SRH vs RR IPL 2023: ଟିମ୍ ଇଣ୍ଡିଆ (Team India) ପରେ ଜଣେ ଭାରତୀୟ କ୍ରିକେଟର ଆଇପିଏଲ୍ ୨୦୨୩ (IPL 2023) ରେ ମଧ୍ୟ ନିଜ ଦଳ ପାଇଁ ସବୁଠାରୁ ବଡ଼ ଭିଲେନ୍ ବୋଲି ପ୍ରମାଣିତ ହୋଇଛନ୍ତି । ନିଜର ଖରାପ ପ୍ରଦର୍ଶନ ଯୋଗୁଁ ଚୟନକର୍ତ୍ତାଙ୍କ ଦ୍ୱାରା ଏହି ଖେଳାଳିଙ୍କୁ ଟିମ୍ ଇଣ୍ଡିଆରୁ ବାଦ୍ ଦିଆଯାଇଥିଲା । ବର୍ତ୍ତମାନ ଏହି ଖେଳାଳିଙ୍କ ଫ୍ଲପ୍ ଶୋ' ଆଇପିଏଲ୍ ୨୦୨୩ରେ ମଧ୍ୟ ଜାରି ରଖିଛି । ଯାହା ଦେଖି ଏପରି ଲାଗୁଛି କି ଏହି କ୍ରିକେଟରଙ୍କ କ୍ୟାରିୟର ଖୁବ୍ ଶୀଘ୍ର ଶେଷ ହୋଇପାରେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ମଧ୍ୟ ଏହି ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି । ମୋଟ ଉପରେ ଏହି ଖେଳାଳି ବର୍ତ୍ତମାନ ଏକ କଠିନ ସମୟ ଦେଇ ଗତି କରୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ରବିବାର ଦିନ ଆଇପିଏଲ୍ ୨୦୨୩ର ଚତୁର୍ଥ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (Rajasthan Royals) ବିପକ୍ଷରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଦ୍ରୁତ ବୋଲର ଭୁବନେଶ୍ୱର କୁମାର (Bhuvneshwar Kumar) ନିଜ ଦଳ ପାଇଁ ସବୁଠାରୁ ବଡ଼ ଭିଲେନ୍ ବୋଲି ପ୍ରମାଣିତ ହୋଇଛନ୍ତି । ଏହି ମ୍ୟାଚ (SRH vs RR) ରେ ଭୁବନେଶ୍ୱର କୁମାର ମଧ୍ୟ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଥିଲେ । ରବିବାର ଦିନ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭୁବନେଶ୍ୱର କୁମାର ୩ ଓଭରରେ ୩୬ ରନ୍ ଦେଇଥିଲେ । ଏହି ସମୟରେ ଗୋଟିଏ ୱିକେଟ୍ ମଧ୍ୟ ପାଇପାରିନଥିଲେ । ଭୁବନେଶ୍ୱର କୁମାର ସନରାଇଜର୍ସ ହାଇଦ୍ରାବାଦର ସବୁଠାରୁ ମହଙ୍ଗା ବୋଲର ବୋଲି ପ୍ରମାଣ ହୋଇଥିଲେ, ଯିଏ ୧୨.୦୦ ଇକୋନୋମି ରେଟରେ ରନ୍ ଦେଇଥିଲେ ।


ଭୁବନେଶ୍ୱର କୁମାର (Bhuvneshwar Kumar) ଙ୍କ ଫ୍ଲପ୍ ବୋଲିଂ ଯୋଗୁଁ ରାଜସ୍ଥାନ ରୟାଲ୍ସ ଦଳ (Rajasthan Royals) ନିର୍ଦ୍ଧାରିତ ୨୦ ଓଭରରେ ୨୦୩ ରନ୍ କରିଥିଲା । ସନରାଇଜର୍ସ ହାଇଦ୍ରାବାଦ ଦଳ (Sunrisers Hyderabad) ଏହି ମ୍ୟାଚକୁ ଅତ୍ୟନ୍ତ ଲଜ୍ଜାଜନକ ଭାବେ ୭୨ ରନ୍ ବ୍ୟବଧାନରେ ହାରି ଥିଲା । ଭୁବନେଶ୍ୱର କୁମାର ସନରାଇଜର୍ସ ହାଇଦ୍ରାବାଦର ପରାଜୟର ସବୁଠାରୁ ବଡ଼ ଭିଲେନ୍ ବୋଲି ପ୍ରମାଣିତ ହୋଇଛନ୍ତି । ଭୁବନେଶ୍ୱର କୁମାରଙ୍କୁ ସମାନ କାରଣରୁ ଟିମ୍ ଇଣ୍ଡିଆରୁ ଡ୍ରପ୍ କରାଯାଇଥିଲା । ବିସିସିଆଇ ମଧ୍ୟ ଭୁବନେଶ୍ୱର କୁମାରଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦେଇଛି । ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ବର୍ତ୍ତମାନ ଶେଷ ହେବାକୁ ଯାଉଛି ।



ଏଠାରେ କହି ରଖୁଛୁ ଯେ, ଅଧିକାଂଶ ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ପାଇଁ ଭୁବନେଶ୍ୱର କୁମାର (Bhuvneshwar Kumar) ପରାଜୟର କାରଣ ପାଲଟିଛନ୍ତି । ସେଥିପାଇଁ ବର୍ତ୍ତମାନ ଚୟନକର୍ତ୍ତାମାନେ ମଧ୍ୟ ଏହି ଖେଳାଳିଙ୍କୁ ଟିମ୍ ଇଣ୍ଡିଆର ପ୍ରବେଶ ବାଟ ବନ୍ଦ କରିଦେଇଛନ୍ତି । ଜାନୁଆରୀ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ODI ଓ ଟି-20 ସିରିଜରେ ଭୁବନେଶ୍ୱର କୁମାର (Bhuvneshwar Kumar) ଟିମ୍ ଇଣ୍ଡିଆରେ ଅନ୍ତର୍ଭୁକ୍ତ ହୋଇନଥିଲେ । ଜାନୁଆରୀ ୨୦୨୩ରେ ଚୟନକର୍ତ୍ତାମାନେ ନ୍ୟୁଜିଲାଣ୍ଡ ବିପକ୍ଷ ODI ଓ ଟି-20 ସିରିଜ୍ ପାଇଁ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ଭୁବନେଶ୍ୱର କୁମାରଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ଦେଇନଥିଲେ । 


ଅଧିକ ପଢ଼ନ୍ତୁ-୩ ଦିନ ପରେ ସୃଷ୍ଟି ହେବ ମହାଲକ୍ଷ୍ମୀ ରାଜ ଯୋଗ, ଏସବୁ ରାଶିଙ୍କ ଉପରେ ବର୍ଷିବ ଟଙ୍କା


ଅଧିକ ପଢ଼ନ୍ତୁ-ମ୍ୟାଚ୍ ହାରିବା ପରେ ରାଗିଗଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!


ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ୨ ବର୍ଷ ବଢ଼ିଲା ଅବସର ବୟସ