପିଟାଲ୍ସ କଲେ ବଡ଼ ଘୋଷଣା, IPL 2023 ମଧ୍ୟରେ ଋଷଭ ପନ୍ତଙ୍କ ହେଲା ଦଳରେ ଏଣ୍ଟ୍ରି!

IPL 2023 Rishabh Pant, DC vs GT: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ (IPL 2023) ରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ର ପ୍ରଥମ ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (Lucknow Super Giants) ସହିତ ହୋଇଥିଲା । ଦଳର ନିୟମିତ ଅଧିନାୟକ ଋଷଭ ପନ୍ତ (Rishabh Pant) ଗତ ବର୍ଷ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣା ଯୋଗୁଁ ଋଷଭ ପନ୍ତ ପୂରା ଆଇପିଏଲ ସିଜନ (IPL Season 16)ରୁ ବାହାର ହୋଇଯାଇଥିଲା ଓ ଡେଭିଡ୍ ୱାର୍ଣ୍ଣର (David Warner) ଦିଲ୍ଲୀର ଅଧିନାୟକ ଅଛନ୍ତି । ଏହି ସମୟରେ ଋଷଭ ପନ୍ତ (Rishabh Pant) ଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସର ପରବର୍ତ୍ତୀ ମ୍ୟାଚ୍ (Delhi Capitals vs Gujarat Titans) ସମୟରେ ତାଙ୍କୁ ପ୍ରଶଂସକଙ୍କ ମଧ୍ୟରେ ପଡ଼ିଆରେ ଦେଖିବାକୁ ମିଳିବ ।

ଆଜି (ମଙ୍ଗଳବାର) ଅର୍ଥାତ ଏପ୍ରିଲ ୪ରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପରବର୍ତ୍ତୀ ମ୍ୟାଚ୍ (DC vs GT) ଖେଳିବ । ଏହି ମ୍ୟାଚରେ ଋଷଭ ପନ୍ତ (Rishabh Pant) ଅଂଶ ଗ୍ରହଣ କରିବେ । ଏହି ମ୍ୟାଚ୍ ସମୟରେ ଦିଲ୍ଲୀକୁ ସମର୍ଥନ କରିବାକୁ ଋଷଭ ପନ୍ତ ଷ୍ଟାଡିୟମକୁ ଆସିବେ । ପିଟିଆଇ ରିପୋର୍ଟ ଅନୁଯାୟୀ, ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ମ୍ୟାଚ୍ ସମୟରେ ଋଷଭ ପନ୍ତ (Rishabh Pant) ଉପସ୍ଥିତ ରହିବେ ବୋଲି ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ ନିଶ୍ଚିତ କରିଛି ।

fallback

ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ (DC vs LSG) ସମୟରେ ଋଷଭ ପନ୍ତ (Rishabh Pant) ଙ୍କ ଉପସ୍ଥିତି ଅନୁଭବ କରିବା ପାଇଁ ଦଳ ତାଙ୍କ ୧୭ ନମ୍ବର ଜର୍ସିକୁ ଡଗଆଉଟରେ ଝୁଲାଇ ଥିଲା । ଆମେ ଆପଣଙ୍କୁ କହି ରଖୁଛୁ ଯେ,  ଆଇପିଏଲ୍ ୨୦୨୩ ଆରମ୍ଭ ପୂର୍ବରୁ ମଧ୍ୟ ଦିଲ୍ଲୀ ଦଳ ସ୍ପଷ୍ଟ କରିଦେଇଥିଲେ ଯେ ଋଷଭ ପନ୍ତ (Rishabh Pant) ଙ୍କ ଜର୍ସି ଆଇପିଏଲ ସିଜନରେ ସେମାନଙ୍କ ସହିତ ରହିବ । ଏଥି ସହିତ ଦଳର କୋଚ୍ ରିକି ପଣ୍ଟିଙ୍ଗ କହିଛନ୍ତି ଯେ, ଦଳର ମନୋବଳ ବଢ଼ାଇବା ପାଇଁ ସେ ଋଷଭ ପନ୍ତ (Rishabh Pant) ଙ୍କୁ ଷ୍ଟାଡିୟମକୁ ଆଣିବାକୁ ଚେଷ୍ଟା କରିବେ । ଦଳର କୋଚିଂ ଷ୍ଟାଫ୍ ଓ ମାଲିକ ମଧ୍ୟ ସେମାନଙ୍କ ନିୟମିତ ଅଧିନାୟକଙ୍କୁ ମିସ୍ କରୁଛନ୍ତି ।

ଅଧିକ ପଢ଼ନ୍ତୁ-ମ୍ୟାଚ୍ ହାରିବା ପରେ କେଏଲ୍ ରାହୁଲ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

ଅଧିକ ପଢ଼ନ୍ତୁ-ସେହି 'ବଦନାମ କ୍ରିକେଟର' ଯିଏ ଦଶନ୍ଧି ପୂର୍ବରୁ କରିଥିଲେ ନିଜର ମୃତ୍ୟୁର ଭବିଷ୍ୟବାଣୀ, ସଚିନ ତେନ୍ଦୁଲକର ମଧ୍ୟ ଡରୁଥିଲେ!

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆ ପରେ ଆଇପିଏଲରେ ମଧ୍ୟ ରନ ବର୍ଷା କରୁଛି କୋହଲିଙ୍କ ବ୍ୟାଟ୍, ଜାଣନ୍ତୁ RCBର ବିଜୟରେ ପରେ ନିଜର ଘାତକ ଫର୍ମ ପାଇଁ ବିରାଟ କାହାକୁ ଦେଲେ ଶ୍ରେୟ

ସୂଚନାଯୋଗ୍ୟ, ୩୦ ଡିସେମ୍ବର ୨୦୨୨ରେ ସକାଳ ପ୍ରାୟ ୫.୩୦ ମିନିଟ ସମୟରେ ଋର୍କିର ନରସାନ ସୀମାରେ ଥିବା ହାମଦପୁର ଝାଲ ନିକଟରେ ଥିବା ରେଲିଂ ସହିତ ଋଷଭ ପନ୍ତ (Rishabh Pant) ଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ କାରଟି ନିଆଁ ଲାଗିଯାଇଥିଲା ଓ ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପରେ ତାଙ୍କୁ ଦେହରାଡୁନରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କୁ ମୁମ୍ବାଇକୁ ବିମାନ ଯୋଗେ ଶିଫ୍ଟ କରାଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଋଷଭ ପନ୍ତଙ୍କ ଆଣ୍ଠୁ ଓ ଗୋଡର ଲିଗାମେଣ୍ଟ୍ ଟିୟରରେ ଅସ୍ତ୍ରୋପଚାର କରାଯାଇଥିଲା । ଏହି ସମୟରେ ଆଉ ଥରେ ମ୍ୟାଚକୁ ଫେରିବା ପାଇଁ ଋଷଭ ପନ୍ତ (Rishabh Pant) ଙ୍କୁ ବହୁତ ସମୟ ଲାଗିବ ।